Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଳାହାଣ୍ଡି ରାଜନୀତିରେ ଛକାପଞ୍ଝା: ବିଜେଡିର କଳେବର ବୃଦ୍ଧି, ବିଜେପି ସ୍ଥାଣୁ, ସ୍ଥିତି ଖୋଜୁଛି କଂଗ୍ରେସ
ବିଶେଷ ଖବର

କଳାହାଣ୍ଡି ରାଜନୀତିରେ ଛକାପଞ୍ଝା: ବିଜେଡିର କଳେବର ବୃଦ୍ଧି, ବିଜେପି ସ୍ଥାଣୁ, ସ୍ଥିତି ଖୋଜୁଛି କଂଗ୍ରେସ

December 26, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଯଦିଓ ସରକାରୀ ସ୍ତରରେ ପଂଚାୟତ ନିର୍ବାଚନ ସଂପର୍କୀୟ ବିଧିବଦ୍ଧ ନୋଟିଫିକେସନ ହୋଇନାହିଁ, ତଥାପି ସମଗ୍ର ଜିଲ୍ଲାରେ ତିନି ପ୍ରମୂଖ ରାଜନୈତିକ ଦଳ ଗୁଡିକ କ୍ରମଶଃ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ନିକଟତର ହେବାକୁ ଲାଗିପଡିଛନ୍ତି। ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନକୁ ଆଗାମୀ ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି ବିବେଚନା କରାଯାଉଥିବା ବେଳେ ଗତ ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡି ମାତ୍ର ଗୋଟିଏ ଜିଲ୍ଲାପରିଷଦ ଆସନ ହାସଲ କରିବାରେ ସକ୍ଷମ ହୋଇପାରିଥିଲା। ସେଭଳି ପରିସ୍ଥିତି ଯେପରି ଆଗାମୀ ପଂଚାୟତ ନିର୍ବାଚନରେ ଦଳକୁ ଭୋଗିବାକୁ ନପଡେ ସେଥିପାଇଁ ବିଜେଡି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖାଯାଉଛି।

ଅନ୍ୟ ପକ୍ଷରେ ନିକଟ ଅତୀତରେ ବହୁଚର୍ଚ୍ଚିତ ମହାଲିଙ୍ଗ ଘଟଣା ହେଉ କିମ୍ବା ପାରମ୍ପରିକ ଅଭାବୀ ଧାନ ବିକ୍ରୀ ହେଉ କିମ୍ବା ବିଭିନ୍ନ ଯୋଜନାରେ ଦୁର୍ନୀତି ହେଉ ସେସବୁକୁ ମାତ ଦେବା ଲାଗି ଶାସକ ବିଜେଡି ପକ୍ଷରୁ ଯୋରସୋର ଉଦ୍ୟମ ଜାରି ରହିଥିବା ଦେଖା ଯାଉଛି। ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସ୍ୱାସ୍ଥ୍ର୍ୟ ମନ୍ତ୍ରୀ ନବ ଦାଶଙ୍କ ବାରମ୍ବାର କଳାହାଣ୍ଡି ଗସ୍ତକରି କର୍ମୀମାନଙ୍କୁ ଉତ୍ସାହିତ କରିବା ଦେଖାଯାଉଛି।

ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦୁ ସିଂଦେଓଙ୍କ ଓ କାର୍ଯ୍ୟକାରୀ ସଭାପତି ଗୃହରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ତଥା ସମସ୍ତ ବିଧାୟକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସମସ୍ତ ଗ୍ରାମପଂଚାୟତ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ଲୋକ ମାନଙ୍କ ନିକଟତର ହେବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ସଂପର୍କରେ ଲୋକଙ୍କୁ ଅବଗତ କରାଉଥିବା ଦେଖାଯାଉଛି। ସେହିପରି ସରକାରୀ ସ୍ତରରେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଆଯାଇ ସେସବୁ ବିଜେଡି ସରକାର ହିଁ ଦେଉଥିବା ପ୍ରଚାର ହେଉଥିବା ଜଣାପଡିଛି।

