Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୃତ୍ୟକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ
ବିଶେଷ ଖବର

କରୋନା ମୃତ୍ୟକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

November 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଆସନ୍ତାକାଲିଠାରୁ କୋଭିଡ୍‍ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ସେଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂପର୍କିୟମାନେ ଆନଲାଇନରେ ଆବେଦନ କରିବେ। ସେଥିପାଇଁ ଏକ ସ୍ୱତନ୍ତ୍ର ଆପ୍‍ ଓ ସଫ୍ଟୱେର ପ୍ରସ୍ତୁତ କରାଯାଇଛି। ସେଥିରେ ଆବେଦନ କରିବାକୁ ପଡିବ।

ଅନୁକମ୍ପା ରାଶି ପାଇବାକୁ କେମିତି କରିବେ ଆବେଦନ

ଅନୁକମ୍ପା ରାଶି ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର ୱେବସାଇଟ କରାଯାଇଛି।  ଯାହାର ନାମ ରହିଛି ‘କୋଭିଡ-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍‌ସ ପେମେଣ୍ଟ ସିଷ୍ଟମ୍’ ବା ଇଂରାଜୀରେ CAPS ବୋଲି କୁହାଯାଇଛି। ସେଥିପାଇଁ ଯେଉଁମାନେ ଆବେଦନ କରିବେ ସେମାନେ caps.odisha.gov.in ଲଗଅନ କରିବାକୁ ପଡିବ। ସେଥିରେ ଦିଆଯାଇଥିବା ସମସ୍ତ ବିବରଣୀ ପୂରଣ କରି ସବମିଟ କରିବାକୁ ପଡିବ।

ଏହି ୱେବସାଇଟ ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ। ଏହି ଅନଲାଇନ ପକ୍ରିୟାରେ ଜିଲ୍ଲାପାଳ ସହାୟତା ରାଶିର ମଞ୍ଜୁର କରିବେ। ପରେ ମୃତକଙ୍କ ସଂପର୍କୀୟଙ୍କୁ ଡିବିଟି ଜରିଆରେ ଏହି ସହାୟତା ରାଶି ପଠାଇ ଦିଆଯିବ।

ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଇଂରାଜୀ/ଓଡ଼ିଆରେ ଜିଲ୍ଲାପାଳଙ୍କ ନିକଟରେ ଧାଯ୍ୟ ଫର୍ମାଟରେ ଆବେଦନ କରିବାକୁ ପଡିବ । ଗୋଟିଏ ମୃତ୍ୟୁ ପାଇଁ କେବଳ ଗୋଟିଏ ଦରଖାସ୍ତ ଗ୍ରହଣ କରାଯିବ । ଦରଖାସ୍ତ ସହିତ ଆବଶ୍ୟକ କାଗଜପତ୍ରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସିଏପିଏସ୍‌ ସଫଟୱେୟାରରେ ଅପ୍‌ଲୋ‌ଡ କରି ଦିଆଯିବ ।

କେମିତି ମିଳିବ ଏହି ଅନୁକମ୍ପା ରାଶି

ଆବେଦନକାରୀମାନେ ଜିଲ୍ଲାପାଳଙ୍କୁ ଆବେଦନ କରିବା ପରେ ୫ ଦିନ ମଧ୍ୟରେ ତାହା ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯିବ। ସର୍ବାଧିକ ଚାରି ଦିନ ମଧ୍ୟରେ ତହସିଲଦାର କାଗଜପତ୍ର ଯାଞ୍ଚ କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବେ। ଅତିରିକ୍ତ ଜିଲ୍ଲାପାଳ ସର୍ବାଧିକ ଚାରି ଦିନ ମଧ୍ୟରେ କାଗଜପତ୍ର ଜିଲ୍ଲାପାଳଙ୍କୁ ପଠାଇବେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୩ ଦିନ ମଧ୍ୟରେ ଡିଡିଓଙ୍କୁ ପ୍ରଦାନ କରାଯିବ।

ଡିଡିଓ ଅନୁକମ୍ପାମୂଳକ ସହାୟତା ରାଶିର ବିଲିଂ କରି ଆଇଏଫଏମ୍‍ଏସ୍‍ ଜରିଆରେ ଟ୍ରେଜେରୀକୁ ପ୍ରଦାନ କରିବେ। ଟ୍ରେଜେରୀରୁ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଯିବା ପାଇଁ ସର୍ବାଧିକ ୩ ଦିନ ସମୟ ରଖାଯାଇଛି। କ୍ୟାପ୍‍ସ୍‍ ଜରିଆରେ ଅନଲାଇନ୍‍ରେ ଆବେଦନ କରିବା ପରେ ତାହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତହସିଲଦାର, ଉପ ଜିଲ୍ଲାପାଳ, ଏଡିଏମ୍‍, ଜିଲ୍ଲାପାଳ, ଡିଡିଓ, ଟ୍ରେଜରୀକୁ କାଗଜପତ୍ର ଯିବା ବ୍ୟବସ୍ଥା ହୋଇଛି।

କେଉଁମାନେ କରିବେ ଆବେଦନ

ଯେଉଁମାନେ କୋଭିଡରେ ମୃତ୍ୟୁବରଣ କରିଥିବେ ସେମାନଙ୍କର ନିକଟ ସଂପର୍କିୟଙ୍କୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ। ଯଦି ଜଣଙ୍କ ପରିବାରରେ ଏକାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବ ତେବେ ପ୍ରତ୍ୟେକଙ୍କ ପାଇଁ ମଧ୍ୟ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ତେବେ ସେଥିପାଇଁ ଏହି ୱେବ ସାଇଟରେ ଧ୍ୟାନର ସହିତ ପୂରଣ କରିବା ବେଳେ ସମସ୍ତଙ୍କ ନାମ ପ୍ରଦାନ କରିବାକୁ ପଡିବ।

ଏଥିରେ ମୃତକଙ୍କ ଆଧାର କାର୍ଡ କିମ୍ବା କୌଣସି ସରକାରୀ ପରିଚୟ ପତ୍ରର ନମ୍ବର ଦେବାର ଆବଶ୍ୟକ ରହିଛି। ଏକାଧିକ ମୃତ୍ୟୁ ମାମଲାରେ ସମସ୍ତଙ୍କ ପରିଚନ ପତ୍ର ସଲଂଗ୍ନ କରାଯିବ। ତେବେ କୋଭିଡରେ ଡାକ୍ତରଖାନାରେ ମୃତ୍ୟୁ ବ୍ୟତିତ ଅନ୍ୟମାନଙ୍କୁ ମଧ୍ୟ ଏହି ସାହାଯ୍ୟ ପ୍ରଦାନ କରାଯିବ।

ଯେଉଁମାନେ କୋଭିଡ ଆକ୍ରାନ୍ତ ହୋଇ ଭଲ ହେବାର 30 ଦିନ ମଧ୍ୟରେ ମୃତ୍ୟୁ ବରଣ କରିଥିବେ ସେମାନଙ୍କୁ ମଧ୍ୟ ଅନୁକମ୍ପା ରାଶି ଦିଆଯିବ। ସେହିପରି କୋଭିଡ ଆକ୍ରାନ୍ତ ହୋଇ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସେମାନଙ୍କୁ ଏହି ରାଶି ପ୍ରଦାନ କରାଯିବର ବନ୍ଦୋବସ୍ତ କରାଯାଇଛି।

corona death ଓଡିଶାରେ କରୋନା ମୃତ୍ୟୁ କରୋନା ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026
Latest News

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.