Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶାନ୍ତି ପ୍ରିୟ ରାଜ୍ୟରେ ନିଆଁଲଗା ରାଜନୀତି, ସ୍ଥିତି ଜାହିର ପାଇଁ ବିରୋଧୀ ଦଳର ହୀନ ପ୍ରୟାସ
ବିଶେଷ ଖବର

ଶାନ୍ତି ପ୍ରିୟ ରାଜ୍ୟରେ ନିଆଁଲଗା ରାଜନୀତି, ସ୍ଥିତି ଜାହିର ପାଇଁ ବିରୋଧୀ ଦଳର ହୀନ ପ୍ରୟାସ

December 12, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଶାନ୍ତି ପ୍ରିୟ ରାଜ୍ୟରେ ନିଆଁଲଗା ରାଜନୀତି, ସ୍ଥିତି ଜାହିର ପାଇଁ ବିରୋଧୀ ଦଳର ହୀନ ପ୍ରୟାସ

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଚାଲିଛି ନିଆଁଲଗା ରାଜନୀତି। ଆଉ ଏହି ରାଜନୀତିର ଅନୁଭବ ଭୁବନେଶ୍ବରରେ ହେଉଛି ସର୍ବାଧିକ। କାରଣ ହେଲା ବିଧାନସଭା ଚାଲିଥିବାରୁ ବିରୋଧୀ ଦଳ ନିଜର ସ୍ଥିତି ଜାହିର କରିବା ପାଇଁ ବର୍ତ୍ତମାନ ଚଲାଇଛନ୍ତି ହୀନ ପ୍ରୟାସ। ଗଣମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଭୟ ବିଜେପି ଆଉ କଂଗ୍ରେସ ମଧ୍ୟରେ ଚାଲିଛି ଏକ ପ୍ରତିଯୋଗୀତା। କିଏ କେତେ ଗଣ୍ଡଗୋଳ କରି, ରକ୍ତାତ ହୋଇ ଲୋକଙ୍କ ପ୍ରିୟଭାଜନ ହୋଇପାରିବ ସେଥିପାଇଁ ଚାଲିଛି ନାଟକ।

ତେବେ ଏ ସବୁ ନାଟ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ପଞ୍ଚାୟତ ନିର୍ବାଚନ। ବର୍ତ୍ତମାନ ଓଡିଶାର ରାଜନୈତିକ ସ୍ଥିତି ଯାହା ସେଥିରେ ବିଜେଡିକୁ ଛାଡିଦେଲେ ବିଜେପି ଓ କଂଗ୍ରେସର ସ୍ଥିତି ମଜବୁତ ନାହିଁ। ଭଲରେ ହେଉ କି ଭେଲରେ, ସେମାନେ ଚର୍ଚ୍ଚାରେ ରହିବା ପାଇଁ ଦିନରାତି ଲାଗିପଡିଛନ୍ତି। ରାଜଧାନୀ ଛାତିରେ ହାଙ୍ଗାମା କଲେ ଗାଁ ଗଣ୍ଡାରେ ତାଙ୍କର ମାରପିଟକୁ ନେଇ ଆଲୋଚନା ହେବ। ଫଳରେ ଲୋକେ ବିଜେଡିକୁ ଭୁଲିଯାଇ ତାଙ୍କ ପ୍ରତି ଆକର୍ଷିତ ହେବେ। ଏହି ଧାରଣ ବିରୋଧୀ ଦଳର ନେତାମାନଙ୍କର ରହିଛି।

ଏବେ ନୁହେଁ ଗତ 2019 ନିର୍ବାଚନରେ ମଧ୍ୟ ଏପରି ନିଆଁଲଗା ରାଜନୀତିକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। ପ୍ରାୟତଃ 2014 ପରଠାରୁ ଶାନ୍ତିପ୍ରିୟ ଓଡିଶା ଲୋକେ ବିରୋଧୀଙ୍କୁ ଏଇଥିପାଇଁ ବାରମ୍ବାର ପ୍ରତ୍ୟାଖାନ କରିବାରେ ଲାଗିଛନ୍ତି। ତଥାପି ବିରୋଧୀଙ୍କ ମୁଣ୍ଡରେ ଚିନ୍ତା ପଶୁ ନାହିଁ। ସେମାନଙ୍କ ରଣନୀତିରେ କରିପାରୁ ନାହାଁନ୍ତି ପରିବର୍ତ୍ତନ। ଅନେକ ବିରୋଧୀ ନେତା ଏସବୁକୁ ହୃଦୟର ସହ ପସନ୍ଦ କରୁ ନ ଥିଲେ ମଧ୍ୟ ଦଳର ମୁଖିଆଙ୍କ ନିର୍ଦ୍ଦେଶ। ତାଙ୍କ ନିର୍ଦ୍ଦେଶ ମାନି କାମ କରିବାକୁ ପଡିବ।

