Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାପ୍ରଭୁଙ୍କ ରଥଯାତ୍ରା ସମୀକ୍ଷା ବୈଠକରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ଲୋକସଂପର୍କ ମନ୍ତ୍ରୀ
ଜାତୀୟ ଖବର

ମହାପ୍ରଭୁଙ୍କ ରଥଯାତ୍ରା ସମୀକ୍ଷା ବୈଠକରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ଲୋକସଂପର୍କ ମନ୍ତ୍ରୀ

June 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମହାପ୍ରଭୁଙ୍କ ରଥଯାତ୍ରା ସମୀକ୍ଷା ବୈଠକରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ଲୋକସଂପର୍କ ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସୁଚାରୁ ରୂପେ ସଂପାଦନ କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ନିଷ୍ଠାପର ଭାବରେ ନିୟୋଜିତ ହେବେ ବୋଲି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଆଶାପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଅମାତ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ନୂଆ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ହେବା ପରେ ସେ ରଥଯାତ୍ରା ସମୀକ୍ଷାରୁ କାର୍ଯ୍ୟ ଆରମ୍ଭ କରିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଓ ସରସସୁନ୍ଦର କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱଗୁଡ଼ିକ ବାବଦରେ ସଚେତନ ହୋଇ ସଫଳ ସଂପାଦନରେ ଅଧିକାରୀ ତଥା କର୍ମଚାରୀମାନେ ପ୍ରତିବଦ୍ଧ ହେବାକୁ ମନ୍ତ୍ରୀ ଅମାତ ପରାମର୍ଶ ଦେଇଥିଲେ। ରଥଯାତ୍ରାର ବିଶ୍ୱପ୍ରସିଦ୍ଧିକୁ ଦୃଷ୍ଟିରେ ରଖି ପ୍ରଚାର, ବିଜ୍ଞାପନ ଓ ପ୍ରଦର୍ଶନୀ ଇତ୍ୟାଦି ନେଇ ବିଶେଷ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମୀକ୍ଷା ବୈଠକରେ ଯୋଗଦେଇ ସାମାଜିକ ଗଣମାଧ୍ୟମରେ ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରସାର ପାଇଁ ପରାମର୍ଶ ଦେବା ସହିତ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ବଳିତ ବିିଭିନ୍ନ କିମ୍ବଦନ୍ତୀ, ଲୋକକଥା, ତଥ୍ୟର ପ୍ରଚାର ଉପରେ ବିଭାଗ ଗୁରୁତ୍ୱ ଦେବ ବୋଲି ଉଲ୍ଲେଖ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ବିଭାଗ ତରଫରୁ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ଉପରେ ସୂଚନା ଦେଇଥିଲେ। ଦୂରଦର୍ଶନ ଜରିଆରେ ସିଧା ପ୍ରସାରଣ, ଅନ୍ୟାନ୍ୟ  ଗଣମାଧ୍ୟମକୁ ଲାଇଭ୍‌ କମନ୍‌ ଫିଡ୍‌ ଯୋଗାଣ, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ସାମ୍ବାଦିକମାନଙ୍କ ଗସ୍ତ, ସମ୍ମାନନୀୟ ଅତିଥିମାନଙ୍କ ପରିଚର୍ଯ୍ୟା, ବିଭିନ୍ନ ପ୍ରକାଶନର ରଥଯାତ୍ରା ବିଶେଷାଙ୍କ ବିକ୍ରୟ, ଫଟୋଚିତ୍ର ପ୍ରଦର୍ଶନୀ, ବିଜ୍ଞାପନ ପ୍ରସାରଣ ସହିତ ହୋଡ଼ିଙ୍ଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗ ଉପରେ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଅବଗତ କରାଇଥିବା ବେଳେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ରଥଯାତ୍ରା ଦିନ ଉଭୟ ପତି୍ରକାର ବିଶେଷାଙ୍କ ସଂଖ୍ୟା ଲୋକାର୍ପିତ ହେବ ବୋଲି ଉଲ୍ଲେଖ କରିଥିଲେ ।

ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, କ୍ଷେତ୍ରୀୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ। ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଦୀପ କୁମାର ଅମାତ ବିଷ୍ଣୁପଦ ସେଠୀ ମହାପ୍ରଭୁ ଶ୍ରୀଜଗନ୍ନାଥ ସୂଚନା ଓ ଲୋକସଂପର୍କ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026
Latest News

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.