Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂବିତ ପାତ୍ରଙ୍କ ଶ୍ରୀଜଗନ୍ନାଥ ରାଜନୀତି, ଓଡିଶା ଓ ଓଡିଆଙ୍କ ଲାଗି ଏକ ସାମାଜିକ ସଙ୍କଟର ପ୍ରଶ୍ନ
ବିଶେଷ ଖବର

ସଂବିତ ପାତ୍ରଙ୍କ ଶ୍ରୀଜଗନ୍ନାଥ ରାଜନୀତି, ଓଡିଶା ଓ ଓଡିଆଙ୍କ ଲାଗି ଏକ ସାମାଜିକ ସଙ୍କଟର ପ୍ରଶ୍ନ

April 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Sambit Patra election campaign violate model code of conduct
Sambit Patra election campaign violate model code of conduct

କେଦାର ମିଶ୍ର

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଡାକିଛନ୍ତି ,ମୋଦିଜୀ ପଠାଇଛନ୍ତି।

ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଆମେ ଗଢି ତୋଳିବୁ।

ପୁରୀ ବ୍ରହ୍ମଗିରି ରାସ୍ତାରେ ଏମିତି ସ୍ଲୋଗାନ ଲେଖାଥିବା କିଛି ପୋଷ୍ଟର ଓ ବ୍ୟାନର ଲାଗିଛି। ଏ ପୋଷ୍ଟରର ନାୟକ ହେଉଛନ୍ତି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀମାନ ସଂବିତ ପାତ୍ର । ଯେବଠୁ ସଂବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବେ ବୋଲି ଘୋଷଣା ହେଲାଣି, ସେବଠୁ ସଂବିତ ପାତ୍ର ଆମ ସମସ୍ତଙ୍କ ଲାଗି ମନୋରଞ୍ଜନର ଏକ ମାଗଣା ପ୍ୟାକେଜ ଭାବରେ କାମ କରି ଚାଲିଛନ୍ତି। କେଉଁଠି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଧରି ନିର୍ବାଚନ ପ୍ରଚାର କଲେଣି ତ ଆଉ କେଉଁଠି ରାସ୍ତାରେ ଗଡିଲେଣି। ମୁଣ୍ଡିଆ ମାରି ମାରି ତାଙ୍କ କପାଳ ଏକ ପ୍ରକାର ଘୋରି ହୋଇଗଲାଣି। ପୁରୀ ସଦର ନିର୍ବାଚନ ମଣ୍ଡଳୀର ଜମାରସୁଆଁ ଗାଁରେ ଜଣେ ବୟସ୍କ ଭୋଟର ଆମକୁ କହିଥିଲେ, ସେ ଲୋକଟି (ସଂବିତ ପାତ୍ର) ବଡ ବିକଳ ହେଉଛନ୍ତି। ତେବେ ସମ୍ବିତଙ୍କ ଏ ପ୍ରକାର ନାଟକର ବହୁ ସମର୍ଥକ ମଧ୍ୟ ଅଛନ୍ତି। ଯେଉଁମାନେ ଜାତୀୟ ଟେଲିଭିଜନରେ ସମ୍ବିତଙ୍କ ବିତର୍କ ଦେଖିଛନ୍ତି, ସେମାନଙ୍କ ଲାଗି ସଂବିତ ଏକ ପ୍ରକାର ହିରୋ। ସମ୍ବିତଙ୍କ ପ୍ରଚାର କୌଶଳର ଏକ ମୁଖ୍ୟ ଉପାଦାନ ହେଉଛି ଧର୍ମ। ତାଙ୍କର ପ୍ରାୟ ବ୍ୟାନରରେ ଲେଖା ହୋଇଛି ଯେ “ପୁରୀ କୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଗଢି ତୋଳାଯିବ।“ ଏ ପ୍ରକାର ସ୍ଲୋଗାନ ଓ ପ୍ରତିଶୃତି ଦେଖିଲାପରେ ପ୍ରଥମ ପ୍ରଶ୍ନ ମନକୁ ଆସୁଛି- ଆଧ୍ୟାତ୍ମିକତା କଣ ଏକ ରାଜ୍ୟ ନା ଦେଶ ? ଆଧ୍ୟାତ୍ମିକତାର ଏକ ରାଜଧାନୀ ପୁଣି କଣ ? ପୁରୀ ଯଦି ଆଧ୍ୟାତ୍ମିକତା ର ରାଜଧାନୀ ହୁଏ ବାରାଣାସି ବା ଦ୍ଵାରକା କଣ ଆଧ୍ୟାତ୍ମିକତାର ଜିଲା ବା ତହସିଲ ହେବେ କି ?

