Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଉତ୍କଳୀୟ ଭୂଖଣ୍ଡରେ ବସନ୍ତ ପର୍ବ
ଧର୍ମ

ଉତ୍କଳୀୟ ଭୂଖଣ୍ଡରେ ବସନ୍ତ ପର୍ବ

March 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍କଳୀୟ ଭୂଖଣ୍ଡରେ ବସନ୍ତ ପର୍ବ

  

ଡକ୍ଟର ଫକୀର ମୋହନ ନାହାକ

 

ଉତ୍କଳୀୟ ଭୂଖଣ୍ଡରେ ବସନ୍ତର ବିଭା ହିଁ ବିଚିତ୍ର। ଆମ ଜନଜୀବନ ସହିତ ସହସ୍ର ବର୍ଷରୁ ସଂଯୁକ୍ତ ହୋଇ ରହିଛି ଏହି ବସନ୍ତ ଉତ୍ସବ। ଉତ୍କଳର ମଉଡ଼ମଣି ସ୍ୱୟଂ ଶ୍ରୀଜଗନ୍ନାଥ ଖେଳନ୍ତି ହୋଲି। ଦୋଳବେଦୀରେ ଦୋଳଗୋବିନ୍ଦ ରୂପରେ ଦର୍ଶନ ଦେଇ ଦୀନ ଦୁଃଖୀ ଦରିଦ୍ରଙ୍କ ଦୂରକରନ୍ତି ଦୁଃଖ। ସେହି ଦୋଳଗୋବିନ୍ଦଙ୍କ ଦର୍ଶନରେ ଜନ୍ମମୃତ୍ୟୁର ଚିରଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତିମିଳେ ବୋଲି ଶାସ୍ତ୍ର କହେ।

ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନବିଦ୍ୟତେ ।।    

ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ତ୍ରିବିକ୍ରମଙ୍କ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ଟିକକ ନେଇ କାଳ କାଳରୁ ରାଧାଗୋବିନ୍ଦଙ୍କୁ ନେଇ ଦୋଳବିମାନରେ ନଗର ପରିକ୍ରମା କରାଉଛି ଉତ୍କଳୀୟ ଜୀବନ । ଆଜି ବି ଓଡ଼ିଶାର ପଲ୍ଲୀ ଜୀବନରେ ପ୍ରଚଳିତ ଲୋକଗୀତରେ କୁଆଁରୀ ଓ ଯୁବତୀମାନେ କହନ୍ତି,

ଆଦ୍ୟମାର୍ଗଶିର ଶିଶିର ଶୀତ, ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ ।।

ପୌଷେ ଚନ୍ଦ୍ରାବଳୀ ଜପଇ ବସି, ହସ୍ତେ ବନମାଳା ଗଳେ ତୁଳସୀ ।।

ଆସିବେ ମାଧୋଇ ମାଘରେ ବୋଲି, ସଜାଇଥିଲି ମୁଁ କାନନ ମଲ୍ଲୀ ।।

ଫଗୁଣ ମାସରେ ରାଧାଗୋବିନ୍ଦ, ଫଗୁ ଖେଳନ୍ତି ହୋଇଣ ଆନନ୍ଦ ।।  

ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀରୁ ଗାଁ ଗାଁରେ ଆରମ୍ଭ ହୁଏ ଦୋଳଯାତ୍ରା। ଠାକୁର ବିମାନରେ ବସି ନଗର ପରିକ୍ରମା କରିବା ସହ ଦ୍ୱାରେ ଦ୍ୱାରେ ଭୋଗ ଖାଆନ୍ତି। ପୁଣି ଦୋଳପୂର୍ଣ୍ଣିମାରୁ ଚୈତ୍ର କୃଷ୍ଣ ପଞ୍ଚମୀ ଯାଏଁ ଏହି ନୀତି ସମ୍ପନ୍ନ ହୁଏ ଏବଂ ଶେଷରେ ହୁଏ ପଞ୍ଚଦୋଳ।

ସେହିପରି କେତେକ ସ୍ଥାନରେ ଚୈତ୍ର କୃଷ୍ଣ ଦଶମୀ ଯାଏଁ ଦୋଳଯାତ୍ରା ଆୟୋଜନ ହେବାର ପରମ୍ପରା ରହିଛି। ଯାହାକୁ ମିଳିଛି ଦଶଦୋଳର ମାନ୍ୟତା। ଦୋଳ ଉତ୍ସବର ଏକ ବିଚିତ୍ର ପରମ୍ପରା ହେଉଛି ଯେ, ଏଠାରେ ମଣିଷ ଓ ଦେବତା ଏକା ସାଙ୍ଗରେ ରଙ୍ଗ ଅବିର ଖେଳନ୍ତି। ରାଧା-କୃଷ୍ଣଙ୍କ ପରମ ପ୍ରେମରେ ପ୍ରେମମୟ ହୋଇଉଠେ ପରିବେଶ। ସମାଜିକ ଜନଜୀବନରେ ସଦଭାବ, ସହୃଦୟତା, ଆପଣାପଣର ଚରମ ନିଦର୍ଶନ ଦୋଳଉତ୍ସବ।

