Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମାଲୋଚନାକୁ କଡା ଜବାବ ଦେଲା ବିଜେଡି, କହିଲା ଏମିତି କଥା
ବିଶେଷ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମାଲୋଚନାକୁ କଡା ଜବାବ ଦେଲା ବିଜେଡି, କହିଲା ଏମିତି କଥା

November 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଗତକାଲି ସଂଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜୟଦେବ ବିହାରରେ ମହିଳାମାନେ ଘେରାଉ କରିଥିଲେ। ତାଙ୍କ ଆଞ୍ଚଳର ବସ୍ତିର କିଛି ଉନ୍ନତି ହୋଇ ନାହିଁ ବୋଲି ଦାବୀ କରିଥିଲେ। ଦୀର୍ଘ ସମୟଧରି ସାଂସଦଙ୍କୁ ଘେରାଉ କରିବା ସହିତ ଠେଲାପେଲା କରିଥିଲେ ବୋଲି ସାଂସଦ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ସାଂସଦ ଅପରାଜିତା ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ନିଜେ ମହିଳା ସାଂସଦ ଭାବେ ସୁରକ୍ଷିତ ନୁହଁନ୍ତି, ସରକାର ସୁରକ୍ଷା ଦିଅନ୍ତୁ ବୋଲି ଦାବୀ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଛି। ଦଳ ପାଲଟା ସାଂସଦଙ୍କୁ ଦୋଷାରୋପ କରିଛି। ବିଜେଡି କହିଛି ଯେ, ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ଯେଉଁ ଭଳି ଭାବେ ସାଂସଦଙ୍କ ଘରୋଇ ସୁରକ୍ଷା ବାହିନୀ ଆକ୍ରମଣ ଓ ଅସଦାଚରଣ କଲେ ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏଭଳି କାର୍ଯ୍ୟକୁ କେଉଁ ସ୍ୱାର୍ଥରେ ରାଜ୍ୟ ବିଜେପି ସଭାପତି ସମର୍ଥନ କରୁଛନ୍ତି ବୋଲି ପଚାରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ପୂର୍ବରୁ ତାଙ୍କ ନିଜ ଦଳର କର୍ମୀମାନେ ମଧ୍ୟ ଅପରାଜିତାଙ୍କ ଏହି ଘରୋଇ ସୁରକ୍ଷା ବାହିନୀ ଗୁଣ୍ଡାମାନଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି । ଏଥିରୁ ଗୋଟିଏ ଘଟଣା ଗତକାଲି ଘଟିଛି ଏବଂ ଏ ନେଇ ଥାନାରେ ମାମଲା ବି ହୋଇଛି । ଏମାନେ ଏମିତି ଉତ୍ପାତ କଲେଣି ଯେ ତାଙ୍କ ଦଳର ନେତାଙ୍କୁ ବି ଆଉ ଛାଡିବେନି।

ତେଣୁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ମୁଖିଆ ହିସାବରେ ସାଂସଦଙ୍କ ଏଭଳି ଆସାମାଜିକ ଆଚରଣକୁ ନିୟନ୍ତ୍ରଣ ନକରି କେଉଁ ବାଧ୍ୟବାଧକତାରେ ସାଂସଦଙ୍କ ସପକ୍ଷରେ ମତ ରଖିଲେ ତାହା ଆମକୁ ବିସ୍ମିତ କରିଛି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

BJD ଅପରାଜିତା ଷଡଙ୍ଗୀ ବିଜେଡି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଲେନିନ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026
Latest News

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.