Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଘୋଷଣା ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ବିଶେଷ ଖବର

ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଘୋଷଣା ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

November 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ତା୧୦-୧୧-୨୧) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନଭେମ୍ବର ୧୫ତାରିଖକୁ ଜନଜାତୀୟ ଗୌରବ ଦିବସଭାବେ ପାଳନ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ମହାନ୍ ପରାକ୍ରମୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏହି ଦିବସକୁ ଉତ୍ସର୍ଗ କରାଯାଇଛି। ଏହାଫଳରେ ଆଗାମୀ ପିଢି ଦେଶ ପାଇଁ ଏହି ମହାନ୍ ଆଦିବାସୀ ସଂଗ୍ରାମୀମାନଙ୍କର ବଳିଦାନ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ଅନେକ ଆଦିବାସୀ ଗୋଷ୍ଠୀ ଯେପରିକି ସାନ୍ତାଳ, ତମାର, କୋହ୍ଲ, ଭିଲ, ଖାସୀ ଓ ମିଜୋ ଯୋଗୁଁ ମଜବୁତ ହୋଇଥିଲା। ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ଦ୍ୱାରା ବୈପ୍ଲବିକ ଆନ୍ଦୋଳନ ସେମାନଙ୍କ ଅସୀମ ପରାକ୍ରମ ଓ ଚରମ ତ୍ୟାଗ ଯୋଗୁଁ ସମ୍ଭବ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ଉପନିବେଶୀୟ ଶାସନ ବିରୁଦ୍ଧରେ ହୋଇଥିବା ଆଦିବାସୀ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ସହ ଯୋଡି ହୋଇ ଦେଶବ୍ୟାପୀ ଭାରତୀୟମାନଙ୍କୁ ଉତ୍ସାହିତ କରିଥିଲା। ତେବେ ଅଧିକାଂଶ ଆଦିବାସୀ ବୀରମାନଙ୍କ ସମ୍ପର୍କରେ ବିଶେଷ ଜାଣନ୍ତି ନାହିଁ। ୨୦୧୬ ମସିହା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଭାରତ ସରକାର ଦେଶବ୍ୟାପୀ ଦଶଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସ୍ଥାପନ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହି ଦିବସଟି ହେଉଛି ବିର୍ସା ମୁଣ୍ଡାଙ୍କ ଶତବାର୍ଷିକୀ ଯାହାଙ୍କୁ ଦେଶବ୍ୟାପୀ ଆଦିବାସୀମାନେ ଭଗବାନଭାବେ ମାନନ୍ତି। ବିର୍ସାମୁଣ୍ଡା ବ୍ରିଟିଶ ଉପନିବେଶୀୟ ଶୋଷଣ ବିରୁଦ୍ଧରେ ଅସୀମ ସାହସର ସହ ସୁଦୀର୍ଘ ସଂଗ୍ରାମର ନେତୃତ୍ୱ ନେଉଥିଲେ ଯାହା ଉଲଗୁଲାନ(ବିପ୍ଳବ) ନାମରେ ପ୍ରସିଦ୍ଧି ଲାଭ କରିଥିଲା। ଜନଜାତୀୟ ଗୌରବ ଦିବସ ଘୋଷଣା ଆଦିବାସୀ ଜନମାନସର ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟର ଏକ ସ୍ୱୀକୃତି। ଏହି ଦିବସ ପ୍ରତିବର୍ଷ ପାଳିତ ହୋଇ ଆଦିବାସୀମାନଙ୍କ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଭାରତୀୟ ମୂଲ୍ୟବୋଧ ଓ ଶୌର୍ଯ୍ୟ, ସେବା ଓ ଜାତୀୟ ଗର୍ବ ଲୋକଲୋଚନକୁ ଆଣିବ । ବିର୍ସା ମୁଣ୍ଡା ଶେଷ ନିଶ୍ୱାସ ତ୍ୟାଗ କରିଥିବା ରାଞ୍ଚିର ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ।

ଭାରତ ସରକାର ନଭେମ୍ବର ୧୫ରୁ ୨୨, ୨୦୨୧ ପର୍ଯ୍ୟନ୍ତ ସାତଦିନ ଧରି ଆଦିବାସୀମାନଙ୍କ ୭୫ବର୍ଷର ଗୌରବମୟ ଇତିହାସ ସଂସ୍କୃତି ଓ ସାଫଲ୍ୟକୁ ଉତ୍ସବଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି।

ଏହି ଉତ୍ସବ ପାଳନର ଅଂଶସ୍ୱରୂପ ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ହାତକୁ ନେଇଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ମୂଳରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ଅବଦାନ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଭିତ୍ତିଭୂମି ଓ କୌଶଳ ବିକାଶ କ୍ଷେତ୍ରରେ ନିଆଯାଉଥିବା କଲ୍ୟାଣ ମୂଳକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା ରହିବ। କାର୍ଯ୍ୟକ୍ରମ ଗୁଡିକରେ ଅନନ୍ୟ୍ୟ ଆଦିବାସୀ  ସାଂସ୍କୃତିକ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ, ଅଧିକାର ଚଳଣି, ପରମ୍ପରା, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟପେୟ ଓ ଜୀବନଜୀବିକାର ଝଲକ ରହିବ।

କେନ୍ଦ୍ର କ୍ୟାବିନେଟ ଜନଜାତୀୟ ଗୌରବ ଦିବସ ନଭେମ୍ବର ୧୫ ବିର୍ସା ମୁଣ୍ଡା ଶତବାର୍ଷିକୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026
Latest News

ଆଜି ଜୁଲାଇ ୨୧ ତାରିଖ ମଙ୍ଗଳବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର

July 21, 2026

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.