Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ବଡ଼ ଆକ୍ରମଣ, ଭାଷଣ ମଝିରେ ଗୁଳି ଚଳାଇଲା ଦୁର୍ବୃତ୍ତ
ଅନ୍ତରାଷ୍ଟ୍ରୀୟ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ବଡ଼ ଆକ୍ରମଣ, ଭାଷଣ ମଝିରେ ଗୁଳି ଚଳାଇଲା ଦୁର୍ବୃତ୍ତ

July 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ଭାଷଣ ସମୟରେ ଆବେଙ୍କ ଉପରକୁ ଗୁଳି କରାଯାଇଛି ଏବଂ ପରେ ସେ ସେଠାରେ ଟଳି ପଡ଼ିଯାଇଛନ୍ତି। ସୂଚନା ଅନୁଯାୟୀ, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ନାରା ସହରରେ ହୋଇଥିଲା। ଗୁଳି ଚଳାଇବା ପରେ ସିଞ୍ଜୋ ଆବେ ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହି ସୂଚନା ସ୍ଥାନୀୟ ସାମ୍ବାଦିକଙ୍କ ଉଦ୍ଧେଶ୍ୟରେ ବାହାରକୁ ଆସୁଛି। ଯେଉଁଥିରେ କୁହାଯାଇଛି ଯେ ଏହି ଆକ୍ରମଣ ସକାଳ ପ୍ରାୟ ସାଢେ ୧୧ଟା ସମୟରେ ସିଞ୍ଜୋ ଆବେଙ୍କ ଉପରେ ଘଟିଥିଲା। ଏହି ଆକ୍ରମଣ ପରେ ପୋଲିସ ମଧ୍ୟ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ବର୍ତ୍ତମାନ, ସିଞ୍ଜୋ ଆବେଙ୍କ ଅବସ୍ଥା ଗୁରୁତର କି ସେ ବିପଦରୁ ବାହାରିଛନ୍ତି ତାହା ଜଣା ପଡିନାହିଁ। କୁହାଯାଉଛି କି ଆକ୍ରମଣକାରୀ ସିଞ୍ଜୋ ଆବେଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା। କିନ୍ତୁ ଏହା ପରେ ସେ ସେଠାରେ ଠିଆ ହୋଇରହିଥିଲା। ଆକ୍ରମଣକାରୀଙ୍କ ବୟସ ପ୍ରାୟ ୪୦ ବର୍ଷ ବୋଲି କୁହାଯାଉଛି।

ପ୍ରକାଶ ଯୋଗ୍ୟ ଯେ, ଜାପାନ ହେଉଛି ବିଶ୍ୱର ଅନ୍ୟତମ ଦେଶ ଯାହାକୁ ସୁରକ୍ଷିତ ଭାବେ ବିବେଚନା କରାଯାଏ। କିନ୍ତୁ ଏହି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ସତର୍କ ହୋଇପଡିଛି। ସମଗ୍ର ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇ ଅନୁସନ୍ଧାନ ଜାରି ରହିଛି।

ପଶ୍ଚିମ ଜାପାନର ନାରା ସହରରେ ସିଞ୍ଜୋ ଆବେଙ୍କ ଏହା ଏକ ଛୋଟ ସମାବେଶ ଥିଲା। ଯେଉଁଥିରେ ପ୍ରାୟ ୧୦୦ ଲୋକ ସାମିଲ ଥିଲେ। ଯେତେବେଳେ ଆବେ ଭାଷଣ ଦେବାକୁ ଆସିଥିଲେ, ଜଣେ ଆକ୍ରମଣକାରୀ ପଛରୁ ଗୁଳି ଚଳାଇଥିଲା। ଯାହା ପରେ ଆବେ ତଳେ ପଡ଼ିଗଲେ।

ସିଞ୍ଜୋ ଆବେ ଜାପାନରେ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ହୋଇଥିଲେ। ସିଞ୍ଜୋ ପ୍ରଥମେ ୨୦୦୬ ରେ ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୦୭ ମସିହାରେ ସେ ଅସୁସ୍ଥତା ହେତୁ ଏହି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ୨୦୧୨ ମସିହାରେ ସେ ପୁନର୍ବାର ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୨୦ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ଅସୁସ୍ଥତା ହେତୁ ସେ ନିଜ ପଦ ଛାଡିଥିଲେ। ସେ କାର୍ଯ୍ୟକାଳ ପୂରଣ କରିପାରିନଥିବାରୁ ଜାପାନବାସୀଙ୍କୁ କ୍ଷମା ମାଗିଥିଲେ। ଆବେ ଦୀର୍ଘ ବର୍ଷ ଧରି ଅଲଜାଇମର କୋଲାଇଟିସରେ ପୀଡିତ ଥିଲେ। ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ତେଣୁ ସେ ଏହି ପଦ ଛାଡିଥିଲେ। ୟୋସିହିଦେ ସୁଗା ତାଙ୍କ ସ୍ଥାନରେ ନୂତନ ପ୍ରଧାନମନ୍ତ୍ରୀ ହୋଇଥିଲେ।

ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପ ଦେଲେ ଖୁସି ଖବର: ଇରାନ ସହିତ ହୋଇପାରେ ଶାନ୍ତି ଆଲୋଚନା

April 22, 2026

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026
Latest News

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026

ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା : ଅଭିଯୁକ୍ତ ଗିରଫ

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.