Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଲାଙ୍ଗୀର ନିର୍ବାଚନ, ଦୁଇଟି ପରିବାରର ରାଜନୈତିକ ସ୍ଵାର୍ଥ ଆଗରେ ବନ୍ଧା ପଡିଛି ଦୁଇଟି ଜିଲ୍ଲାର ଭାଗ୍ୟ
ବିଶେଷ ଖବର

ବଲାଙ୍ଗୀର ନିର୍ବାଚନ, ଦୁଇଟି ପରିବାରର ରାଜନୈତିକ ସ୍ଵାର୍ଥ ଆଗରେ ବନ୍ଧା ପଡିଛି ଦୁଇଟି ଜିଲ୍ଲାର ଭାଗ୍ୟ

April 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
family politics in odisha
family politics in odisha

କେଦାର ମିଶ୍ର

ବଲାଙ୍ଗୀରରେ ନିର୍ବାଚନ କହିଲେ ମାତ୍ର ଦୁଇଟି ପରିବାର। ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଦୁଇଟି ପରିବାର ହାତରେ ତିନୋଟି ଦଳ ଓ ପ୍ରାୟ ସାଢେ ପନ୍ଦର ଲକ୍ଷ ଭୋଟରଙ୍କ ଭାଗ୍ୟ ନିୟନ୍ତ୍ରିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପରିବାର ହାତରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣ ରହିଥିବା ବେଳେ ସମ୍ବିଧାନ ସଭାର ସଦସ୍ୟ ଯୁଧିଷ୍ଠିର ମିଶ୍ରଙ୍କ ପରିବାର ହାତରେ କଂଗ୍ରେସ ଦଳର ଭାଗ୍ୟଡୋରୀ ରହିଛି। ଲୋକସଭା ପାଇଁ ବିଜେପିରୁ ସଂଗୀତା ସିଂ ଦେଓ, ବିଜେଡ଼ିରୁ କଳିକେଶ ନାରାୟଣ ସିଂ ଦେଓ ଓ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢୁଛନ୍ତି। ତିନିଜଣ ଯାକ ପ୍ରମୁଖ ପ୍ରାର୍ଥୀ ଦୁଇଟି ପରିବାରରୁ ଆସିଛନ୍ତି। ଏଠି କୁହାଯାଇପାରେ, ରାଜା ଓ ବ୍ରାହ୍ମଣଏଅ କ୍ଷମତା ଲଢେଇରେ ସାଧାରଣ ଭୋଟର ଏଠି ଭକୁଆ ମାତ୍ର। ବଲାଙ୍ଗୀର ଜିଲ୍ଲାର ରାଜନୈତିକ ନେତୃତ୍ୱ ବର୍ଷ ବର୍ଷ ଧରି ଦୁଇଟି ପରିବାରର ହସ୍ତ ମୁଦି ମାହାଲ ହୋଇ ରହି ଆସିବା, ଆମ ଗଣତନ୍ତ୍ର ପକ୍ଷେ ଆଦୌ ଶୁଭଂକର ନୁହେଁ। କିନ୍ତୁ ବଲାଙ୍ଗୀର ର ରାଜନୈତିକ ବାସ୍ତବତାକୁ  ଦେଖି ଏକଥା ଆମକୁ ସ୍ଵୀକାର କରିବାକୁ ପଡିବ ଯେ, ପରିବାରବାଦରୁ ମୁକୁଳିବାର ଲୋକସୂତ୍ର ବଲାଙ୍ଗୀର ଆଜି ମଧ୍ୟ ଖୋଜିପାଉନାହିଁ।

