Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋର୍ଟଙ୍କ ରାୟ ପରେ କରୋନା ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଆବେଦନ ତାରିଖ ବଢିଲା
ଜାତୀୟ ଖବର

କୋର୍ଟଙ୍କ ରାୟ ପରେ କରୋନା ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଆବେଦନ ତାରିଖ ବଢିଲା

April 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋର୍ଟଙ୍କ ରାୟ ପରେ କରୋନା ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଆବେଦନ ତାରିଖ ବଢିଲା

ନୂଆଦିଲ୍ଲୀ:  କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ ।

କୋର୍ଟ ୨୦୨୧ର ରିଟ୍ ପିଟିସନ ସଂଖ୍ୟା ୧୮୦୫ରେ ହୋଇଥିବା ଏକାଧିକ ଆବେଦନ ଉପରେ ଶୁଣାଣି କରି ଗତ ୨୪ ମାର୍ଚ୍ଚ ୨୦୨୨ରେ ସମୟସୀମା ନିର୍ଦ୍ଧାରଣ ସଂକ୍ରାନ୍ତରେ କୋର୍ଟ ଆବେଦନ ସମୟ ବୃଦ୍ଧି କରିଛନ୍ତି। କୋର୍ଟ କହିଛନ୍ତି ଯେ, ମୃତକଙ୍କ ପରିବାର ବର୍ଗଙ୍କୁ ଆଉ ୬୦ ଦିନର ଅତିରିକ୍ତ ସମୟ ସୀମା ପ୍ରଦାନ କରାଯାଉ। ଏହି ଆବେଦନ କରିବା ସମୟ ଗତ ମାର୍ଚ୍ଚ ୨୦ ତାରିଖ ରଖାଯାଇଥିଲା।

ଭବିଷ୍ୟତରେ ହେବାକୁ ଥିବା କୋଭିଡ-୧୯ ମୃତ୍ୟୁ ପାଇଁ କ୍ଷତିପୂରଣ ନିମନ୍ତେ ସମୟସୀମା ମୃତ୍ୟୁ ତାରିଖ ଠାରୁ ୯୦ ଦିନ ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି ।
କ୍ଷତିପୂରଣ ଦାବିର ଯାଞ୍ଚ ଏବଂ ଅର୍ଥ ପଇଠର ବାସ୍ତବ ଅବଧି ଦାବି ହସ୍ତଗତ ହେବାର ତିରିଶ ଦିନ ମଧ୍ୟରେ କରାଯିବ। ଏ ସଂକ୍ରାନ୍ତରେ ପୂର୍ବରୁ ଜାରି ଆଦେଶ ଲାଗୁ ହେବ ।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଯେ ଅତ୍ୟଧିକ କଠିନ ପରିସ୍ଥିତିରେ ଯେଉଁଠି କୌଣସି ଦାବିଦାର ନିର୍ଦ୍ଧାରିତ ସମୟ-ସୀମା ମଧ୍ୟରେ ଆବେଦନ କରିପାରିବେ ନାହିଁ ସେହି ଦାବିଦାର ଅଭିଯୋଗ ସମାଧାନ ସମିତି ମାଧ୍ୟମରେ କରାଯିବ।

ଅଭିଯୋଗ ସମାଧାନ ସମିତି ମାମଲା ପରେ ମାମଲା ଆଧାରରେ ଏଭଳି ଦାବି ଉପରେ ବିଚାର କରିବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ଦାବିଦାର ଦାବି କରିପାରୁ ନ ଥିବା ଏବଂ ଏହା ତାଙ୍କର ନିୟନ୍ତ୍ରଣ ବାହାରେ ଥିବା ଅଭିଯୋଗ ସମାଧାନ ସମିତି ହୃଦୟଙ୍ଗମ କଲେ, ଏପରି କ୍ଷେତ୍ରରେ ବ୍ୟତିକ୍ରମ ଆଧାରରେ ଦାବି ଉପରେ ବିଚାର କରାଯାଇ ପାରିବ ।

ଏହା ବ୍ୟତୀତ ନ୍ୟାୟାଳୟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ନକଲି ଦାବି ଆଶଙ୍କାକୁ ଯଥାସମ୍ଭବ କମାଇବା ପାଇଁ ୫ ପ୍ରତିଶତ ଦାବି ଆବେଦନକୁ ପ୍ରଥମ ଥର ମନଇଚ୍ଛା ଯାଞ୍ଚ କରାଯିବ । କୌଣସି ବ୍ୟକ୍ତି ନକଲି ଦାବି କରିଥିବା ଧରାପଡ଼ିଲେ, ତାଙ୍କ ବିରୋଧରେ ବିପର୍ଯ୍ୟୟ ପ୍ରଶମନ ଆଇନ, ୨୦୦୫ର ଧାରା ୫୨ ଅଧୀନରେ ବିଚାର କରାଯିବ ଏବଂ ତଦନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ମୃତକ ସୁପ୍ରିମ କୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.