Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିଏମ ଆବାସ ଯୋଜନାର ହିତାଧିକାରୀଙ୍କୁ ପତ୍ର ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ କ’ଣ କହିଲେ
ବିଶେଷ ଖବର

ପିଏମ ଆବାସ ଯୋଜନାର ହିତାଧିକାରୀଙ୍କୁ ପତ୍ର ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ କ’ଣ କହିଲେ

April 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ‘‘ଘର କେବଳ ଇଟା ସିମେଣ୍ଟରେ ପ୍ରସ୍ତୁତ ହୋଇଥିବା ଏକ ଢାଞ୍ଚା ନୁହେଁ ବରଂ ଏଥିରେ ଆମ ଭାବନା, ଆମର ଆକାଂକ୍ଷା ଯୋଡ଼ି ହୋଇ ରହିଛି। ଘରର ଚାରି କାନ୍ଥ ଆମକୁ ସୁରକ୍ଷା ପ୍ରଦାନ କରିବା ସହିତ ଆମ ମନରେ ଏକ ଉନ୍ନତ ଭବିଷ୍ୟତ ପାଇଁ ଭରସା ଓ ବିଶ୍ବାସ ଜାଗ୍ରତ କରିଥାଏ।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ସୁଧୀର କୁମାର ଜୈନଙ୍କୁ ଲେଖିଥିବା ପତ୍ରରେ ଏହି କଥା ଉଲ୍ଲେଖ କରିଛନ୍ତି। ଏଥିସହିତ ଶ୍ରୀ ଜୈନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କା ଘର ମିଳିବା ନେଇ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ମୁଣ୍ଡ ଉପରେ ଛାତ, ନିଜର ଏକ ଘର ପାଇବାର ଖୁସି ଅମୂଲ୍ୟ ବୋଲି ପ୍ରଧାନମନ୍ତୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସୁଧୀରଙ୍କୁ ପଠାଇଥିବା ପତ୍ରରେ ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି, ‘‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ନିଜ ପାଇଁ ଘରଟିଏ ତୋଳିବା ପାଇଁ ଆପଣଙ୍କ ସ୍ବପ୍ନ ସାକାର ହୋଇପାରିଛି। ଏହି ଉପଲବ୍ଧି ପରେ ଆପଣଙ୍କ ଭିତରେ ଯେଉଁ ସନ୍ତୋଷ ଭାବନା ଜାଗ୍ରତ ହୋଇଛି ତାହା ଆପଣ ଲେଖିଥିବା ପତ୍ରର ଶବ୍ଦରେ ଖୁବ୍‌ ସହଜ ଭାବେ ପ୍ରତିଫଳିତ ହୋଇଛି। ଆପଣଙ୍କ ପରିବାରର ସମ୍ମାନପୂର୍ଣ୍ଣ ଜୀବନ ଏବଂ ଦୁଇ ପିଲାମାନଙ୍କର ଉନ୍ନତ ଭବିଷ୍ୟତ ପାଇଁ ଏ ଘର ଏକ ନୂତନ ଆଧାର ଭଳି।’’ ଏଥିସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏବେ ସୁଦ୍ଧା କୋଟି କୋଟି ହିତାଧିକାରୀଙ୍କୁ ନୂଆ ପକ୍କା ଘର ମିଳିସାରିଛି। ସେ କହିଥିଲେ ଯେ, ସରକାର ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ବିଭିନ୍ନ ଜନ-କଲ୍ୟାଣକାରୀ ଯୋଜନା ଜରିଆରେ ଦେଶବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସଚ୍ଚୋଟ ପ୍ରୟାସ କରୁଛନ୍ତି।

ସୁଧୀରଙ୍କୁ ଲେଖିଥିବା ପତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଭଳି ହିତାଧିକାରୀଙ୍କ ଜୀବନରେ ଆସିଥିବା ସ୍ମରଣୀୟ ମୁହୂର୍ତ୍ତ ରାଷ୍ଟ୍ର ପାଇଁ ଅବିଶ୍ରାନ୍ତ ଭାବେ, ଅବିରାମ ଗତିରେ ନିରନ୍ତର କାର୍ଯ୍ୟ କରିବା ଲାଗି ପ୍ରେରଣା ଓ ଶକ୍ତି ପ୍ରଦାନ କରିଥାଏ।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସୁଧୀରଙ୍କୁ ପିଏମ ଆବାସ ଯୋଜନା ଅଧୀନରେ ପକ୍କା ଘର ମିଳିଥିଲା। ଏଥିପାଇଁ ସୁଧୀର ପତ୍ର ଲେଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିବା ଚିଠିରେ ସୁଧୀର ଲେଖିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ବାସଗୃହ ଘର ନଥିବା ଗରିବ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ସୁଧୀର ତାଙ୍କ ପତ୍ରରେ ଲେଖିଥିଲେ ଯେ ବର୍ତ୍ତମାନ ସୁଦ୍ଧା ସେ ଭଡ଼ା ଘରେ ରହୁଥିଲେ ଏବଂ ୬-୭ ଥର ଘର ବଦଳାଇ ସାରିଥିଲେ। ସେ କହିଥିଲେ ଯେ ବାରମ୍ବାର ଘର ବଦଳାଇଲେ କେମିତି ଯନ୍ତ୍ରଣା ଭୋଗିବାକୁ ହୁଏ ତାହା ସେ ଭଲ ଭାବେ ଜାଣିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.