Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘୋଷଣା ହେଲା ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ କେଉଁଠି ଭୋଟ ଗ୍ରହଣ ହେବ, କିଏ ବାଦ ପଡିଲା
ବିଶେଷ ଖବର

ଘୋଷଣା ହେଲା ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ କେଉଁଠି ଭୋଟ ଗ୍ରହଣ ହେବ, କିଏ ବାଦ ପଡିଲା

November 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା ପଞ୍ଚାୟତ ନିର୍ବାଚନରେ କେଉଁଠି ଭୋଟ ଗ୍ରହଣ ହେବ, କେଉଁଠି ହେବ ନାହିଁ ତାହା ହେଲା ଘୋଷଣା

ଭୁବନେଶ୍ୱର: ଆସନ୍ତା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ୬୭୯୪ ଗୋଟି ଗ୍ରାମ ପଞ୍ଚାୟତ ତଥା ଏଥିମଧ୍ୟରେ ଅନ୍ତର୍ଭୁକ୍ତ ୯୧୯୧୬ଟି ୱାର୍ଡ ଲାଗି ଭୋଟ ଗ୍ରହଣ ହେବ । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୬୮୦୧ ଗ୍ରାମ ପଞ୍ଚାୟତ ଲାଗି ଭୋଟ ଗ୍ରହଣ ହୋଇଥିବା ବେଳେ ଆସନ୍ତା ୨୦୨୨ ନିର୍ବାଚନରେ ଏହି ସଂଖ୍ୟା ୭ଟି ହ୍ରାସ ପାଇ ୬୭୯୪ ରହିଛି ।ଏହି ନୂଆ ତାଲିକା ପ୍ରକାଶ କରଛନ୍ତି ରାଜ୍ୟ ନିର୍ବାଚନ କମିଶନର।

ଏଥିମଧ୍ୟରୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ରେ ଥିବା ଶ୍ରୀକୃଷ୍ଣପୁର,ରେମୁଣା, ଗଣିପୁର ଏବଂ ଗଣେଶ୍ୱରପୁର ଆଦି ୪ଟି ଗ୍ରାମ ପଞ୍ଚାୟତ ରେମୁଣା ଏନ୍‌.ଏ.ସିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ଗ୍ରାମ ପଞ୍ଚାୟତ ତାଲିକାରୁ ବାଦ୍‌ ଦିଆଯାଇଛି । ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଦଲକ ଗ୍ରାମପଞ୍ଚାୟତ, ଓଡ଼ଗାଁ ଏନ୍‌.ଏ.ସି.ରେ ଅନ୍ତର୍ଭୁକ୍ତ ହୋଇଥିବାରୁ ନୟାଗଡ଼ ଜିଲ୍ଲାର ଏହି ୨ ଗ୍ରାମପଞ୍ଚାୟତକୁ ତାଲିକାରୁ ବାଦ୍‌ ଦିଆଯାଇଛି । ବରଗଡ଼ ଜିଲ୍ଲାର ବିଜେପୁର ଗ୍ରାମ ପଞ୍ଚାୟତ, ବିଜେପୁର ଏନ୍‌.ଏ.ସି.ରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ମଧ୍ୟ ଗ୍ରାମ ପଞ୍ଚାୟତ ତାଲିକାରୁ ବାଦ୍‌ ଦିଆଯାଇଛି ।

ଆସନ୍ତା ୨୦୨୨ ନିର୍ବାଚନ ଲାଗି ୱାର୍ଡ ସଂଖ୍ୟା ମଧ୍ୟ ହ୍ରାସ ପାଇ ୯୧୯୧୬ ରହିଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଂଖ୍ୟା ୯୨୦୨୭ ରହିଥିବା ବେଳେ ଏନ୍‌.ଏ.ସି, ମୁ୍ୟନିସିପାଲିଟି ଓ ମୁ୍ୟନିସିପାଲ କର୍ପୋରେସନ ପୁନର୍ଗଠନ ପାଇଁ ୧୧୧ ୱାର୍ଡ ହ୍ରାସ ପାଇଛି। ଏଥିମଧ୍ୟରେ ରେମୁଣା ଏନ୍‌.ଏ.ସିରେ ୮ଟି ଗ୍ରାମ ପଞ୍ଚାୟତର ୫୭ଟି ୱାର୍ଡ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହି ୱାର୍ଡ ସବୁ ତାଲିକାରୁ ବାଦ ପଡ଼ିଛି ।

ସେହିପରି ୩୨ଟି ୱାର୍ଡ ଓଡ଼ଗାଁ ଏନ୍‌.ଏ.ସି.ରେ ଅନ୍ତର୍ଭୁକ୍ତ ହୋଇ ପଞ୍ଚାୟତ ୱାର୍ଡ ତାଲିକାରୁ ବାଦ୍‌ ପଡ଼ିଛି । ସେହିପରି ବିଜେପୁର ଏନ୍‌.ଏ.ସି.ରେ ୧୯ଟି ୱାର୍ଡ ଏବଂ ହିଞ୍ଜିଳିକାଟୁ ମୁ୍ୟନିସିପାଲିଟିରେ ୨ଟି ଅନ୍ତର୍ଭୁକ୍ତ ହୋଇ ଗ୍ରାମପଞ୍ଚାୟତ ୱାର୍ଡତାଲିକାରୁ ବାଦ୍‌ ପଡ଼ିଛି । ଭୁବନେଶ୍ୱର ବ୍ଲକ୍‌ ଅନ୍ତର୍ଗତ କଳାରାହଙ୍ଗ ଗ୍ରାମ ପଞ୍ଚାୟତର ଉଚ୍ଛେଦ ଏବଂ ନୂଆ ଇଞ୍ଜାଣ ଗ୍ରାମପଞ୍ଚାୟତ ଗଠନ ଯୋଗୁଁ ଏଠାରୁ ମଧ୍ୟ ଗୋଟିଏ ୱାର୍ଡ ହ୍ରାସ ପାଇଛି ।

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026

ବସ ଭଡା ବୃଦ୍ଧି ନହେଲେ ଗଡିବନି ଗାଡି

May 30, 2026

ବଚସାରୁ ଛୁରାମାଡ଼ : ଯୁବକ ଆହତ

May 30, 2026

କାଲିଠାରୁ ଦୁଇଦିନିଆ କୁଳପତିମାନଙ୍କ ସମ୍ମିଳନୀ

May 30, 2026
Latest News

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026

ବସ ଭଡା ବୃଦ୍ଧି ନହେଲେ ଗଡିବନି ଗାଡି

May 30, 2026

ବଚସାରୁ ଛୁରାମାଡ଼ : ଯୁବକ ଆହତ

May 30, 2026

କାଲିଠାରୁ ଦୁଇଦିନିଆ କୁଳପତିମାନଙ୍କ ସମ୍ମିଳନୀ

May 30, 2026

ବାଲିଅନ୍ତା ଭିଡ ହିଂସା : NHRC କରିବ ତଦନ୍ତ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.