Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରାଥମିକ କୃଷି ଋଣ ସମିତି ଗୁଡ଼ିକର କମ୍ପ୍ୟୁଟରୀକରଣକୁ କ୍ୟାବିନେଟ ମଞ୍ଜୁରି
ବିଶେଷ ଖବର

ପ୍ରାଥମିକ କୃଷି ଋଣ ସମିତି ଗୁଡ଼ିକର କମ୍ପ୍ୟୁଟରୀକରଣକୁ କ୍ୟାବିନେଟ ମଞ୍ଜୁରି

June 30, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
କ୍ୟାବିନେଟ୍‌ ର ବଡ଼ ନିଷ୍ପତ୍ତି: ଗହମ ସମେତ ଏହି ୬ ଟି ଫସଲର ବଢିଲା ଏମଏସପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ର କମ୍ପ୍ୟୁଟରୀକରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି ପ୍ୟାକ୍ସଗୁଡ଼ିକର ଦକ୍ଷତା ବଢ଼ାଇବା ସହିତ ପରିଚାଳନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବ। ପ୍ୟାକ୍ସଗୁଡ଼ିକର କାରବାରରେ ବିବିଧତା ଆସିବା ସହିତ ବିଭିନ୍ନ ଗତିବିଧି/ସେବା ଆରମ୍ଭ କରିବା କ୍ଷେତ୍ରରେ ସୁବିଧା ମିଳିବ। ଏହି ପ୍ରକଳ୍ପ ପାଇଁ ମୋଟ ୨୫୧୬ କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି। ଭାରତ ସରକାର ଏଥିରେ ୧୫୨୮ କୋଟି ଟଙ୍କା ଖର୍ଚ୍ଚ କରିବେ। ମୋଟ ୫ ବର୍ଷର ଅବଧି ମଧ୍ୟରେ ପ୍ରାୟ ୬୩ ହଜାର କାର୍ଯ୍ୟକ୍ଷମ ପ୍ୟାକ୍ସର କମ୍ପ୍ୟୁଟରୀକରଣ କରାଯିବ।

ଦେଶରେ ସ୍ବଳ୍ପକାଳୀନ ସମବାୟ ଋଣ (ଏସଟିସିସି) ଯୋଗାଇ ଦେବାର ତ୍ରିସ୍ତରୀୟ ବ୍ୟବସ୍ଥାରେ ସବୁଠୁ ତୃଣମୂଳସ୍ତରରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ଗୁଡ଼ିକ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ପ୍ରାୟ ୧୩ କୋଟି ଚାଷୀ ପ୍ୟାକ୍ସର ସଦସ୍ୟ ଭାବେ ସାମିଲ ରହିଛନ୍ତି ଏବଂ ଏମାନେ ଗ୍ରାମୀଣ ଅର୍ଥବ୍ୟବସ୍ଥାର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି। ଦେଶରେ ସବୁ ସଂସ୍ଥାଗୁଡ଼ିକ ଦ୍ବାରା ଦିଆଯାଉଥିବା କେସିସି ଋଣ ମଧ୍ୟରେ ପ୍ୟାକ୍ସର ଭାଗ ୪୧ ପ୍ରତିଶତ (୩.୦୧ କୋଟି ଚାଷ) ହୋଇଥିବା ବେଳେ ପ୍ୟାକ୍ସ ମାଧ୍ୟମରେ ଏସବୁ କେସିସି ଋଣ ମଧ୍ୟରୁ ୯୫ ପ୍ରତିଶତ (୨.୯୫ କୋଟି ଚାଷୀ) କେବଳ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଦିଆଯାଇଛି। ଅନ୍ୟ ଦୁଇଟି ସ୍ତର ଅର୍ଥାତ ରାଜ୍ୟ ସମବାୟ ବ୍ୟାଙ୍କ (ଏସଟିସିବି) ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି)ଗୁଡ଼ିକୁ ପୂର୍ବରୁ ନାବାର୍ଡ ଦ୍ବାରା ସ୍ବୟଂଶାସିତ କରି ଦିଆଯାଇଛି। ଏମାନଙ୍କୁ କମନ୍‌ ବ୍ୟାଙ୍କିଙ୍ଗ ସଫ୍ଟୱେର ଅଧୀନକୁ ଅଣାଯାଇ ସାରିଛି।