ଗତ ୨୧ ବର୍ଷ ଧରି ବଲାଙ୍ଗୀରର ପ୍ରାକ୍ତନ ରାଜପରିବାର ହାତରେ ବଲାଙ୍ଗୀର ଲୋକସଭା ଆସନ ରହିଆସିଛି। ୧୯୯୮ ରୁ ଏଠାରୁ ସଂଗୀତା ସିଂ ଦେଓ ତିନିଥର ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଭାବରେ ଜିଣିଥିବା ବେଳେ ୨୦୦୯ ଓ ୨୦୧୪ ନିର୍ବାଚନରେ କଳିକେଶ ନାରାୟଣ ସିଂ ଦେଓ ଜିଣିଛନ୍ତି। ଏଥର ମଧ୍ୟ ଦିଅର –ଭାଉଜଙ୍କ ଭିତରେ ପୁନଶ୍ଚ ପ୍ରତିଯୋଗିତା ହେଉଛି। ତେବେ ରାଜା ପରିବାରର ପ୍ରତିଦ୍ବନ୍ଦ୍ବୀ ଭାବରେ ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏଥର ମଇଦାନ ରେ ଅଛନ୍ତି। ଗତ ନିର୍ବାଚନରେ କଳିକେଶ ସଙ୍ଗୀତାଙ୍କଠାରୁ ୧,୦୪,୨୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ୨୦୦୯ ନିର୍ବାଚନରେ କଳିକେଶ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କଠାରୁ ପ୍ରାୟ ୯୦ ହଜାର ଭୋଟରେ ଜିତିଥିଲେ। ବଲାଙ୍ଗୀରରେ ତୀବ୍ର ତ୍ରିମୂଖୀ ଲଢେଇ ଥିବା ଯୋଗୁଁ, ଯେଉଁ ପ୍ରାର୍ଥୀ ସାଢେ ତିନ ଲକ୍ଷ ଭୋଟ ପାଇପାରିବେ, ତାଙ୍କ ବିଜୟ ସହଜ ହୋଇଯିବ।

ଗତ ନିର୍ବାଚନରେ ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନ ବିଜେଡି ହାତକୁ ଯାଇଥିବା ବେଳେ ବଲାଙ୍ଗୀରରେ କଂଗ୍ରେସ ଓ ପାଟଣାଗଡରେ ବିଜେପି ବିଜୟଲାଭ କରିଥିଲେ। ଏଥର ବିଜେଡି ସେଇ ସମାନ ସଂଖ୍ୟକ ଆସନ ହାସଲ କରିପାରିବ କି? ବୀରମହାରାଜପୁର ଓ ସୋନପୁରରେ ବର୍ତ୍ତମାନର ବିଧାୟକ ନିରଞ୍ଜନ ପୂଜାରୀ ତଥା ପଦ୍ମନାଭ ବେହେରାଙ୍କ ବିରୋଧରେ ପ୍ରବଳ ଜନମତ ରହିଥିଲେ ହେଁ, ବିଜେପିର ଅସନ୍ତୁଷ୍ଟ  ପ୍ରାର୍ଥୀ ଭାବରେ ସୋନପୁରରେ ନବକୃଷ୍ଣ ଦନ୍ତା ଏବଂ ବୀରମହାରାଜପୁରରେ ଆନନ୍ଦ ବାରିକ ଏକ ବଡ ଭୋଟ ଖାଇଯିବେ। ଏହାହିଁ ବିଜେଡି ଲାଗି ସୁବିଧା ଓ ବିଜେପି ଲାଗି ସବୁଠୁ ବଡ ଅସୁବିଧା ହେବାକୁ ଯାଉଛି। ବଲାଙ୍ଗୀରରେ ଏଥର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ସ୍ଥିତି ସାମାନ୍ୟ ଦୁର୍ବଳ ହୋଇଛି। ସବୁ ଆସନରେ ତୀବ୍ର ତ୍ରିମୂଖୀ ଲଢେଇ ଓ ସବୁ ଆସନରେ କଂଗ୍ରେସର ଭଲ ଭୋଟ ରହିଥିବା କାରଣରୁ, ଏହା ବିଜେଡ଼ିକୁ ଲାଭ ଦେଇପାରେ।

