Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କ୍ୟାବିନେଟ ମଞ୍ଜୁରି ସହିତ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ପାଇଁ ହେଲା ମାର୍ଗପ୍ରଶସ୍ତ
ଜାତୀୟ ଖବର

କ୍ୟାବିନେଟ ମଞ୍ଜୁରି ସହିତ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ପାଇଁ ହେଲା ମାର୍ଗପ୍ରଶସ୍ତ

October 21, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ ମଞ୍ଜୁର କରାଯାଇଛି। ଏହା ସହିତ ବହୁମୁଖି ଯୋଗଯୋଗ ବା ମଲ୍ଟିମୋଡାଲ କନେକ୍ଟିଭିଟି ଯୋଗାଇ ଦେବା ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା, ରୂପାୟନ, ଅନୁଧ୍ୟାନ ଏବଂ ସହାୟକ ବ୍ୟବସ୍ଥା ନିମନ୍ତେ ଏକ ସଂସ୍ଥାଗତ ଢାଞ୍ଚାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି।

ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଅକ୍ଟୋବର ୨୦୨୧ରେ ମଲ୍ଟିମୋଡାଲ କନେକ୍ଟିଭିଟି ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ  ଅନୁମୋଦନ କରିଥିଲେ। ଏହାର କାର୍ଯ୍ୟକାରିତା ଢାଞ୍ଚାରେ ସାମିଲ ରହିଛି ସଚିବମାନଙ୍କର ଏକ କ୍ଷମତାସମ୍ପନ୍ନ ଗୋଷ୍ଠୀ (ଇଜିଓଏସ), ନେଟୱର୍କ ଯୋଜନା ପ୍ରସ୍ତୁତି ଗୋଷ୍ଠୀ (ଏନପିଜି), ଆବଶ୍ୟକ ବୈଷୟିକ ଦକ୍ଷତା ସହିତ ଏକ ବୈଷୟିକ ସହାୟତା ୟୁନିଟ (ଟିଏସୟୁ)।

ଇଜିଓଏସରେ କ୍ୟାବିନେଟ ସଚିବ ଅଧ୍ୟକ୍ଷତା କରିବେ ଏବଂ ଏଥିରେ ୧୮ ଟି ମନ୍ତ୍ରଣାଳୟର ସଚିବମାନେ ସଦସ୍ୟ ରହିବେ। ଗୋଷ୍ଠୀର ଆବାହକ ଭାବେ ଲଜିଷ୍ଟିକ୍ସ ଡିଭିଜନର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ। ସମନ୍ୱୟ ଦକ୍ଷତା ସୁନିଶ୍ଚିତ କରିବା ଲାଗି ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା ଏବଂ ଅନୁଧ୍ୟାନ କରିବା ଇଜିଓଏସ ପାଇଁ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ମାଷ୍ଟର ପ୍ଲାନରେ କୌଣସି ପ୍ରକାରର ପରବର୍ତ୍ତୀ ସଂଶୋଧନ ଲାଗୁ କରିବା ଲାଗି ଢାଞ୍ଚା ଓ ମାନଦଣ୍ଡ ସମ୍ପର୍କରେ ସୁପାରିସ କରିବା ନିମନ୍ତେ ଇଜିଓଏସକୁ କ୍ଷମତା ପ୍ରଦାନ କରାଯାଇଛି। ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ସମକାଳୀନ କରିବା ଲାଗି ଏହି ଗୋଷ୍ଠୀ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଏବଂ ନିର୍ଦ୍ଧାରିତ ଢାଞ୍ଚା ପ୍ରସ୍ତୁତ କରିବ। ଏହାଛଡ଼ା ବିଭିନ୍ନ ଭିତ୍ତିଭୂମି ବିକାଶ ଯୋଜନାଗୁଡ଼ିକ ଯେପରି ଗୋଟିଏ ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମର ଅଂଶବିଶେଷ ହୋଇପାରିବେ ଇଜିଓଏସ ତାହା ସୁନିଶ୍ଚିତ କରିବ। ଇସ୍ପାତ, କୋଇଲା, ସାର ଆଦି ବିଭିନ୍ନ ମନ୍ତ୍ରଣାଳୟର ଆବଶ୍ୟକତା ମୁତାବକ ଦକ୍ଷତାପୂର୍ଣ୍ଣ ଭାବେ ମୋଟ୍ ଆକାରର ସାମଗ୍ରୀ ପରିବହନ କ୍ଷେତ୍ରରେ, ଦେଖାଦେଉଥିବା ଚାହିଦା ପୂରଣ ଲାଗି ମଧ୍ୟ ଇଜିଓଏସ ହସ୍ତକ୍ଷେପ କରିପାରିବ।