ତେବେ, ଅଧିକାଂଶ ପ୍ୟାକ୍ସ ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟରୀକୃତ ହୋଇନାହାନ୍ତି ଏବଂ ଏବେ ବି ହସ୍ତଚାଳିତ ପଦ୍ଧତିରେ କାର୍ଯ୍ୟ କରୁଛନ୍ତି, ଫଳରେ ଏସବୁର ପରିଚାଳନାରେ ଅକ୍ଷମତା ଏବଂ ଭରସାର ଅଭାବ ଦେଖା ଦେଇଛି। କେତେକ ରାଜ୍ୟରେ କିଛି ସ୍ଥାନରେ ପ୍ୟାକ୍ସଗୁଡ଼ିକୁ ଆଂଶିକ ଭାବେ କମ୍ପ୍ୟୁଟରୀକରଣ କରାଯାଇଛି। ତେବେ ସେମାନଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ସଫ୍ଟୱେରରେ କୌଣସି ସମାନତା ନାହିଁ ଏବଂ ଏଗୁଡ଼ିକ ଡିସିସିବି ଏବଂ ଏସଟିସିବି ସହ ଯୋଡ଼ି ହୋଇ ନାହାନ୍ତି। ସାରା ଦେଶରେ ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଥିଲେ। କମ୍ପ୍ୟୁଟରୀକରଣ ହେବା ଦ୍ବାରା ପ୍ୟାକ୍ସଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଏକ ଜାତୀୟ ସ୍ତରର ପ୍ଲାଟଫର୍ମରେ ସାମିଲ ହୋଇପାରିବ।

ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ଦ୍ବାରା ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉଦ୍ଦେଶ୍ୟକୁ ପୂରଣ  କରାଯାଇ ପାରିବ। ଚାଷୀ, ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦିଆଯାଉଥିବା ସେବା ଯୋଗାଣ ସୁଦୃଢ଼ ହେବ। ଏଥିସହିତ ସାର, ବିହନ ଆଦି ଇନପୁଟ ଯୋଗାଣ ବ୍ୟବସ୍ଥା ଭଳି ବିଭିନ୍ନ ପ୍ରକାର ସେବା ନିମନ୍ତେ ପ୍ୟାକ୍ସଗୁଡ଼ିକ ନୋଡାଲ ସେବା ବିତରଣ କେନ୍ଦ୍ର ଭାବେ କାର୍ଯ୍ୟ କରିପାରିବେ। ଏହି ପ୍ରକଳ୍ପ ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲକରଣରେ ସୁଧାର ଆଣିବ। ବ୍ୟାଙ୍କ ଗତିବିଧି ସହିତ ଅଣବ୍ୟାଙ୍କିଙ୍ଗ ଗତିବିଧି କେନ୍ଦ୍ର ରୂପରେ ପ୍ୟାକ୍ସର ପ୍ରସାରକୁ ଉନ୍ନତ କରିବାରେ ସହାୟକ ହେବ। ଏଥିସହିତ ପ୍ୟାକ୍ସ ମାଧ୍ୟମରେ ଲାଗୁ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ବିକଳ୍ପ ଭାବେ ପ୍ୟାକ୍ସକୁ ନାମାଙ୍କନ କରିବା ଲାଗି ଡିସିସିବିଗୁଡ଼ିକ ସକ୍ଷମ ହୋଇପାରିବେ। ଏସବୁ ସେବାରେ ଋଣ ଏବଂ ଅନୁଦାନ ସାମିଲ ରହିଥାଏ। ଏହି ପଦକ୍ଷେପ ତୁରନ୍ତ ଋଣ ସମାଧାନ, ଅପେକ୍ଷାକୃତ କମ ହସ୍ତାନ୍ତର ଖର୍ଚ୍ଚ, ତୁରନ୍ତ ଅଡିଟ ଏବଂ ରାଜ୍ୟ ସମବାୟ ବ୍ୟାଙ୍କ ଓ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସହ ରହିଥିବା ପରିଶୋଧ ଓ ଆକାଉଣ୍ଟିଂ ସମ୍ବନ୍ଧୀୟ ଅସନ୍ତୁଳନ ଦୂର କରିବ।

