Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିନକୁ ଦିନ ପଂଜାବ କଂଗ୍ରେସରେ ସୃଷ୍ଟି ହେଲାଣି ନୂଆ ବିବାଦ, ଅଡୁଆରେ ଶୀର୍ଷ ନେତୃବୃନ୍ଦ
ଜାତୀୟ ଖବର

ଦିନକୁ ଦିନ ପଂଜାବ କଂଗ୍ରେସରେ ସୃଷ୍ଟି ହେଲାଣି ନୂଆ ବିବାଦ, ଅଡୁଆରେ ଶୀର୍ଷ ନେତୃବୃନ୍ଦ

December 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିନକୁ ଦିନ ପଂଜାବ କଂଗ୍ରେସରେ ସୃଷ୍ଟି ହେଲାଣି ନୂଆ ବିବାଦ, ଅଡୁଆରେ ଶୀର୍ଷ ନେତୃବୃନ୍ଦ

ନୂଆଦିଲ୍ଲୀ: ପଂଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାରେ ଶାସକ କଂଗ୍ରେସ ମଧ୍ୟରେ ବିଦ୍ରୋହ ସେତିକି ବଢିବାରେ ଲାଗିଛି। ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପେଟନ ଅମରେନ୍ଦ୍ର ସିଂଙ୍କୁ ହଟାଇବା ପରେ ମଧ୍ୟ ବିବାଦ ଥମିପାରୁ ନାହିଁ। ବିଶେଷ କରି କଂଗ୍ରେସର ପ୍ରମୁଖ ନେତା ନବଜୋତ ସିଂ ସିଦ୍ଧୁ ସେଠାକାର ରାଜନୀତିକୁ ଗୋଳିଆ କରିବାରେ ଲାଗିଛନ୍ତି।

ନିକଟରେ କଂଗ୍ରେସ ତରଫରୁ କୁହାଗଲା ଯେ, ପଂଜାବରେ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବ ନାହିଁ। ସମସ୍ତେ ଏକାଠି ହୋଇ ଲଢେଇ କରିବେ। ଏହାକୁ ନେଇ ବର୍ତ୍ତମାନ ସେଠାକାର ରାଜନୀତିରେ ତୁମ୍ବିତୋଫାନ ସୃଷ୍ଟି ହେବାରେ ଲାଗିଛି। ବିଶେଷ କରି ସିଦ୍ଧୁ ଏପରି ନିଷ୍ପତିକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି।

ପଂଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ସିଦ୍ଧୁ ପୁରା ଦମରେ ଲାଗିପଡିଛନ୍ତି। ସେ ଯେପରି କ୍ୟାପେଟନଙ୍କୁ ଆଉଟ କରିବା ପାଇଁ ଲାଗିପଡିଥିଲେ ଠିକ୍ ସେହି କାମ ଆରମ୍ଭ କରିଛନ୍ତି। କଂଗ୍ରେସର ନିଷ୍ପତିକୁ ବଦଳାଇ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ସିଦ୍ଧୁ ପୁଣି କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି।

କ୍ୟାପଟେନ ଅମେରନ୍ଦ୍ର ସିଂଙ୍କୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସିଦ୍ଧୁ। ସେ ଭାବିଥିଲେ ଯେ, କ୍ୟାପେଟନ ଯିବା ପରେ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବ। ହେଲେ ତାହା ହେଲା ନାହିଁ। ଶେଷରେ କଂଗ୍ରେସ ଜଣେ ଦଳିତ ବିଧାୟକ ଚରଣଜିତ ସିଂ ଚାନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସାଇଲେ। ଯାହାକୁ ନେଇ ସିଦ୍ଧୁ ସେତେବେଳେ କ୍ଷୁବ୍ଧ ହୋଇପଡିଥିଲେ।

ସେପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରିବା ପାଇଁ ସିଦ୍ଧୁ ଚାପ ପ୍ରୟୋଗ କରୁଥିବା ବେଳେ ଏପଟେ ମୁଖ୍ୟମନ୍ତ୍ରୀ ଚାନ୍ନି ନିଜକୁ ଲୋକପ୍ରିୟ କରିବା ଚେଷ୍ଠାରେ ଅଛନ୍ତି। ତାଙ୍କୁ କଂଗ୍ରେସ ପୁଣି ମୁଖ୍ୟମନ୍ତ୍ରୀ କରୁ ବୋଲି ସେ ଆଶା କରି ରହିଛନ୍ତି। ସେହିପରି ସୁଖଜିନ୍ଦର ରାନ୍ଧୱା ଏବଂ ସୁନୀଲ ଜାଖରଙ୍କ ପରି ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ନିଜନିଜ ରାସ୍ତାରେ ଲବି ଆରମ୍ଭ କରିଛନ୍ତି।

ଏସବୁକୁ ନେଇ କଂଗ୍ରେସ ରାଜନୀତି ବର୍ତ୍ତମାନ ଗୋଲିଆ ହେବାରେ ଲାଗିଛି। ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ନାହିଁ। ଯଦି ତାହା ହୋଇ ଥାଆନ୍ତା ତେବେ କ୍ୟାପଟେନ ପରେ ତାଙ୍କୁ ନିଆଯାଇ ଥାଆନ୍ତା। ବର୍ତ୍ତମାନ ମଧ୍ୟ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଗଲା ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ପଂଜାବରେ ସିଦ୍ଧୁଙ୍କୁ ବାଦ ଦେଇ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବ। ଏହାକୁ ନେଇ ପଂଜାବ ରାଜନୀତି ଗୋଳିଆରୁ ଗୋଳିଆ ହେବାରେ ଲାଗିଛି।

ନବଜୋତ ସିଂ ସିଦ୍ଧୁ ପଂଜାବ କଂଗ୍ରେସ ପଂଜାବ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ: ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଓ ପ୍ରଯୁକ୍ତିର ଅସ୍ତ୍ରୀକରଣ ବିଶ୍ୱ ପ୍ରଗତିରେ ଆଣିବ ବାଧା

September 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ୍ ରିପୋର୍ଟ

September 13, 2026

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026
Latest News

ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ: ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଓ ପ୍ରଯୁକ୍ତିର ଅସ୍ତ୍ରୀକରଣ ବିଶ୍ୱ ପ୍ରଗତିରେ ଆଣିବ ବାଧା

September 13, 2026

ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍‌’, ପୁଲିସର ତନାଘନା ଜାରି

September 13, 2026

ରେଳବାଇର ପୋଲିସ ଦ୍ବାରା ଟ୍ରେନ ଲୁଟେରା ଗିରଫ

September 13, 2026

ଜୟଦେବ ବିହାରରେ ଲେଡିଜ୍ ହଷ୍ଟେଲ ମାଲିକାଣୀଙ୍କ ଗୁଣ୍ଡାଗର୍ଦ୍ଦି

September 13, 2026

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.