ବିଭିନ୍ନ ଭିତ୍ତିଭୂମି ମନ୍ତ୍ରଣାଳୟର ନେଟୱର୍କ ଯୋଜନା ପ୍ରସ୍ତୁତି ବିଭାଗର ମୁଖ୍ୟମାନଙ୍କୁ ନେଇ ଏକ ନେଟୱର୍କ ଯୋଜନା ପ୍ରସ୍ତୁତି ଗୋଷ୍ଠୀ (ଏନପିଜି)ର ଗଠନ, ଢାଞ୍ଚା ଓ ସନ୍ଦର୍ଭ ସର୍ତ୍ତାବଳୀକୁ ମଧ୍ୟ ସିସିଇଏ ଅନୁମୋଦନ କରିଛି। ଏହି ଗୋଷ୍ଠୀ ଇଜିଓଏସକୁ ସହାୟତା ଯୋଗାଇ ଦେବ।

ଆହୁରି, ନେଟୱର୍କଗୁଡ଼ିକର ସାମଗ୍ରିକ ଏକୀକରଣ ସହ ଜଡିତ ଜଟିଳତା, କୌଣସି କ୍ଷେତ୍ରର ସାମଗ୍ରିକ ବିକାଶ ଲାଗି ସମାନ ପ୍ରକାରର କାର୍ଯ୍ୟଗୁଡ଼ିକର ଦୋହରୀକରଣ ଏଡ଼ାଇବା ଏବଂ ସୂକ୍ଷ୍ମ ଯୋଜନା ବିବରଣୀ ମାଧ୍ୟମରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାକୁ ଦୃଷ୍ଟିରେ ରଖି ବୈଷୟିକ ସହାୟତା ୟୁନିଟ (ଟିଏସୟୁ)କୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ଟିଏସୟୁ ଆବଶ୍ୟକ ଦକ୍ଷତା ଯୋଗାଇ ଦେବ। ଟିଏସୟୁର ଢାଞ୍ଚାକୁ ମଧ୍ୟ ଅନୁମୋଦନ କରାଯାଇଛି। ଟିଏସୟୁରେ ବିମାନ ଚଳାଚଳ, ସାମୁଦ୍ରିକ କ୍ଷେତ୍ର, ଗଣ ପରିବହନ, ରେଳ, ସଡ଼କ ଓ ରାଜପଥ, ବନ୍ଦର ଆଦି ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରର ବିଶେଷଜ୍ଞମାନେ ରହିବେ। ଏହାବ୍ୟତୀତ ସହରାଞ୍ଚଳ ଓ ପରିବହନ ଯୋଜନା ପ୍ରସ୍ତୁତି, ଢାଞ୍ଚା (ସଡ଼କ, ସେତୁ ଓ ଅଟ୍ଟାଳିକା), ଶକ୍ତି, ପାଇପଲାଇନ, ଜିଆଇଏସ, ଆଇସିଟି, ଅର୍ଥ/ବଜାର, ପିପିପି, ଲଜିଷ୍ଟିକ୍ସ, ଡାଟା ଆନାଲିଟିକ୍ସ ଆଦି ବିଷୟ ବିଶେଷଜ୍ଞମାନେ ମଧ୍ୟ ଟିଏସୟୁରେ ସାମିଲ ରହିବେ।

ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଉଦ୍ଦେଶ୍ୟ ହେଉଛି ବିଭାଗୀୟ ବାଧାଗୁଡ଼ିକୁ ଦୂର କରିବା। ଏହାଛଡ଼ା ବହୁମୁଖି ଯୋଗାଯୋଗ (ମଲ୍ଟିମୋଡାଲ କନେକ୍ଟିଭିଟି) ଏବଂ ଅନ୍ତିମ ଦୂରତାରେ ଯୋଗାଯୋଗ (ଲାଷ୍ଟ ମାଇଲ୍ କନେକ୍ଟିଭିଟି) ପ୍ରଦାନ କରିବା ଲାଗି ସାମଗ୍ରିକ ଓ ସମନ୍ୱିତ ଦୃଷ୍ଟିକୋଣ ନେଇ ପ୍ରକଳ୍ପଗୁଡ଼ିକର ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବା। ଏହା ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ। ଏହା ଉପଭୋକ୍ତା, ଚାଷୀ, ଯୁବକଙ୍କ ସହିତ ବ୍ୟବସାୟ କ୍ଷେତ୍ରକୁ ବ୍ୟାପକ ଆର୍ଥିକ ଲାଭ ପ୍ରଦାନ କରିବ।

କ୍ୟାବିନେଟ ଅନୁମୋଦନ ସହିତ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ଆହୁରି ତ୍ୱରାନ୍ୱିତ ହୋଇପାରିବ। ଯାହାଫଳରେ ଦେଶରେ ଭିତ୍ତିଭୂମି ବିକାଶ ପାଇଁ ଏକ ସାମଗ୍ରିକ ଏବଂ ସମନ୍ୱିତ ଯୋଜନା ପ୍ରସ୍ତୁତି ଢାଞ୍ଚା କାର୍ଯ୍ୟକାରୀ ହେବ।

ପିଏମ ଗତିଶକ୍ତି ଯୋଜନାକୁ ମଞ୍ଜୁରି ମିଳିବା ପରେ, ଏହା ବିଭିନ୍ନ ଅଂଶୀଦାରମାନଙ୍କୁ ଏକତ୍ରିତ କରିପାରିବ ଏବଂ ପରିବହନର ବିଭିନ୍ନ ମାଧ୍ୟମକୁ ସମନ୍ୱିତ କରିବାରେ ସହାୟକ ହେବ। ମଲ୍ଟିମୋଡାଲ କନେକ୍ଟିଭିଟି ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଏକ ସାମଗ୍ରିକ ପ୍ରଶାସନ ସୁନିଶ୍ଚିତ କରିବ ଯାହାର କେନ୍ଦ୍ରରେ ଭାରତର ଜନସାଧାରଣ, ଭାରତର ଉଦ୍ୟୋଗ ଜଗତ, ଭାରତର ଉତ୍ପାଦନକାରୀ ଏବଂ ଭାରତର ଚାଷୀମାନେ ରହିବେ।

ଆର୍ଥିକ ବ୍ୟାପାର ନରେନ୍ଦ୍ର ମୋଦୀ ମାଷ୍ଟର ପ୍ଲାନ ସିସିଇଏ
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026

ସ୍ୱାଧୀନତା ଦିବସରେ BSNLର ‘୧ ଟଙ୍କା ଫ୍ରିଡମ୍ ଅଫର୍’; ଦୈନିକ ୧ଜିବି ଡାଟା ଓ ଅସୀମିତ କଲ୍ ସୁବିଧା

August 15, 2026

ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

August 15, 2026
Latest News

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026

ସ୍ୱାଧୀନତା ଦିବସରେ BSNLର ‘୧ ଟଙ୍କା ଫ୍ରିଡମ୍ ଅଫର୍’; ଦୈନିକ ୧ଜିବି ଡାଟା ଓ ଅସୀମିତ କଲ୍ ସୁବିଧା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.