ସେହିପରି ବିରୋଧି ବିଜେପି ଦଳର ଛାମୁଆ ନେତା ଓ କର୍ମୀ ଏବଂ କଂଗ୍ରେସ ଦଳର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଗୋବର୍ଦ୍ଧନ ଦାଶ ଏବଂ ପ୍ରାର୍ôଥ ଚିତରଂଜନ ମଣ୍ଡଳ ସମେତ ବିଭିନ୍ନ ଅଂଚଳରୁ ଅନେକ କର୍ମୀଙ୍କୁ ବିଜେଡିରେ ସାମିଲ କରାଯାଇଛି। ଏପରିକି ମୂଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ବିବେଚନା କରାଯାଉଥିବା ବିଜେପି ତଥା କଂଗ୍ରେସର ବହୁ ନେତାଙ୍କୁ ଆଗାମୀ ଦିନରେ ବିଜେଡିରେ ସାମିଲ କରାଯିବାର ଯୋଜନା କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ବିଗତ ଦିନରେ କଂଗ୍ରେସ ଦଳର ସ୍ଥିତି ବିଜେଡି ପକ୍ଷରେ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନକୁ ଲୋକଲୋଚନ ସାମନାରେ ପ୍ରତିପାଦନ କରିବାରେ ଜିଲ୍ଲା ବିଜେପି ବିଫଳ ହୋଇଥିବା ଦେଖାଯାଉଛି। ଏପରିକି ପୁରୁଖା କର୍ମୀ ମାନଙ୍କୁ ଉଚିତ ମାନ୍ୟତା ଦିଆଯାଉନଥିବା ଏବଂ ସଂଗଠନ ପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ କରି ଅନେକ ବିଜେପି ନେତା ଓ କର୍ମୀ ଦଳ ଛାଡିଥିବା ବେଳେ ଆଉ କେତେକ ଦଳ ଛାଡିବାକୁ ଗୋଡଟେକି ବସିଥିବା ଜଣାପଡିଛି। ଏ

ପରିକି ବହୁ ବିଜେପି ପ୍ରେମୀଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିବା କିମ୍ବା ବହୁ ପୁରୁଖା ନେତା ଓ ବୁଦ୍ଧିଜୀବିଙ୍କୁ ଅଣଦେଖା କରାଯାଉଥିବା ହେତୁ ଅନେକେ ଚୁପ ରହୁଥିବା ଦେଖାଯାଉଛି। ଜିଲ୍ଲାର ଏକମାତ୍ର ନିର୍ବାଚିତ ପ୍ରତିନିଧି ଭାବେ କଳାହାଣ୍ଡି ଏମପି ବସନ୍ତ କୁମାର ପଣ୍ଡା କେବଳ ନୂଆପଡା ନିର୍ବାଚନ ମଣ୍ଡଳୀ ପ୍ରତି ଅଧିକ ଫୋକସ କରୁଥିବା କର୍ମୀ ମହଲରେ ଅଲୋଚନା ହେଉଛି। ସତେ ଯେପରି ନିଜର ରାଜନୈତିକ ସ୍ଥିତି ବଜାୟ ରଖିିବାକୁ ହିଁ ବିଗତ ପଂଚାୟତ ନିର୍ବାଚନ ସମୟରୁ କଳାହାଣ୍ଡି ଲୋକସଭା ଆସନ ଉପରେ ନଜର ରଖି ରାଜ୍ୟ ସଭାପତି ଭଳି କ୍ଷମତା ପ୍ରୟୋଗ କରି ଲୋକସଭା ଟିକଟ ହାତେଇଥିବା ଏବଂ କେବଳ ନିଜ ନିର୍ବାଚନ ପ୍ରତି ହିଁ ଧ୍ୟାନ ଦେଇ କୌଣସି ବିଧାୟକଙ୍କ ଜିତାଇ ପାରିନଥିବା ଦୁର୍ବଳ ନେତୃତ୍ୱ ର ସୂଚନା ମିଳୁଥିବା କର୍ମୀ ମହଲରେ ଆଲୋଚନା ହେଉଛି।

ଏହାଛଡା କର୍ମୀ କିମ୍ବା ବିଜେପି ଶୁଭେଚ୍ଛୁ ମାନଙ୍କୁ ସାଂସଦ ଶ୍ରୀ ପଣ୍ଡା ଖୋଲାଖୋଲି ଭାବେ ଗାଳିଗୁଲଜ କରୁଥିବା କୁହାଯାଉଛି। ଅନେକ ପୁରୁଖା ଓ ଉତ୍ସର୍ଗୀକୃତ ନେତାଙ୍କୁ ଅବହେଳା କରି ନିଜ ମନପସନ୍ଦର ଦେବେନ୍ଦ୍ର ମହାନ୍ତିଙ୍କୁ ଜିଲ୍ଲା ସଭାପତି ଚୟନ କରାଇବା, କେବଳ ନିଜ ସଂପର୍କୀୟ ମାନଙ୍କୁ ହିଁ ଗୁରୁତ୍ୱ ଦେଇ କର୍ମୀ ମାନଙ୍କୁ ତଥା ସଂଗଠନକୁ ଅବହେଳା କରିବା, କେବଳ ନୂଆପଡା ବିଧାନସଭା କ୍ଷେତ୍ରରେ ନିଜକୁ ସୀମିତ ରଖିବା, ନୂଆପଡାରେ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେଡି ବିଧାୟକଙ୍କୁ ଟକ୍କର ଦେଇ ନିଜ ଉତ୍ତରାଧିକାରୀଙ୍କ ପାଇଁ ରାସ୍ତା ସଫା କରିବା ଯୋଜନା କରିବା ଭଳି ସାଂସଦଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ହେଉଛି। ଏହାସହ ସାଂସଦଙ୍କ ବିଜେଡି ପ୍ରିତି ବୋଲି ମଧ୍ୟ କେହି କେହି କୁହାକୁହି ହେଉଥିବା ଶୁଣାଯାଉଛି।