ଓଡିଶାରେ ଯେତେଦିନ ପର୍ୟନ୍ତ ତ୍ରିମୂଖୀ ଲଢେଇ ରହିବ, ସେତେଦିନ ଯାଏ ଏହା ବିଜେଡି ପକ୍ଷରେ ସୁବିଧାଜନକ ସ୍ଥିତି ତିଆରି କରୁଥିବ। ବିଜେଡି ବିପକ୍ଷରେ କଂଗ୍ରେସ ଓ ବିଜେପି ଭୋଟର ଧୃବୀକରଣ ହେଲେ ଯାଇ ବିଜେଡ଼ିର ପରାଜୟ ସମ୍ଭବ। ବଲାଙ୍ଗୀରରେ ବିଜେଡ଼ିର ଏହି ସମୀକରଣ ଆଜି ମଧ୍ୟ ବଳବତ୍ତର ରହିଛି। ବିଜେପି କେବଳ ପାଟଣାଗଡ ବିଧାନସଭା କ୍ଷେତ୍ରକୁ ବାଦ ଦେଲେ ଅନ୍ୟ କେଉଁଠି ନିଜର ପ୍ରଭାବ ବିସ୍ତାର କରିପାରୁନାହିଁ। ଚଳିତ ନିର୍ବାଚନରେ ସୋନପୁର ଓ ବୀରମହାରାଜପୁର ଆସନରେ ବିଜେପିର ସଂଗଠନ ସୁଦୃଢ ରହିଥିଲା। ତେବେ ଭୁଲ ପ୍ରାର୍ଥୀ ଚୟନ କାରଣରୁ ବିଜେପିର ଦୁଇ ଟାଣୁଆ ନେତା ଏବେ ବିଜେପିର ଭୋଟ ବିଭାଜିତ କରୁଛନ୍ତି।

ଟିଟିଲାଗଡ ଆସନରେ ମଧ୍ୟ ଏଥର ବିଜେଡ଼ିର ବାଟ ସୁଗମ ମନେ ହେଉନାହିଁ। ୨୦୧୪ ନିର୍ବାଚନ ପରି ଏଥର ବିଜେଡି ଲାଗି ବଲାଙ୍ଗୀର ଆଦୌ ସହଜ ନୁହେଁ। ଗତଥର କେବଳ ସୋନପୁର ଓ ବୀର ମହାରାଜପୁରରୁ କଳିକେଶ ୭୦ ହଜାର ଅଧିକ ଭୋଟ ପାଇଥିଲେ। ଏଥର ତାହା ସହଜ ଲାଗୁ ନାହିଁ। କଂଗ୍ରେସ କେତେ ଭୋଟ ପାଉଛି, ତାରି ଉପରେ ବିଜେଡ଼ିର ବିଜୟ ନିର୍ଭର କରିବ।

ତେବେ ପୁଣି ସେ ପରିବାରବାଦ ପ୍ରସଙ୍ଗକୁ ଆମେ ଫେରିବା। ବଲାଙ୍ଗୀର ରାଜନୀତିରୁ ପରିବାରବାଦର ଏ ଅକ୍ଟୋପାସ ପଞ୍ଝା କେବେ ହୁଗୁଳା ହେବ ? ବଲାଙ୍ଗୀର ର ଭୋଟର ପରିବାର ର ସୀମା ଟପି ଏକ ମୁକ୍ତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିକଳ୍ପ ଭାବରେ କେବେ ବାଛିବେ ?

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ  sankhipta ଆପ୍, ସ୍କ୍ରିନ କୁ ଆଙ୍ଗୁଠିରେ ଘଷି ଗୋଟିଏ ପରେ ଗୋଟିଏ ଖବର ପଢି ଚାଲନ୍ତୁ)

କଂଗ୍ରେସ ବିଜେଡି ବିଜେପି ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

June 27, 2026

ରାମ ମନ୍ଦିର ମାମଲା: ଏବେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ, ତଦନ୍ତ ଦାବି

June 27, 2026
Latest News

ପାଟଣାଗଡ଼ ଅଟଳ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

June 28, 2026

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.