Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ୍ତ୍ରୀ ଦିବ୍ୟଶଙ୍କର ପ୍ରସଂଗକୁ ଗମ୍ଭିରତା ସହ ନେଲେ ନବୀନ, କେତେବେଳେ କଣ କରି ଦେବେ କହି ହେବ ନାହିଁ
ବିଶେଷ ଖବର

ମନ୍ତ୍ରୀ ଦିବ୍ୟଶଙ୍କର ପ୍ରସଂଗକୁ ଗମ୍ଭିରତା ସହ ନେଲେ ନବୀନ, କେତେବେଳେ କଣ କରି ଦେବେ କହି ହେବ ନାହିଁ

October 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ଦିବ୍ୟଶଙ୍କର ପ୍ରସଂଗକୁ ଗମ୍ଭିରତା ସହ ନେଲେ ନବୀନ, କେତେବେଳେ କଣ କରି ଦେବେ କହି ହେବ ନାହିଁ

ଭୁବନେଶ୍ବର: ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ମମିତା ହତ୍ୟା ମାମଲାରେ ଯୋଡିହେବା ପ୍ରସଂଗକୁ ଖୁବ ଗମ୍ଭିରତା ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ପ୍ରମାଣ ହେଲା ଗତକାଲି ମୟୁରଭଂଜରେ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ। ଏଥିରେ ଦିବ୍ୟଶଙ୍କର ଯୋଗଦେବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା।

ସୂଚନା ଅନୁସାରେ ମୟୁରଭଂଜର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅତିଥୀ ଭାବେ ଯୋଗ ଦେଇଥାଆନ୍ତେ। ସେଠାରେ ସେ 4 ମିନଟ ପାଇଁ ଭାଷଣ ଦେଇ ଥାଆନ୍ତେ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ମମିତା ହତ୍ୟା ପ୍ରସଂଗ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେବକୁ ନବୀନ ବାତିଲ କରି ଦେଇଥିଲେ।

ପରବର୍ତ୍ତି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ନ ବସିଲେ ମଧ୍ୟ ଉଦଳାରେ ଆୟୋଜିତ ସ୍ମାର୍ଟ କାର୍ଡ ବଣ୍ଟନରେ ଯୋଗଦେବେ ବୋଲି ନିଷ୍ପତି ହେଲା। ସେହି ଅନୁସାରେ ମନ୍ତ୍ରୀ ଦିବ୍ୟଶଙ୍କର ଉଦଳା ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ହେଲେ ଗୁଇନ୍ଦା ରିପୋର୍ଟ ଅନୁସାରେ ତାହାକୁ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ କରାଗଲା। ତାଙ୍କର ଗସ୍ତ ଥରେ ବାତିଲ ହେବା ପରେ ପୁଣି ଉଦଳାରେ ଅତିଥୀ କରିବା ନିଷ୍ପତିକୁ ନେଇ ନବୀନ କୁଆଡେ ଖପ୍ପା ହୋଇପଡିଛନ୍ତି।

ମୟୁରଭଂଜରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏ ନେଇ ତନାଘନା ଆରମ୍ଭ କରିଛନ୍ତି। ପ୍ରକୃତରେ ସେହି ଘରୋଇ କଲେଜକୁ ବେଆଇନି ଭାବେ ସରକାରୀ ସାହାଯ୍ୟ ଦିଆଯାଇଛି କି ନାହିଁ ତାହା ଜାଣିବାକୁ ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ତନାଘନା ଦେଖି ଦିବ୍ୟଶଙ୍କରଙ୍କ ଗଡଫାଦରମାନେ ହତୋତ୍ସାହ ହୋଇପଡିଛନ୍ତି। ତାଙ୍କୁ ବର୍ତ୍ତମାନ ସୁରକ୍ଷା ଦେବା ଅସମ୍ଭବ ବୋଲି ସେମାନେ ଅନୁମାନ କରିସାରିଲେଣି।

ତେବେ ମୁଖ୍ୟମନ୍ତ୍ରୀଙ୍କ ମୁଡ ଦେଖି ଏହି ଗଡଫାଦରମାନେ ତାଙ୍କୁ ବୁଝାଇବାରେ ଲାଗିଛନ୍ତି ଯେ ବର୍ତ୍ତମାନ ତତଲା ପରିସ୍ଥିତିରେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ। ଯଦି ଦିବ୍ୟଶଙ୍କରଙ୍କ ଉପରେ ପଦକ୍ଷେପ ନିଆଯିବ ତେବେ ତାହାର ଶ୍ରେୟ ବିରୋଧୀ ଦଳ ନେବେ। ସେଥିପାଇଁ ଏହି ଘଟଣାଟି ଥମିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଉପଦେଶ ଦିଆଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ସେଥିରେ ସମ୍ମତି ଦେଇ ନ ଥିଲେ ମଧ୍ୟ କେତେବେଳେ କଣ କରିଦେବେ ତାହା କହି ହେବ ନାହିଁ ।

ନବୀନ ପଟ୍ଟନାୟକ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମମିତା ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାରରୁ ବଡ ଖବର: ବିଜେପିରେ ମିଶିବ କି ଉପେନ୍ଦ୍ର କୁଶୱାହାଙ୍କ ଦଳ?

March 2, 2026

“ପାକିସ୍ତାନୀମାନଙ୍କ ଗ୍ରୀନ୍ କାର୍ଡ ଏବଂ ଭିସା ରଦ୍ଦ ହେଉ”: ଭାରତର ନାମ ନେଇ ଆମେରିକା ନେତାଙ୍କ ଦାବି

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Latest News

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାରରୁ ବଡ ଖବର: ବିଜେପିରେ ମିଶିବ କି ଉପେନ୍ଦ୍ର କୁଶୱାହାଙ୍କ ଦଳ?

March 2, 2026

ଘୋଷଣା ହେଲା ଭାରତ-ଆଫଗାନିସ୍ତାନ ଦ୍ୱିପାକ୍ଷିକ ଦିନିକିଆ ସିରିଜ: ଜାଣନ୍ତୁ କାର୍ଯ୍ୟସୂଚୀ

March 2, 2026

“ପାକିସ୍ତାନୀମାନଙ୍କ ଗ୍ରୀନ୍ କାର୍ଡ ଏବଂ ଭିସା ରଦ୍ଦ ହେଉ”: ଭାରତର ନାମ ନେଇ ଆମେରିକା ନେତାଙ୍କ ଦାବି

March 2, 2026

ଖାମେନେଇଙ୍କ ହତ୍ୟା ବିରୋଧରେ ହିଂସାତ୍ମକ ପ୍ରତିବାଦ ଜାରି: ଲୁହବୁହା ଗ୍ୟାସ୍ ମାଡ଼ କଲା ପୋଲିସ 

March 2, 2026

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.