Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RajyasabhaElection»ତିନୋଟି ରାଜ୍ୟସଭା ଆସନରୁ ଜଣେ ଯିବେ ଅଣ ରାଜନୈତିକ ମହିଳା, କିଏ ସେହି ଭାଗ୍ୟବତୀ
RajyasabhaElection

ତିନୋଟି ରାଜ୍ୟସଭା ଆସନରୁ ଜଣେ ଯିବେ ଅଣ ରାଜନୈତିକ ମହିଳା, କିଏ ସେହି ଭାଗ୍ୟବତୀ

May 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତିନୋଟି ରାଜ୍ୟସଭା ଆସନରୁ ଜଣେ ଯିବେ ଅଣ ରାଜନୈତିକ ମହିଳା, କିଏ ସେହି ଭାଗ୍ୟବତୀ

ଭୁବନେଶ୍ବର: ଓଡିଶାର ତିନୋଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ବାହାରିଛି ବିଜ୍ଞପ୍ତି। ସେଥିପାଇଁ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। ହେଲେ ଏହି ତିନୋଟି ଆସନ ବିଜେଡି ଅକ୍ତିୟାର କରିବା ନିଶ୍ଚିତ ଥିବାରୁ ଅନ୍ୟ ରାଜନୈତିକ ଦଳରେ ଏହି ଉତ୍ସାହ ନାହିଁ। କାରଣ ସେମାନଙ୍କର ଏହି ନିର୍ବାଚନ ପାଇଁ ସଂଖ୍ୟା ନାହିଁ। ଏହି ତିନୋଟି ଆସନ ବିଜେଡି ହାତରେ ଥିବାରୁ ବର୍ତ୍ତମାନ ଦଳର ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସମସ୍ତେ ଏହି ଦୈଡରେ ସାମିଲ ହେବା ପାଇଁ ଅନେଇ ବସିଛନ୍ତି।

ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥର ନବୀନ ତିନୋଟି ଆସନ ମଧ୍ୟରୁ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତି କରିଛନ୍ତି। କାରଣ ସବୁବେଳେ ମହିଳା କାର୍ଡ ଖେଳୁଥିବା ନବୀନ ଏଥର ରାଜ୍ୟସଭା ନିର୍ବାଚନରେ ମଧ୍ୟ ତାହା କରି ଦେଖାଇବେ। କାରଣ ବର୍ତ୍ତମାନ ରାଜ୍ୟସଭାରେ ଛଅଟି ସଦସ୍ୟଙ୍କ ମଧ୍ୟରୁ ତାଙ୍କ ଦଳରୁ ଜଣେ ମାତ୍ର ମହିଳା ଅଛନ୍ତି। ସେ ହେଉଛନ୍ତି ମମତା ମହନ୍ତ। ଆଉ ପାଞ୍ଚଜଣ ପୁରୁଷ ସଦସ୍ୟ ଅଛନ୍ତି। ସେଥିପାଇଁ ନିର୍ବାଚନ ହେବକୁ ଥିବା ଏହି ତିନୋଟି ଆସନରୁ ଗୋଟିଏ ନିଶ୍ଚିତ ମହିଳାଙ୍କୁ ଦିଆଯିବ ବୋଲି ଜଣାପଡିଛି।

ତେବେ ଏହି ମହିଳା କିଏ, ସେ ନେଇ ଚାଲିଛି ଅଙ୍କ କଷା। ସେହିପରି ଆଉ ଦୁଇଟି ଆସନରେ କେଉଁ ନେତା ଯିବେ ସେ ନେଇ ମଧ୍ୟ ଚାଲିଛି ବିଚାର ବିମର୍ଷ। ପ୍ରଥମ କଥା ହେଲା ଏହି ଦୁଇ ଆସନରୁ ପ୍ରାୟତଃ କେଉଁ ଦୁଇଜଣ ଯିବେ ତାହା ନିଶ୍ଚିତ ହୋଇଛି। ବିଶେଷ ସୁତ୍ର ଅନୁସାରେ ଏହି ଦୁଇଟିରେ ପୁନଃର୍ବାର ସସ୍ମିତ ପାତ୍ର ମନୋନିତ ହେଉଥିବା ବେଳେ ପ୍ରଦୀପ ମାଝିଙ୍କୁ ମଧ୍ୟ ନବୀନ ରାଜ୍ୟସଭାକୁ ପଠାଇପାରନ୍ତି। ତେବେ କେତେକ କ୍ଷେତ୍ରରେ ସସ୍ମିତଙ୍କୁ ରାଜ୍ୟ ରାଜନୀତିରେ ରଖି ରମେଶଚନ୍ଦ୍ର ଚାଉପଟ୍ଟନାୟକଙ୍କୁ ମନୋନିତ କରିପାରନ୍ତି ବୋଲି କୁହାଯାଉଛି।

ଏହି ଦୁଇ ଆସନ ପାଇଁ ଆଉ ଯେଉଁମାନଙ୍କର ନାମ ଶୁଣାଯାଉଛି ସେମାନେ ହେଲେ ଡ ପ୍ରସନ୍ନ ପାଟ୍ଟଶାଣୀ, ଜିନ୍ଦଲ କଂପାନୀର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନାମ ମଧ୍ୟ ରହିଛି। ତେବେ ପଶ୍ଚିମ ଓଡିଶାରେ ଦଳକୁ ସକ୍ରିୟ କରିବା ପାଇଁ ନବୀନ ପୁଣି ଥରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ପଠାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।  ହେଲେ ଶେଷ ମୂହୁର୍ତ୍ତରେ ନବୀନ ଏପରି ଲୋକଙ୍କୁ ମନୋନିତ କରିବେ ଯେଉଁମାନେ କେବେ ଚର୍ଚ୍ଚାରେ ନ ଥିବେ।

ସେହିପରି ଆଉ ଏକ ଆସନ ପାଇଁ ଜଣେ ଅଣରାଜନୈତିକ ମହିଳାଙ୍କୁ ନବୀନ ରାଜ୍ୟସଭା ପଠାଇବେ ବୋଲି ସ୍ପଷ୍ଟ ଜଣାପଡିଛି। ଅଣରାଜନୈତିକ ପ୍ରାର୍ଥୀ କରିବା କାରଣ ରାଜନୈତିକ ମହିଳାଙ୍କ ସଂଖ୍ୟା ବା ଆଶାୟୀ ଏତେ ଯେ, ସେମାନଙ୍କ ଭିତର କାହାକୁ ପଠାଇବା ଅର୍ଥ ଅସନ୍ତୋଷ ସୃଷ୍ଟି କରିବା। ସେଥିପାଇଁ ଶିକ୍ଷା କିମ୍ବା ଶିଳ୍ପ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଜଣେ ମହିଳାଙ୍କୁ ନବୀନ ପ୍ରାର୍ଥୀ କରିପାରନ୍ତି ବୋଲି ଜଣାପଡିଛି। ଏହି ମହିଳା ପ୍ରାର୍ଥୀଙ୍କୁ ନେଇ  ରାଜ୍ୟ ରାଜନୀତିରେ ନବୀନ ଏକ ଚକମା ଦେଖାଇବାର ସମ୍ଭାବନା ରହିଛି।

ରାଜ୍ୟସଭା ରାଜ୍ୟସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026
Latest News

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.