Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ଆରମ୍ଭ ହେଲା ଜୀବ ମଙ୍ଗଳ ଯୋଜନା, ଏଥିରେ ପ୍ରାଣୀମାନଙ୍କ ପାଇଁ ରହିଛି ବିଭିନ୍ନ ସୁବିଧା
ବିଶେଷ ଖବର

ଓଡିଶାରେ ଆରମ୍ଭ ହେଲା ଜୀବ ମଙ୍ଗଳ ଯୋଜନା, ଏଥିରେ ପ୍ରାଣୀମାନଙ୍କ ପାଇଁ ରହିଛି ବିଭିନ୍ନ ସୁବିଧା

November 11, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଆରମ୍ଭ ହେଲା ଜୀବ ମଙ୍ଗଳ ଯୋଜନା, ଏଥିରେ ପ୍ରାଣୀମାନଙ୍କୁ ପାଇଁ ରହିଛି ବିଭିନ୍ନ ସୁବିଧା

ଭୁବନେଶ୍ୱର: ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବାର ହକ୍‌ଦାର ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷିଭବନସ୍ଥିତ ପ୍ରେକ୍ଷାଳୟରେ ଜୀବ ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆରମ୍ଭ କର୍ମଶାଳାର ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି ।

ମଣିଷର ସୁବିଧାବାଦୀ ଜୀବନଶୈଳୀ ପାଇଁ ବୁଲା ଓ ବେସାହାରା ପ୍ରାଣୀଙ୍କ ଜୀବନରେ ବିପର୍ଯ୍ୟୟ ସୃଷ୍ଟି ହେବା ଉଚିତ୍‌ ନୁହେଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚିତ୍‌ ଦିଗ୍‌ଦର୍ଶନରେ ବୁଲା ଓ ବେସାହାରା ପ୍ରାଣୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ନୂତନ ଜୀବ ମଙ୍ଗଳ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାଗୁଡ଼ିକ ସ୍ଥାନୀୟ ସଂସ୍ଥା, ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି( SPCA), ଜୀବ ମଙ୍ଗଳ କାର୍ଯ୍ୟକ୍ରମ ସହ ଜଡ଼ିତ ସ୍ବେଚ୍ଛାସେବୀ ବେସରକାରୀ ସଂଗଠନ ଏବଂ ରାଜ୍ୟ ଜୀବ ମଙ୍ଗଳ ପରିଷଦର ସମନ୍ୱୟରେ କାର୍ଯ୍ୟକାରୀ ହେବ ।

ରାଜ୍ୟରେ ନୂତନ ଗୋରୁ ଆଶ୍ରୟ ଗୃହ, ଗୋଶାଳା ପ୍ରତିଷ୍ଠା ପାଇଁ ଜୀବ ମଙ୍ଗଳ ସହ ଜଡ଼ିତ ସେ୍ୱଚ୍ଛାସେବୀ ଅଣ-ସରକାରୀ ସଂଗଠନଗୁଡ଼ିକ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇ ପାରିବେ । ମ୍ୟୁନିସିପାଲ କର୍ପୋରେସନ, ମ୍ୟୁନିସିପାଲିଟି ଏବଂ ଏନ୍‌.ଏ.ସି.ରେ ବୁଲା ଗୋରୁ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ସଂଗଠନଗୁଡ଼ିକୁ ପୁଞ୍ଜି ଭିତ୍ତିଭୂମି ସହାୟତା ଦିଗରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଗୋରୁ ଆଶ୍ରୟସ୍ଥଳର କ୍ଷମତାକୁ ଆଧାର କରି ସରକାର ୧୬ ରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ପୁଞ୍ଜି ଅନୁଦାନ ପ୍ରଦାନ କରିବେ । ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବଗୁଡ଼ିକ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ । କ
ବୁଲା ଓ ବେସାହାରା ପ୍ରାଣୀଙ୍କୁ ଚିକିତ୍ସା ସେବା ଓ ଆଶ୍ରୟସ୍ଥଳ ପ୍ରଦାନ ନିମନ୍ତେ ଭିତ୍ତିଭୂମି ନିର୍ମାଣ ଦିଗରେ ରାଜ୍ୟ ସରକାର ଜୀବ ମଙ୍ଗଳ ସହ ଜଡ଼ିତ ସେ୍ୱଚ୍ଛାସେବୀ ସଂଗଠନଗୁଡ଼ିକୁ ସହାୟତା ଯୋଗାଇ ଦେବେ ।

