Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Panjab Election: ସିଦ୍ଧୁଙ୍କ ବିରୋଧରେ କ୍ୟାପଟେନ ଅମରିନ୍ଦର ସିଂ ଆଣିଲେ ମହା ଅଭିଯୋଗ, ସମସ୍ତେ ଆଶ୍ଚର୍ଯ୍ୟ
ଜାତୀୟ ଖବର

Panjab Election: ସିଦ୍ଧୁଙ୍କ ବିରୋଧରେ କ୍ୟାପଟେନ ଅମରିନ୍ଦର ସିଂ ଆଣିଲେ ମହା ଅଭିଯୋଗ, ସମସ୍ତେ ଆଶ୍ଚର୍ଯ୍ୟ

January 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଂଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତିର ମୋଡ ସେତିକି ବଦଳିବାରେ ଲାଗିଛି। ବର୍ତ୍ତମାନ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରିନ୍ଦର ସିଂଙ୍କ ଏକ ବଡ ଖୁଲାସାକୁ ନେଇ ରାଜ୍ୟ ତଥା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ତାହା ହେଲା ଅମରିନ୍ଦର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ ଅଭିଯୋଗ ଆଣିଛନ୍ତି।

ସେ କଂଗ୍ରେସର ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ତାହା ହେଲା ଯେ, ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଦ୍ଧୁଙ୍କୁ  ମନ୍ତ୍ରୀ କରିବା ପାଇଁ ପାକିସ୍ଥାନ ଚାପ ପ୍ରୟୋଗ କରିଥିଲା। ସେ ସିଧା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମ ନେଇଛନ୍ତି।

ଅମରିନ୍ଦର କହିଛନ୍ତି ଯେ, ତାଙ୍କୁ ରାଜ୍ୟ କ୍ୟାବିନେଟରେ ସ୍ଥାନିତ କରିବା ପାଇଁ ଇମ୍ରାନ ଏକ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଯଦି ସିଦ୍ଧୁଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରିପାରିବେ ତେବେ ମୁଁ ଖୁସି ହେବି। ସେ ହେଉଛନ୍ତି ମୋର ଜଣେ ଭଲ ବନ୍ଧୁ।

ଅମରିନ୍ଦର ଆହୁରି କହିଛନ୍ତି ଯେ, ଇମ୍ରାନ ଏହା ମଧ୍ୟ ଅନୁରୋଧ କରିଥିଲେ ଯେ, ଯଦି ସେ ଭଲ କାମ ନ କରିବେ ତେବେ ତାଙ୍କୁ ବାହାର କରିପାରନ୍ତି। ଏହି ଅନୁରୋଧ ପାଇବା ପରେ କ୍ୟାପେଟନ ତାହାକୁ ଗ୍ରହଣ କରି ନ ଥିଲେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ନବଜୋତ ସିଂ ସିଦ୍ଧୁ ହେଉଛନ୍ତି ଜଣେ ଅଯୋଗ୍ୟ ଲୋକ। ସେ କୌଣସି କାମକୁ ନୁହଁନ୍ତି। ତାଙ୍କୁ ପ୍ରଥମେ ମୁଁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲି। ହେଲେ ସେ ଗୋଟିଏ ଫାଇଲରେ ଦସ୍ତଖତ କରିବାକୁ ତିରିଶ ଦିନ ଲଗାଉଥିଲେ। ପ୍ରକୃତରେ ମନ୍ତ୍ରୀ ହେଲେ କଣ ଦାୟିତ୍ବ ସେ କଥା ସିଦ୍ଧୁ ଜାଣନ୍ତି ନାହିଁ ବୋଲି କ୍ୟାପେଟନ କହିଛନ୍ତି।

ଏହି ଘଟଣା ପରେ ପଂଜାବ ତଥା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଣ ପାଇଁ ସିଦ୍ଧୁ ମନ୍ତ୍ରୀ ହୁଅନ୍ତୁ ବୋଲି ପାକିସ୍ଥାନ ଚାହୁଁଥିଲା। ପ୍ରକୃତ ବନ୍ଧୁଙ୍କ ପାଇଁ ଇମ୍ରାନ ଅନୁରୋଧ କରିଥିଲେ ନା ସେ ମନ୍ତ୍ରୀ ହେଲେ ଆଉ କିଛି କରିଥାଆନ୍ତେ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି।

election କ୍ୟାପେଟନ ଅମରିନ୍ଦର ସିଂ ପଂଜାବ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.