ରାଜନୀତିରେ ସବୁ ଉଦ୍ଭଟତାକୁ ବାସ୍ତବ ବୋଲି ଉପସ୍ଥାପନ କରାଯାଇପାରେ। ସଂବିତ ପାତ୍ର ତାଙ୍କ ପ୍ରଚାରରେ ସେୟା କରିଚାଲିଛନ୍ତି। ତାଙ୍କ କଥାରେ ଆନ୍ତରିକତା କମ, ନାଟକୀୟତା ବେଶୀ। ପୁରୀ ଜିଲ୍ଲାର ଅନେକ ଗାଁ ଅଛି, ଯେଉଁଠି ପାତ୍ରଙ୍କୁ କେହି ଦେଖିନାହାନ୍ତି। କିନ୍ତୁ ପାତ୍ରଙ୍କ ପ୍ରଚାରତନ୍ତ୍ର ଏମିତି କହୁଛି, ଯେମିତି ସେ ପୁରୀର ଘରେ ଘରେ ପହଞ୍ଚି ସାରିଛନ୍ତି। ଓଡିଆରେ ଆମର ଗୋଟେ କଥା ଅଛି- କିଛି ବଡକୁହା ଅଛନ୍ତି, ଯେଉଁମାନେ କୁଆ ଉଡିଗଲେ, ଛୁଆ ଉଡିଗଲା ବୋଲି କହନ୍ତି। ସଂବିତ ସେ ପ୍ରକାର କଳାରେ ବେଶ ଧୁରନ୍ଧର। ପୁରୀ ଜିଲାର ରାଜନୀତିରେ ଭାରତୀୟ ଜନତା ପାର୍ଟିର ପ୍ରଭାବ ଆଜି ମଧ୍ୟ ସୀମିତ। ହେଲେ ପ୍ରଚାର ଓ ହୋ ହଲ୍ଲା ଜରିଆରେ ବିଜେପି ପୁରୀର ସହରୀ ମଧ୍ୟବିତ୍ତ ଓ ବିଜେଡ଼ିର ଅସନ୍ତୁଷ୍ଟଙ୍କ ପ୍ରିୟଭାଜନ ହେବା ଆରମ୍ଭ କରିଛି। ଇତି ମଧ୍ୟରେ ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାନସଭା କ୍ଷେତ୍ରରେ ବିଜେପିର ଲୋକପ୍ରିୟତା କିଛିଟା ବଢିଛି। ବ୍ରହ୍ମଗିରିରେ ପୂର୍ବତନ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର ବିଜେପିରେ ଯୋଗ ଦେଇଥିବାରୁ ସ୍ଵାଭାବିକ ଭାବରେ କଂଗ୍ରେସ ଭୋଟ ଏବେ ବିଜେପି ହାତକୁ ଆସିଛି। ଲୁଲୁଙ୍କ ପ୍ରତି ରହିଥିବା ଭଲପାଇବାର ଲାଭ ବିଜେପିକୁ ଏଠାରେ ମିଳୁଛି। ଏଥିରେ ବିଜେପିର ପ୍ରଭାବ ବା ସଂବିତ ପାତ୍ରଙ୍କ ବ୍ୟକ୍ତିତ୍ବର ବିଶେଷ ଅବଦାନ ନାହିଁ।