ଏହି ପ୍ରକଳ୍ପରେ ତଥ୍ୟ ସଂଗ୍ରହ, ସାଇବର ସୁରକ୍ଷା, ହାର୍ଡୱେର, ବର୍ତ୍ତମାନ ରେକର୍ଡର ଡିଜିଟାଲକରଣ, ରକ୍ଷଣାବେକ୍ଷଣ ଏବଂ ପ୍ରଶିକ୍ଷଣ ସମେତ କ୍ଲାଉଡ୍‌ ଆଧାରିତ ଏକୀକୃତ ସଫ୍ଟୱେର ଆଦିକୁ ମୁଖ୍ୟ ଉପାଦାନ ଭାବେ ସାମିଲ କରାଯାଇଛି। ସ୍ଥାନୀୟ ଭାଷାରେ ଏହି ସଫ୍ଟୱେର ବିକଶିତ କରାଯିବ ଏବଂ ରାଜ୍ୟର ଆବଶ୍ୟକତା ଅନୁସାରେ ଏହାକୁ ଅନୁକୂଳ କରିବା ଲାଗି ଏଥିରେ ସୁବିଧା ରହିବ। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ପ୍ରକଳ୍ପ ପରିଚାଳନା ୟୁନିଟ୍‌ ପ୍ରତିଷ୍ଠା କରାଯିବ। ପ୍ରାୟ ୨୦୦ ପ୍ୟାକ୍ସର ସମୂହକୁ ନେଇ ଜିଲ୍ଲାସ୍ତରୀୟ ସହାୟତା ପ୍ରଦାନ କରାଯିବ। ଯେଉଁ ସବୁ ରାଜ୍ୟରେ ପ୍ୟାକ୍ସର କମ୍ପ୍ୟୁଟରୀକରଣ ସମ୍ପୂର୍ଣ୍ଣ ହୋଇସାରିଛି, ସେମାନଙ୍କ କ୍ଷେତ୍ରରେ ପ୍ରତି ପ୍ୟାକ୍ସକୁ ୫୦,୦୦୦ ଟଙ୍କାର ସହାୟତା ଦିଆଯିବ। ତେବେ ଏସବୁ ପ୍ୟାକ୍ସ ସହଭାଗୀ ସଫ୍ଟୱେର ସହିତ ଏକୀକୃତ ହେବା ଏବଂ ନୂଆ ପ୍ରଣାଳୀକୁ ଆପଣାଇବା ଜରୁରି। ସେମାନଙ୍କର ହାର୍ଡୱେର ଆବଶ୍ୟକ ମାର୍ଗଦର୍ଶିକାକୁ ପୂରଣ କରୁଥିବ ଏବଂ ସଫ୍ଟୱେର ୧ ଫେବୃଆରୀ, ୨୦୧୭ ଠାରୁ ଆରମ୍ଭ ହୋଇଥିବ।

ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ମଞ୍ଜୁରି ନରେନ୍ଦ୍ର ମୋଦୀ ପ୍ରାଥମିକ କୃଷି ଋଣ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026
Latest News

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026

OPPO F35 Series: ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ରେ ଏଫ୍୩୫ ସିରିଜ୍ ଲଞ୍ଚ କଲା ଓପୋ

October 12, 2026

ବିବାହର ମାତ୍ର ୩ ଦିନ ପରେ ଭୟଙ୍କର କାଣ୍ଡ! ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କୁ ବିଷ ଦେଇ ଫେରାର ନବବଧୂ

October 12, 2026

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.