Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସ ସଭାପତିଙ୍କ ନାମ ହେଲା ଘୋଷଣା, ନିରଂଜନଙ୍କ ଇସ୍ତଫା ହେଲା ଗୃହୀତ
ଜାତୀୟ ଖବର

କଂଗ୍ରେସ ସଭାପତିଙ୍କ ନାମ ହେଲା ଘୋଷଣା, ନିରଂଜନଙ୍କ ଇସ୍ତଫା ହେଲା ଗୃହୀତ

May 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ସଭାପତିଙ୍କ ନାମ ହେଲା ଘୋଷଣା, ନିରଂଜନଙ୍କ ଇସ୍ତଫା ହେଲା ଗୃହୀତ

ଭୁବନେଶ୍ବର: ବହୁ ବାଦବିବାଦ ପରେ ଆଜି ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସର ସଭାପତିଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ। ଆଜି ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଉଲ୍ଲେଖ କରାଯାଇଛି।

ଏହି ବିଜ୍ଞପ୍ତିରେ ପ୍ରଥମେ କୁହାଯାଇଛି ଯେ, ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନିରଜଂନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ହୋଇଛି। ଏଥିସହିତ ନୂଆ ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ନିଂରଜନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳ ଭିତରେ ବେଶ୍ ଭଲ କାମ କରିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ୧୯୯୧ ଏବଂ ୧୯୯୬ ରେ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଥି ସହତି ସେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱରେ ଥିଲେ। ତାଙ୍କର ନିଯୁକ୍ତି ପରେ ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମେ ମିଳିମିଶି କାମ କରିବାକୁ ପଦକ୍ଷେପ ନେବୁ ବୋଲି ଶରତ କହିଛନ୍ତି।

ସେହିପରି ଓଡିଶା ପ୍ରଭାରୀ ଚେଲ୍ଲାକୁମାର ମଧ୍ୟ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଶରତ ପଟ୍ଟନାୟକଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିବ। ଶରତ ପଟ୍ଟନାୟକଙ୍କ ବହୁ ବଡ ଅଭିଜ୍ଞତା ରହିଛି। ତାଙ୍କର ନେତୃତ୍ବରେ ଦଳ ନିଶ୍ଚିତ ଭଲ କରିବ। ବହୁ ନେତା ଏହି ରେସରେ ଥିଲେ, ହେଲେ ସେମାନଙ୍କ ଭିତରେ ଶରତ ପଟ୍ଟନାୟକଙ୍କ ଅଭିଜ୍ଞ ସଂପର୍ଣ୍ଣ ନେତା ଭାବେ ତାଙ୍କୁ ଏହି ପଦବୀ ପାଇଁ ମନୋନିତ କରାଯାଇଛି।

ଶରତ ପଟ୍ଟନାୟକଙ୍କୁ ସଭାପତି ଭାବେ ଘୋଷଣା କରାଯିବା ପରେ ପ୍ରଦେଶ କଂଗ୍ରେସ ମହଲରେ ଉତ୍ସାହ ଖେଳିଯାଇଛି।

କଂଗ୍ରେସ ସଭାପତି ପିସିସି ସଭାପତି ଶରତ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026
Latest News

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.