Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ୍, ଅଦଳବଦଳ ପାଇଁ ମିଳିଲା ସୁରାକ
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ୍, ଅଦଳବଦଳ ପାଇଁ ମିଳିଲା ସୁରାକ

March 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ୍, ଅଦଳବଦଳ ପାଇଁ ମିଳିଲା ସୁରାକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ସେ ଓଡିଶାର ବିକାଶ ସଂପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ ଆରମ୍ଭ ହୋଇଗଲାଣି। ଏହାର କାରଣ ହେଲା ଯେ, ନବୀନବାବୁ ନୂଆଦିଲ୍ଲୀରୁ  ଫେରିବା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ।

ନବୀନ ପଟ୍ଟନାୟକ ଏହି ପାଳିରେ ମନ୍ତ୍ରୀ ମଣ୍ଡଳ ଆଦୌ ଅଦଳବଦଳ କରି ନାହାଁନ୍ତି। ତେଣୁ ଦିଲ୍ଲୀରୁ ଫେରିବା ପରେ ଏହା କରାଯିବ ବୋଲି ସଚିବାଳୟ କରିଡୋରରେ ଆଲୋଚନା ଆରମ୍ଭ ହୋଇଯାଇଛି। ନବୀନ ଅନେକ ସମୟରେ ନୂଆଦିଲ୍ଲୀ ଗସ୍ତରୁ ଆସିବା ପରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରିଥାନ୍ତି। ସେଥିପାଇଁ ଏହି ଚର୍ଚ୍ଚା ବେଶ ଜୋର ଧରିଛି।

ବର୍ତ୍ତମାନ ରାଜ୍ୟର ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହୋଇଯାଇଛି। ଏଥିରେ ବିଜେଡି ବେଶ ସଫଳତା ମଧ୍ୟ ହାସଲ କରିଛି। ତେଣୁ ବର୍ତ୍ତମାନ ସଂଗଠନ ସଜାଡିବା କାମ ଆରମ୍ଭ ହେବ। ଅନ୍ୟପଟେ ନବୀନ ବହୁ ବର୍ଷ ପରେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେଣୁ ଏସବୁକୁ ବିଚାର କଲେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅଦଳବଦଳ ସୁନିଶ୍ଚିତ ବୋଲି ଜଣାପଡିଲାଣି।

ତେବେ ନବୀନ କାହାକୁ ନେବେ କାହାକୁ ରଖିବେ ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି। କେତେକଙ୍କ କହିବା କଥା ହେଲା ଯେ, ଏହି ପାଳିରେ ଯେଉଁ ମନ୍ତ୍ରୀମାନେ ଦଳକୁ ବେଶ ବଦନାମ କରିଛନ୍ତି ସେମାନଙ୍କୁ ବିତାଡିତ କରାଯିବ। ସେମାନଙ୍କ ପାଇଁ ଦଳ ବିଭିନ୍ନ ସମୟରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେଉଛି। ସେଥିପାଇଁ ସେମାନଙ୍କୁ ନବୀନ ବାଦ ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ସୂଚନା ମିଳିଛି।

ସେହିପରି କେତେକ ମନ୍ତ୍ରୀ ବର୍ତ୍ତମାନ ପୁରା ଅଯୋଗ୍ୟ ବୋଲି ପ୍ରମାଣିତ ହୋଇସାରିଛନ୍ତି। ସେମାନଙ୍କ ପାଇଁ ମଧ୍ୟ ସରକାର ବିଭିନ୍ନ ସମୟରେ ହଟହଟା ହେଉଛନ୍ତି। ସେହିପରି ଅଯୋଗ୍ୟ ମନ୍ତ୍ରୀଙ୍କୁ ମଧ୍ୟ ବିତାଡିତ କରାଯିବ ବୋଲି ସଙ୍କେତ ମିଳିସାରିଛି। ମୁଖ୍ୟତଃ ଏଥର ମନ୍ତ୍ରୀ ମଣ୍ଡଳରେ ନବୀନ ମହିଳାମାନଙ୍କୁ ବେଶ୍ ଗୁରୁତ୍ବ ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି।

ଏକ ବିଶେଷ ସୁତ୍ର ଅନୁସାରେ ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆ ମନ୍ତ୍ରୀମଣ୍ଡଳର ଏକ ସାମ୍ଭବ୍ୟ ତାଲିକା କୁଆଡେ ପ୍ରସ୍ତୁତ କରିଛନ୍ତି। ନୂଆଦିଲ୍ଲୀରୁ ଫେରିବା ପରେ ତାହାର ଚୁଡାନ୍ତ ରୂପରେଖ ଦେବେ। ତେବେ ଏଥର ମନ୍ତ୍ରୀ ମଣ୍ଡଳରେ କିଏ ରହିବେ, କିଏ ବାଦ ପଡିବେ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ଭିତିିରିଆ ସୂଚନା ମିଳିପାରୁ ନାହିଁ। ହେଲେ ଏହି ଏପ୍ରିଲ ମାସରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ନିଶ୍ଚିତ ବୋଲି ଜଣାପଡିଛି।

ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026

ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ, ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

June 19, 2026
Latest News

ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆଡ଼କୁ NDA: ଜାଣନ୍ତୁ ବିରୋଧୀ ଦଳର ସଂଖ୍ୟା

June 19, 2026

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.