ତେବେ ଆରମ୍ଭରୁ ଆମେ ଯେଉଁ ପ୍ରସଙ୍ଗ ଉଠାଇଥିଲୁ, ଏବେ ସେଇ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ। ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ନିର୍ବାଚନରେ କୌଣସି ଧାର୍ମିକ ପ୍ରସଙ୍ଗ ଓ ସଙ୍କେତର ବ୍ୟବହାର କାରାଯାଇପାରିବ ନାହିଁ।  କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରି ସଂବିତ ନିଜ ପ୍ରଚାରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଓ ନାମକୁ ବ୍ୟବହାର କରୁଛନ୍ତି। “ମହାପ୍ରଭୁ ଶ୍ରୀ ଜଗନ୍ନାଥ ଡାକିଛନ୍ତି, ମୋଦିଜୀ ପଠାଇଛନ୍ତି” ବୋଲି କହିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମର ରାଜନୈତିକ ବ୍ୟବହାର କରିବା। ଏ ପ୍ରସଙ୍ଗରେ ବହୁ ବିଳମ୍ବରେ ନିର୍ବାଚନ କମିଶନ କାର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି। ଧାର୍ମିକତା ର ଅପପ୍ରୟୋଗ ସମ୍ବିତଙ୍କ ଲାଗି ନୂଆ ନୁହଁ। ଅନ୍ୟ ଧର୍ମ ପ୍ରତି ହିଂସ୍ର ଓ ଅସୂୟାମୂଳକ ଟିପ୍ପଣୀ ଦେବାର ଏକ କଳଙ୍କିତ ଇତିହାସ ତାଙ୍କ ନାମରେ ରହିଛି। ଭାରତୀୟ ଜନତା ପାର୍ଟିର ଜାତୀୟ ପ୍ରବକ୍ତା ଭାବରେ ଅନ୍ୟ ଧର୍ମକୁ ନିନ୍ଦିତ କରିବା ଓ ବିଶେଷ କରି ଇସଲାମ ବିରୋଧରେ ଘୃଣା ସୃଷ୍ଟି କଲାପରି ବହୁ ମନ୍ତବ୍ୟ ଶ୍ରୀ ପାତ୍ର ଦେଇଥାନ୍ତି। ବିରୋଧୀଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ର ଶବ୍ଦ ପ୍ରୟୋଗ କରିବାରେ ମଧ୍ୟ ତାଙ୍କର ଦକ୍ଷତା ବେଶ ଜଣାଶୁଣା।

ସଂବିତ ନାଟକବାଜିରେ ବେଶ ପାରଙ୍ଗମ ହୋଇଥିବାବେଳେ ତାଙ୍କର ଦୁଇ ପ୍ରତିଯୋଗୀ ବିଜେଡ଼ିର ପିନାକୀ ମିଶ୍ର ଓ କଂଗ୍ରେସର ସତ୍ୟ ନାୟକ, ନିଜ ଉଚ୍ଚାରଣରେ ଅତ୍ୟନ୍ତ ମାର୍ଜିତ। ଏ ଦୁହିଙ୍କୁ ନାଟକ କରିବାର କଳା କୌଶଳ ଜଣାନାହିଁ। ଧର୍ମକୁ ନେଇ ପିନାକୀ ବା ସତ୍ୟ ସଂବିତ ପାତ୍ରଙ୍କ ସ୍ତରକୁ ଖସି ପାରିବେ ନାହିଁ। ତେବେ ଭୋଟ ରାଜନୀତିରେ ଧର୍ମ ଓ ଶ୍ରୀ ଜଗନ୍ନାଥଙ୍କୁ ଯିଏ ବି ଟାଣିଛି, ସେ ଓଡିଶାବାସୀଙ୍କର ପ୍ରତ୍ୟାଖ୍ୟାନ ସହିବାକୁ ବାଧ୍ୟ ହୋଇଛି। ସର୍ବ ଧର୍ମ ଓ ସବୁ ପନ୍ଥାର ମହା ସମନ୍ଵୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭୋଟ ମାଗିବାର ମାଧ୍ୟମ ବୋଲି ମନେ କରିବାର ଭୁଲ ଯୋଗୁଁ, ସଂବିତ ପାତ୍ର ଓ ତାଙ୍କର ବିଜେପିକୁ ଯଥେଷ୍ଟ ଅଧିକ ମୂଲ୍ୟ ଦେବାକୁ ପଡିପାରେ!!

( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )

BJD BJP ceo odishaelection sambitpatra
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି

February 26, 2026

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026
Latest News

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.