ବିରୋଧିଦଳ ନେତା ସଦର ବିଧାୟକ ପ୍ରଦୀପ ନାଏକଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଦଳୀୟ ନେତୃତ୍ୱ ନେବାରେ ଅକ୍ଷମ ହୋଇପଡିଥିବା ହେତୁ ଏବଂ ସାଂସଦଙ୍କ ଦୁର୍ବଳ ନେତୃତ୍ୱ ଯୋଗୁଁ ବିଜେପି ଜିଲ୍ଲାରେ କ୍ରମଶଃ ଦୁର୍ବଳ ହେବାକୁ ଲାଗିଥିବା ରାଜନୈତିକ ବିଶେଷଜ୍ଞ ମାନଙ୍କ ମହଲରେ ଆଲୋଚନା ହେଉଛି। ଆଗାମୀ ଦିନରେ ନିଜ ସ୍ଥିତି ପାଇଁ ବିଜେଡି ମୁହାଁ ହୋଇପାରନ୍ତି ବୋଲି ନିକଟତମ ମହଲରେ ଆଲୋଚନା ହେଉଛି।

ସେହିପରି ଜିଲ୍ଲାରେ ଏକପ୍ରକାର ସୁପ୍ତ ଥିବା କଂଗ୍ରେସ ଦଳ ମହାଲିଙ୍ଗ ଇସ୍ୟୁ ପରେ ହଠାତ ଚେଇଁ ଉଠିଥିବା ଭଳି ଦେଖାଯାଉଛି। କେବଳ ନାମକୁ ମାତ୍ର କିଛି କାର୍ଯ୍ୟକର୍ତ୍ତାରେ ସୀମିତ ଥିବା କଂଗ୍ରେସ ଦଳ ଅନେକ ପୁରୁଖା ନେତା ତଥା ପୂର୍ବତନ ବିଧାୟକ ମାନେ ଦଳ ଛାଡିଥିଲେ ହେଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଜିଲ୍ଲାରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛି।

ଦୀର୍ଘ ଦିନ ହେବ ଜିଲ୍ଲା କଂଗ୍ରେସରେ ଆଉ ପୁରୁଖା ନେତା ଦେଖାଯାଉନଥିବା ବେଳେ ଅନେକେ ଦଳ ଛାଡିଥିବା ବେଳେ ଯେଉଁମାନେ ଅଛନ୍ତି ପ୍ରାୟତଃ ଆଉ ମୂଖ୍ୟ ସ୍ରୋତରେ ନଥିବା ଭଲି ଜଣାପଡୁଛି। ଭକ୍ତ ଦାସ ଯୋଗ ଦେବାପରେ କଂଗ୍ରେସ ଦଳ ଏକପ୍ରକାର ଭକ୍ତଦାସଙ୍କ ନେତୃତ୍ୱ ଅଧିନକୁ ଆସିଯାଇଥିବା ବେଳେ ବର୍ତମାନ ଜିଲ୍ଲାରେ ସ୍ଥିତି ଯୋଗାଡ କରିବାରେ ଲାଗିପଡିଥିବା ରାଜନୈତିକ ବିଶେଷଜ୍ଞ ମାନଙ୍କ ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି।

ଇତିମଧ୍ୟରେ ସମଗ୍ର ଜିଲ୍ଲାରେ କଂଗ୍ରେସ ପକ୍ଷରୁ ସଭାସମିତି ଆୟୋଜନ କରି କର୍ମୀ ମାନଙ୍କୁ ଉତ୍ସାହିତ କରାଯାଉଥିବା ବେଳେ କେନ୍ଦ୍ରୀୟ ଚର୍ଚ୍ଚିତ ଚେହେରା ମାନଙ୍କୁ ଅଣାଯାଇ ଲୋକମାନସରେ ପୁନଃ ଆସ୍ଥାନ ଜମାଇବା ଲାଗି ଉଦ୍ୟମ କରୁଥିବା ଦେଖାଯାଉଛି।

କଂଗ୍ରେସ ପଂଚାୟତ ନିର୍ବାଚନ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.