ଏହି ଯୋଜନାଗୁଡ଼ିକ ରାଜ୍ୟ ଜୀବ ମଙ୍ଗଳ ବୋର୍ଡ ଦ୍ୱାରା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ମାଧ୍ୟମରେ କାର୍ଯ୍ୟକାରୀ ହେବ । ପ୍ରାଣୀ ଚିକିତ୍ସାଳୟ , କ୍ଲିନିକ୍‌, ପ୍ରାଣୀ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ଅପରେସନ ଥିଏଟର, ଯନ୍ତ୍ରପାତି, ପଶୁ ପରିବହନ ପାଇଁ ଯାନ, ଅସୁସ୍ଥ ତଥା ପରିତ୍ୟକ୍ତ ପଶୁମାନଙ୍କ ପାଇଁ ଆଶ୍ରୟ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯୋଗ୍ୟ ସେ୍ୱଚ୍ଛାସେବୀ ସଂଗଠନଗୁଡ଼ିକ ଏହି ଯୋଜନା ଅନ୍ତର୍ଗତ ଏକାଧିକ ଉପାଦାନ ପାଇଁ ସମୁଦାୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇ ପାରିବେ ।

ପଶୁ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ (Animal Birth Control)) ଏବଂ ପ୍ରାଣୀ ଚିକିତ୍ସା ହେଲ୍‌ପ ଲାଇନ୍‌ (Animal Help Line) ସୁଦୃଢ଼ କରାଯିବ ଏବଂ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଅନଗୁଳ, ଜଗତସିଂହପୁର, ବାରିପଦା, ବ୍ରହ୍ମପୁର, ବାଲେଶ୍ୱର, ଭବାନୀପାଟଣା, ରାଉରକେଲା ଏବଂ ଯାଜପୁର ସମେତ ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । କର୍ମଶାଳାରେ ବକ୍ତବ୍ୟ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମ୍‌ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ, ଏହି ଯୋଜନାଗୁଡ଼ିକ ରାଜ୍ୟରେ ବୁଲା ଓ ବେସାହାରା ପ୍ରାଣୀଙ୍କ କଲ୍ୟାଣ ପାଇଁ ବାଟ ଫିଟାଇବ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୋନା ମହାମାରୀ ସମୟରେ ଖାଦ୍ୟାଭାବରୁ ବିକଳ ହେଉଥିବା ରାଜ୍ୟର ବୁଲା ଓ ବେସାହାରା ପ୍ରାଣୀଙ୍କ ଖାଦ୍ୟ ନିମନ୍ତେ ପ୍ରାୟ ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ବିନିଯୋଗରେ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିଥିବାରୁ ମନ୍ତ୍ରୀ ଡ. ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ।

କର୍ମଶାଳାରେ ବକ୍ତବ୍ୟ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଯୋଜନାରେ ଅଂଶୀଦାର ସଂଗଠନମାନଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ସ୍ୱାଗତ ଭାଷଣ ଦେଇଥିଲେ । ଏହି କର୍ମଶାଳାରେ ସେ୍ୱଚ୍ଛାସେବୀ ସଂଗଠନ, ପୌରପାଳିକା ପ୍ରତିନିଧି, ବିଭାଗୀୟ ଅଧିକାରୀମାନେ ଏବଂ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସକମାନେ ଅଂଶଗ୍ରହଣ କରିଥିଲେ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

August 10, 2026
Latest News

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.