Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲକ୍ଷ୍ମୀପୁର ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି ଦଳ, ରାହୁଲ-ପ୍ରିୟଙ୍କା ସମେତ ୫ ନେତା ସାମିଲ
ଜାତୀୟ ଖବର

ଲକ୍ଷ୍ମୀପୁର ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି ଦଳ, ରାହୁଲ-ପ୍ରିୟଙ୍କା ସମେତ ୫ ନେତା ସାମିଲ

October 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଆଜି ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ ପ୍ରତିନିଧୀ ଏହି ଘଟଣାର ସତ୍ୟପାଠ ସହ ଜଡିତ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିବେ।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଏହି ପାଞ୍ଚ ଜଣିଆ କଂଗ୍ରେସ ପ୍ରତିନିଧି ଦଳରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡଗେ, ବରିଷ୍ଠ ନେତା ଏ.କେ ଆଣ୍ଟୋନି, ଗୁଲାମ ନବୀ ଆଜାଦ, ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ ଅଛନ୍ତି।

ଏଥିସହ ଲକ୍ଷ୍ମୀପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଗିରଫ ହେବା ପରେ ଭାରତୀୟ କିଷାନ ୟୁନିଅନ (ବି.କେ.ୟୁ) ର ଜାତୀୟ ମୁଖପାତ୍ର ରାକେଶ ଟିକାଏତ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ଅଜୟ ମିଶ୍ର ତାଙ୍କ ପଦରେ ରହିଛନ୍ତି, ସେ ପର୍ଯ୍ୟନ୍ତ ନ୍ୟାୟଯୁକ୍ତ ଅନୁସନ୍ଧାନ କରିବା ସମ୍ଭବ ନୁହେଁ ବୋଲି ରାକେଶ ଟିକାଏତ କହିଛନ୍ତି। ଏଥି ସହ ଯଦି ସେ ଇସ୍ତଫା ନ ଦିଅନ୍ତି ତେବେ ଆନ୍ଦୋଳନ କରାଯିବ ବୋଲି ରାକେଶ ଚେତାବନୀ ଦେଇଛନ୍ତି।

ଲକ୍ଷ୍ମୀପୁର ଖେରୀରେ ରାକେଶ ଟିକାଏତ କହିଛନ୍ତି, “ଯଦି କେନ୍ଦ୍ର ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ଆମେ ଏଠାରୁ ଆନ୍ଦୋଳନ ଘୋଷଣା କରିବୁ। ଏ ସମ୍ପର୍କରେ ଲକ୍ଷ୍ନୌରେ ଏକ ବଡ ପଞ୍ଚାୟତ ହେବ ବୋଲି ସେ କହିଛନ୍ତି। ଲକ୍ଷ୍ମୀପୁର ମାମଲାରେ ରାକେଶ ଟିକାଏତ ତାଙ୍କ ଯୋଜନା ବିଷୟରେ କହିଛନ୍ତି ଯେ, ହିଂସାରେ ନିହତ ହୋଇଥିବା ଚାଷୀଙ୍କ ପାଉଁଶ ଦେଶର ପ୍ରତ୍ୟେକ ଜିଲ୍ଲାକୁ ଯିବ ଏବଂ ଲୋକମାନେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଅରଦାସରେ କୃଷକଙ୍କ ୫ ଟି ବଡ ନିଷ୍ପତ୍ତି:

– ଅକ୍ଟୋବର ୧୫ ତାରିଖରେ, ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯିବ।

– ଅକ୍ଟୋବର ୧୮ ତାରିଖରେ ଟ୍ରେନ୍ ବନ୍ଦ କରାଯିବ।

– ଅକ୍ଟୋବର ୨୪ ତାରିଖରେ ଅସ୍ଥି ବୁଡ଼ ପକାଯିବ।

– ମୃତ ୫ କୃଷକଙ୍କ ଶହୀଦ ସ୍ମୃତି ସ୍ମାରକୀ ନିର୍ମାଣ କରାଯିବ।

– ୨୬ ତାରିଖରେ ଲକ୍ଷ୍ନୌରେ ଏକ ମହାପଞ୍ଚାୟତ ଅନୁଷ୍ଠିତ ହେବ।

ପୂର୍ବତନ କଂଗ୍ରେସ ସଭାପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ହିଂସା ସ୍ମାରକପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବୀମା ନାହିଁ ତ ପେଟ୍ରୋଲ ନାହିଁ!

August 5, 2026

ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ” ସମ୍ମାନରେ ସମ୍ମାନିତ ଓଡ଼ିଶାର ଜଳବାୟୁ କର୍ମୀ ମୋକ୍ଷା ଧୃତି

August 5, 2026

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ବୁଧବାର ରାଶିଫଳ

August 5, 2026
Latest News

ବୀମା ନାହିଁ ତ ପେଟ୍ରୋଲ ନାହିଁ!

August 5, 2026

ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ” ସମ୍ମାନରେ ସମ୍ମାନିତ ଓଡ଼ିଶାର ଜଳବାୟୁ କର୍ମୀ ମୋକ୍ଷା ଧୃତି

August 5, 2026

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ

August 5, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଫାଇଲ ଚୋରି ଘଟଣା: ଆସିଲା ବିଜେପି ର ପ୍ରତିକ୍ରିୟା

August 5, 2026

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.