Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା, ଜାଣନ୍ତୁ କଣ କଣ ବନ୍ଦ ରହିବ ବୋଲି ଦଳ କରିଛି ଘୋଷଣା
ବିଶେଷ ଖବର

ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା, ଜାଣନ୍ତୁ କଣ କଣ ବନ୍ଦ ରହିବ ବୋଲି ଦଳ କରିଛି ଘୋଷଣା

November 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା, ଜାଣନ୍ତୁ କଣ କଣ ବନ୍ଦ ରହିବ ବୋଲି ଦଳ କରିଛି ଘୋଷଣା

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏଥିରେ ରାଜ୍ୟବାସୀ ତଥା ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ସମର୍ଥନ ଦେବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ମୁଖପାତ୍ର ଡଃ ଦେବାଶିଷ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ତଥା ମୁଖପାତ୍ର ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ନିବେଦନ କରିଛନ୍ତି ।

ମମିତା ମେହର ହତ୍ୟା ଘଟଣାରେ କଂଗ୍ରେସ ଦଳ ଏହି ବନ୍ଦ କରୁଛି। ଏହା ସକାଳ ୬ ଟା ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଏହାକୁ ରାଜ୍ୟବାସୀ ଏବଂ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ ଦେବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ନିବେଦନ କରିଛନ୍ତି । ସାଧାରଣ, ମଧ୍ୟବିତ୍ତ ପରିବାର ଓ ଛୋଟ ବ୍ୟବସାୟୀଙ୍କ ହିତ ଦୃଷ୍ଟିରୁ ଏହି ବନ୍ଦକୁ ୬ ଘଣ୍ଟାରେ ସୀମିତ ରଖାଯାଇଛି । ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ । ବନ୍ଦ ସମୟରେ ଜରୁରୀକାଳିନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ ଓ ମୋଟରଯାନକୁ ଯିବାପାଇଁ ସୁଯୋଗ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନିମନ୍ତେ ଯିବାପାଇଁ ସୁଯୋଗ ଦିଆଯିବ ବୋଲି କଂଗ୍ରେ ପକ୍ଷରୁ କୁହାଯାଇଛି ।

ତେବେ ଏହି ବନ୍ଦ ବେଳେ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି କଂଗ୍ରେସ କହିଛି। ସେହିପରି ବସ୍‌, ଟ୍ରକ୍ ମାଲିକ ସଂଘ ଓ ଅଟୋଚାଳକ ସଂଘ ଏବଂ ବ୍ୟବସାୟୀ ସଂଘଙ୍କୁ ଏହି ବନ୍ଦରେ ସାମିଲ ହେବାକୁ ଦଳ ତରଫରୁ ନିବେଦନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ, ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଓଡିଶା ବନ୍ଦ ଓଡିଶା ବନ୍ଦ ଡାକରା କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ପରେ ଲକ୍ଷାଧିକ ଟଙ୍କା ଲୁଟ: ଅଭିଯୁକ୍ତ ଗିରଫ

November 13, 2025

ନିତୀଶ କୁମାରଙ୍କ ଠାରୁ ତେଜସ୍ୱୀ ଯାଦବ ଆଗୁଆ, ନୂତନ ଏକଜିଟ୍ ପୋଲ ତଥ୍ୟ ଆଶ୍ଚର୍ଯ୍ୟଜନକ

November 13, 2025

ଜନ୍ମଗତ ଅସଙ୍ଗତି ସମାଧାନରେ ଶିଶୁ ଶଲ୍ୟ ଚିକିତ୍ସକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

November 13, 2025

Kanji Anla Nabami: ଆଜି କାଞ୍ଜିଅଁଳା ନବମୀ, ଏହି ଦିନ ଶୁଖୁଆକୁ କାହିଁକି କରାଯାଏ ପୂଜା?

November 13, 2025
Latest News

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

November 13, 2025

ଅଲ-କାଏଦା ସହିତ ଜଡିତ ଆତଙ୍କବାଦୀ ନେଟୱାର୍କ ବିରୋଧରେ ପାଞ୍ଚଟି ରାଜ୍ୟରେ NIA ର ଚଢାଉ

November 13, 2025

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ପରେ ଲକ୍ଷାଧିକ ଟଙ୍କା ଲୁଟ: ଅଭିଯୁକ୍ତ ଗିରଫ

November 13, 2025

କାନାଡାରେ ଏସ. ଜୟଶଙ୍କର: G7 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଦେଲେ ଯୋଗ

November 13, 2025

ବିହାର ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ପାଇଁ ଖୁସି ଖବର: ଏହି ଉପନିର୍ବାଚନରେ ପଛରେ ପଡିଲା ବିଜେପି

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.