ରାଜରାସ୍ତାରେ ଯେତେ ଉତପାତ୍ ହେବେ ମୁଖିଆ ସେତେ ଖୁସି ହେବେ। ମୁଖିଆ ଯେତେ ଖୁସି ହେଲେ ତାଙ୍କୁ ସେତିକି ଭଲ ପଦବୀ ମିଳିବ। ତେଣୁ ମୁଖିଆଙ୍କ ଗୋଟିଏ ଫୋନ କଲରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଜିନ୍ଦାବାଦ ମୁର୍ଦ୍ଦାବାଦ କରିବାକୁ ଆଗ୍ରହ ପ୍ରକାଶ କରିବାରେ ଲାଗିଛନ୍ତି। ପୋଲିସକୁ ବାଡେଇବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି। ପୋଲିସ ଗାଡି ପୋଡିବାକୁ ମଧ୍ୟ ସେମାନେ ହୀନ ଉଦ୍ୟମ କରିବାରେ ଲାଗିଛନ୍ତି।

ବିଲେଇ ମୁଣ୍ଡ ଉପରେ ଶିକା ଛିଣ୍ଡିବା ପରି ପଞ୍ଚାୟତ ନିର୍ବାଚନ ପାଖେଇବା ବେଳକୁ ଆସିଯାଇଛି ମମିତା ମେହେର ହତ୍ୟାକାଣ୍ଡ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ରାଜନୀତି। ବିରୋଧୀଙ୍କୁ ରାଜନୀତି କରିବା ପାଇଁ ଏକ ବଡ ଅସ୍ତ୍ର ମିଳିଯାଇଛି। ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ତରଫରୁ ଦୀର୍ଘ ଦିନ ଧରି ଆନ୍ଦୋଳନ, ବିକ୍ଷୋଭ, ଘେରାଉ ହେବାରେ ଲାଗିଛି। ବିଧାନାସଭାରେ ହୁଲୁସ୍ତୁଲ ମଧ୍ୟ କରିଛନ୍ତି। ସେଥିରେ ମଧ୍ୟ ସେମାନେ ସନ୍ତୁଷ୍ଠ ହେଲେ ନାହିଁ। ଫଳରେ ଉଭୟ ଦଳ ଯୁବ ଆଉ ଛାତ୍ର ଗୋଷ୍ଠୀଙ୍କୁ ଛିନ୍ନଛତ୍ର କରିବା ପାଇଁ ଲଗାଇ ଦେଲେ। ଟୋକା ନେତା, ରାଜରାସ୍ତାରେ ଦୁମଦୁମ କରିଦେବେ। ତାହା ହିଁ ହେଲା। ଯୁବଛାତ୍ର ନେତାମାନେ ହନୁମାନଙ୍କ ଲଙ୍କାକାଣ୍ଡ ପରି ବିଭିନ୍ନ କାଣ୍ଡ ସୃଷ୍ଟି କଲେ।

ହେଲେ ବିଡମ୍ବନାର ବିଷୟ ଯେ, ଆନ୍ଦୋଳନ ସରିବା ପରେ ଦଳର ଲାଭ ହେଲା ନା କ୍ଷତି, ତାହାର ହିସାବ କେହି ରଖନ୍ତି ନାହିଁ। ଛିନଛତ୍ର କରିବା ପରେ ମୁଖିଆ ଯଦି ଫୋନ କରି ଧନ୍ୟବାଦଟିଏ ଦେଇଦେଲେ ତେବେ ତାହା ହିଁ ହେଉଛି ପଦ୍ମଶ୍ରୀ ପୁରସ୍କାର। କିନ୍ତୁ ସେମାନେ କେହି ବି ଭାବନ୍ତି ନାହିଁ ଯେ ଓଡିଶାର ଲୋକେ କୌଣସି ନିଆଁଲଗା ରାଜନୀତିକୁ ପସନ୍ଦ କରନ୍ତି ନାହିଁ।

ରାଜନୈତିକ ଦଳଗୁଡିକ ଜାଣିରଖିବା ଉଚିତ ଯେ, ଓଡିଶାର ଲୋକେ କେବଳ ଶାନ୍ତିପ୍ରିୟ ରାଜନୀତିକୁ ଅଧିକ ପସନ୍ଦ କରନ୍ତି। ଯାହାକୁ ଭଲଭାବରେ ହୃଦୟଙ୍ଗମ କରିଛି ବିଜେଡି ଆଉ ତାଙ୍କ ନେତା ନବୀନ ପଟ୍ଟନାୟକ। ବିଜେଡିର ରଣନୀତି ଆଗରେ ବିରୋଧୀ ଦଳଗୁଡିକ କେବଳ ଲୋକହସା ହେବାରେ ଲାଗିଛନ୍ତି। ବାରମ୍ବାର ନିର୍ବାଚନ ହାରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଏହି ନିଆଁଲଗା ରାଜନୀତି, ବିଜେଡିକୁ ଆହୁରି ସୁଦୃଢ ହେବା ପାଇଁ ରାସ୍ତା ସ୍ବଚ୍ଛ କରିବାରେ ଲାଗିଛି। ଯେ ପର୍ଯ୍ୟନ୍ତ ଓଡିଶାରେ ବିରୋଧୀ ଦଳ ଶାନ୍ତିପ୍ରିୟ ରାଜନୀତି ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ହାରିବା ହିଁ ଶ୍ରେୟ ହେବ।

ଆନ୍ଦୋଳନ ଓଡିଶା ଖବର ଛାତ୍ର କଂଗ୍ରେସ ଭୁବନେଶ୍ବର ଯୁବ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026
Latest News

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.