ଯେତେବେଳେ ମେଳଣ ପଡ଼ିଆରେ ଆଖ ପାଖ ଗାଁର ମନ୍ଦିରରୁ ବାହାରି ରାଧାଗୋବିନ୍ଦ ଦୋଳବିମାନରେ କାନ୍ଧରେ ବୁହାହୋଇ ଗୋଟିଏ ଯାଗାରେ ଏକାଠି ହୁଅନ୍ତି, ସେଇଠି ମିଳେଇ ଯାଏ ସବୁ ମାନ ଅଭିମାନ। ଘଣ୍ଟ, ଘଣ୍ଟା, କାହାଳୀ, ଖୋଳ କରତାଳ ଓ ମୃଦଙ୍ଗର ତାଳରେ ଉଦଣ୍ଡ କୀର୍ତ୍ତନ କରନ୍ତି ସମସ୍ତେ।

ଠାକୁର, ମଣିଷ ଏବଂ ପ୍ରକୃତି ସମସ୍ତେ ଏକାକାର ହୋଇ ଯାଆନ୍ତି ରଙ୍ଗରେ, ଅବିରରେ, ଫଗୁରେ, ଫଗୁଣର ମିଠା ମିଠା ଛୁଆଁରେ ଏବଂ ପ୍ରକୃତିର ପରଶରେ। ଗାଁ ଗାଁ ପାଲଟିଯାଏ ବୃନ୍ଦାବନ। ରାଧାଗୋବିନ୍ଦଙ୍କ ସାଙ୍ଗରେ ଗାଁଲୋକେ ପାଲଟିଯାଆନ୍ତି ଗୋପାଳ ଗୋପାଙ୍ଗନା। ମଧୁ ମଳୟରେ ରାଧାଗୋବିନ୍ଦଙ୍କ ସାନ୍ନିଧ୍ୟର ଏ ମଧୁର ଅନୁଭବ ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତରାସରେ ବିସ୍ତରିଯାଏ ବହୁଦିଗ ।

ମଳୟ ଅଚଳ ସମ୍ପ୍ରତି ପ୍ରଚଳ ଦକ୍ଷିଣା ପବନ ବହିଲା । ତରୁ ଲତା ସବୁ ନୂତନ ପଲ୍ଲବ ରସାଳ ମୁକୁଳ ଧଇଲା ।।

ନବ ବସନ୍ତ ସମୟ .. ନବ ବୃନ୍ଦାବନ ରସମୟ ହେ .. ନବ ବସନ୍ତ ସମୟ ।।

ପ୍ରକୃତି ସହିତ ନିବିଡ଼ ଭାବେ ଜଡ଼ିତ ଦୋଳ ଉତ୍ସବରେ ବୃନ୍ଦାବନବିହାରୀ ରାଧାଗୋବିନ୍ଦଙ୍କୁ କଞ୍ଚାଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତକୁ ନୈବେଦ୍ୟ ରୂପରେ ବାଢ଼ିଦେଇ ପୂଜା କରିବା ପରମ୍ପରା ଉତ୍କଳର ।  ମୂଳତଃ ଦୋଳ ଉତ୍ସବ, ବସନ୍ତ ଉତ୍ସବ ବା ରଙ୍ଗ ଉତ୍ସବ ପନ୍ଦର ଦିନ ଧରି ସମସ୍ତଙ୍କୁ ବିମୋହିତ କରି ରଖେ ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

ଡକ୍ଟର ଫକୀର ମୋହନ ନାହାକ ଦୋଳ ଉତ୍ସବ ଦୋଳ ପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026

ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ, ଭୁବନେଶ୍ବରେ ମେଗା-ରକ୍ତଦାନ ଶିବିର

September 17, 2026

୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ: ଟ୍ରମ୍ପଙ୍କୁ ଦେଲା କଡ଼ା ବାର୍ତ୍ତା

September 17, 2026
Latest News

ଓଡ଼ିଶା DGP ଚୟନ ବିବାଦ: ସୁପ୍ରିମକୋର୍ଟରେ ଶୁଣାଣି ୨୨କୁ ଘୁଞ୍ଚିଲା

September 17, 2026

ପୁରୀରେ ଭେଜାଲ ଖଜା କାରଖାନା ଉପରେ ପୋଲିସର ଚଢ଼ାଉ

September 17, 2026

‘ଦିଲ୍ଲୀରେ ରୁହନ୍ତୁ ସମସ୍ତ ମନ୍ତ୍ରୀ’: କ୍ୟାବିନେଟ୍ ବିସ୍ତାର କଳ୍ପନାଜଳ୍ପନା ମଧ୍ୟରେ ମିଳିଲା ନିର୍ଦ୍ଦେଶ

September 17, 2026

କ୍ୟାଶଲେସ୍ ଇଣ୍ଡିଆରେ ନୂଆ ମୋଡ଼! UPI ଚାର୍ଜକୁ ନେଇ ବ୍ୟବସାୟୀଙ୍କ ଅସନ୍ତୋଷ

September 17, 2026

ମହାନଦୀରେ ବୁଡ଼ି ୧୪ ବର୍ଷୀୟ ନାବାଳକ ନିଖୋଜ, ଦୁଇ ସାଙ୍ଗ ଉଦ୍ଧାର

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.