Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବ୍ରିକ୍ସ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦ୍‌ବୋଧନ
ବିଶେଷ ଖବର

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବ୍ରିକ୍ସ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦ୍‌ବୋଧନ

May 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବ୍ରିକ୍ସ ରାଷ୍ଟ୍ର ସମୂହର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଭାସୀ ବ୍ୟବସ୍ଥାରେ ମେ ୧୩ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବ୍ୟାପାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇଥିଲେ।  ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ଗୁରୁତ୍ୱ ଦୃଷ୍ଟିରୁ ଏ ବିଷୟରେ ମିଳିତଭାବେ ଚିନ୍ତା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ରିକ୍ସର ଏହି ଉଚ୍ଚସ୍ତରୀୟ ବୈଠକ ଏ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ଯାଦବ ମତପ୍ରକାଶ କରିଥିଲେ। ସେ କହିଥିଲେ ଯେ ଏବେ ପାରମ୍ପରିକ ଇନ୍ଧନର ବ୍ୟବହାରକୁ ଯଥେଷ୍ଟ ହ୍ରାସ କରି କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଊର୍ଜାକୁ ଅଧିକରୁ ଅଧିକ ବ୍ୟବହାର କରିବା ସହିତ ବିକାଶ ପ୍ରକ୍ରିୟାକୁ ନିରନ୍ତର କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆନ୍ତର୍ଜାତିକ ସହଯୋଗର ଗୁରୁତ୍ୱ ଅଧିକ।

ଏହି ଉଚ୍ଚସ୍ତରୀୟ ବୈଠକରେ ଚୀନର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ହୁଆଙ୍ଗ ରନ୍‌କି ଅଧ୍ୟକ୍ଷତା କରିଥିଲେ। ଏଥିରେ ଭାରତ ସମେତ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦିର ବିଭାଗୀୟ ମନ୍ତ୍ରୀମାନେ ଯୋଗଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ଅଙ୍ଗୀକାରବଦ୍ଧ ଏବଂ ସମୂଳର ଯଥାର୍ଥ ଉପଯୋଗ କରି ଅପଚୟ ରୋକିବା ସହିତ ଜୀବନଶୈଳୀରେ ପରିବର୍ତ୍ତନ ଆଣି ନିରନ୍ତର ବିକାଶ ହାସଲ କରିବାରୁ ଉଦ୍ୟମ କରୁଛି। ଭାରତର ଦୂରଦ୍ରଷ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଇତିମଧ୍ୟରେ ଗ୍ରହଣ କରିସାରିଛି। ଅକ୍ଷୟଶକ୍ତି, ସହନଯୋଗ୍ୟ ବସବାସ, ଅତିରିକ୍ତ ଜଙ୍ଗଲ ଓ ବୃକ୍ଷରୋପଣ ଦ୍ୱାରା ଅତିରିକ୍ତ କାର୍ବନ ସିଙ୍କ୍ (ଅଙ୍ଗାର ନିଃଶୋଷଣ ବ୍ୟବସ୍ଥା) ସୃଷ୍ଟି, ବିକଳ୍ପ ଇନ୍ଧନଯୁକ୍ତ ପରିବହନ ବ୍ୟବସ୍ଥାକୁ କ୍ରମଶଃ ପରିବର୍ତ୍ତନ, ଇ-ମବିଲିଟି ଏବଂ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଘରୋଇ କ୍ଷେତ୍ରକୁ ସାମିଲ କରିବା ଆଦି ଭାରତ ଗ୍ରହଣ କରିଥିବା କେତେକ ବଳିଷ୍ଠ ପଦକ୍ଷେପର ଉଦାହରଣ ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ।

ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରି ଭାରତ କିପରି ଅର୍ଥନୀତିକ ଅଭିବୃଦ୍ଧି ପ୍ରକ୍ରିୟା ବଢାଇବାରେ ସଫଳ ହେଉଛି ମନ୍ତ୍ରୀ ଶ୍ରୀ ଯାଦବ ତାହାର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ ବିକାଶଶୀଳ ଦେଶମାନଙ୍କ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ବିଭିନ୍ନ ବିଷୟ ଉପରେ  ନିର୍ଭର କରେ। ଏହା ବିକଶିତ ରାଷ୍ଟ୍ର ଓ ଅନ୍ୟାନ୍ୟ ଧନାଢ୍ୟ ସଂସ୍ଥା ଆବଶ୍ୟକ ଅର୍ଥ, ଟେକ୍‌ନୋଲୋଜି ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।

ୟୁଏନ୍‌ଏଫସିସି ଓ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏଥିପାଇଁ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଯେଉଁ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ତଦନୁସାରେ ଏହା କରାଯିବା ଉଚିତ ବୋଲି ସେ କହିଛନ୍ତି। ଗ୍ଲାସଗୋ ନିଷ୍ପତ୍ତି ଏବଂ କୋପ୍‌-୨୬ ପ୍ରେସିଡେନ୍ସି ଦ୍ୱାରା ପ୍ରକାଶିତ ଜଳବାୟୁ  ମୁକାବିଲା ବିତ୍ତଯୋଗାଣ ଯୋଜନା ଫଳରେ ଏହି ଅର୍ଥ ଯୋଗାଣ ଓ ଟେକେ୍‌ନୋଲୋଜି ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ ହେବା ଘେନି ସେ ଦୃଢ ଆଶାବ୍ୟକ୍ତ କରିଛନ୍ତି।

ଏହି ବୈଠକରେ ବିକ୍ସ ରାଷ୍ଟ୍ର ସମୂହର ପରିବେଶ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ କରିବାକୁ ଅଙ୍ଗୀକାର ପ୍ରକାଶ କରିଥିଲେ। ଆହୁରି ମଧ୍ୟ ସହଯୋଗର ବିଷୟବସ୍ତୁ ଓ କ୍ଷେତ୍ରକୁ ଅଧିକ ବ୍ୟାପକ କରିବାକୁ ସେମାନେ ରାଜି ହୋଇଛନ୍ତି। ବୈଠକ ଶେଷରେ ଜାରି ମିଳିତ ଘୋଷଣା ନାମରେ କୁହାଯାଇଛି ଯେ ବ୍ରିକ୍ସ ରାଷ୍ଟ୍ରମାନେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନିଜ ନିଜ ମଧ୍ୟରେ ନୀତି ଅଦଳବଦଳ (ପଲିସି ଏକ୍ସଚେଞ୍ଜ) କରିବା ସହିତ ସହଯୋଗକୁ ଅଧିକ ନିବିଡ ଓ ବ୍ୟାପକ କରିବାକୁ ଏକମତ ହୋଇଛନ୍ତି।

ଉଚ୍ଚସ୍ତରୀୟ ବୈଠକ ଜଳବାୟୁ ପରିବର୍ତ୍ତନ ଭୂପେନ୍ଦ୍ର ଯାଦବ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.