Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା ପରେ ପରେ, କ୍ରମଶଃ ସହଜ ହେଉଛି ଭୁବନେଶ୍ୱର ଓ କଟକର ଜନଜୀବନ, ଆଉ ସପ୍ତାହେ ଭିତରେ ସୁଧୁରିଯିବ ପୁରୀର ଅବସ୍ଥା
ବିଶେଷ ଖବର

ବାତ୍ୟା ପରେ ପରେ, କ୍ରମଶଃ ସହଜ ହେଉଛି ଭୁବନେଶ୍ୱର ଓ କଟକର ଜନଜୀବନ, ଆଉ ସପ୍ତାହେ ଭିତରେ ସୁଧୁରିଯିବ ପୁରୀର ଅବସ୍ଥା

May 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Everything going to normal after 7 days of Fani
Everything going to normal after 7 days of Fani

କେଦାର ମିଶ୍ର

ପ୍ରକୃତି ସହିତ ମଣିଷର ଚିରନ୍ତନ ସଂଘର୍ଷରେ ପ୍ରକୃତି ସବୁବେଳେ ବଳୀୟାନ। ମଣିଷର ଶକ୍ତି ତଥା ସାଧନ ସୀମିତ ହୋଇଥିବାବେଳେ ପ୍ରକୃତି ଅସୀମ ଓ ଅଦମନୀୟ। ପ୍ରତ୍ୟେକ ପ୍ରାକୃତିକ ବିପର୍ୟୟରୁ ଆମେ ଏଇ ବାର୍ତ୍ତା ଇ ପାଇଛୁ। ତା ସହିତ ଆଉ ଏକ ବଡ ବାର୍ତ୍ତା ହେଉଛି, ଏଇ ଭୀଷଣ ସଂଘର୍ଷରେ ମଣିଷ କେବେହେଲେ ହାର ମାନିନାହିଁ। ବାରମ୍ବାର ପ୍ରକୃତି ସହିତ ଲଢେଇକରି ମଣିଷ ନିଜର ଅସ୍ତିତ୍ଵକୁ ବଜାୟ ରଖିଛି। ଏମିତି ଦେଖିଲେ, ଗତ ମଇ ୩ ତାରିଖରେ ପୁରୀ ଉପକୂଳ ସମେତ ଭୁବନେଶ୍ବର, କଟକ, ଖୁର୍ଦ୍ଧା ଓ ଜଗତସିଂପୁର ର ଅନେକ ଅଞ୍ଚଳକୁ ଧ୍ଵସ୍ତ ବିଧ୍ଵସ୍ତ କରି ଦେଇଥିବା “ଫାନୀ” ବାତ୍ୟା ଖୁବ ବେଶୀ ସମୟ ରହିନଥିଲା। ମାତ୍ର ଦେଢ ଘଣ୍ଟା ଭିତରେ ଓଡିଶାର ମୁଖ୍ୟ ସହର ଜୀବନ ପୂରାପୂରି ଅଚଳ ହୋଇଗଲା। ବୁବନେଶ୍ବର ସହରର ୪୫ଟି ଯାକ ବିଦ୍ୟୁତ ଯୋଗାଣକାରୀ ଫିଡର ନଷ୍ଟ ହୋଇଗଲା। ପୁଣିଥରେ ଫିଡର ସଜାଡି, ରିଚାର୍ଜ କରି ଓ ଛିଣ୍ଡି ଯାଇଥିବା ସମୁଦାୟ ତାର ବ୍ୟବସ୍ଥାକୁ ଯୋଡିବାରେ ବହୁ ସମୟର ଆବଶ୍ୟକତା ରହିଛି। ତେବେ ଏହାର ପରିଣତି ହେଉଛି, କଟକ ଓ ଭୁବନେଶ୍ଵର ସହରର ଜନ ଜୀବନ ପୁରା ଠପ ହୋଇଯାଇଛି। ବାତ୍ୟାରେ କେବଳ ଭିତ୍ତିଭୂମି କେବଳ ନଷ୍ଟ ହୋଇନାହିଁ, ଏହା ଓଡିଶାର ଅର୍ଥନୈତିକ ମେରୁଦଣ୍ଡ ଉପରେ ଆଉ ଏକ ଶକ୍ତ ପାହାର ଦେଇଛି।

ଭୁବନେଶ୍ଵର ଆଜି ବିଳାସର ମାନଚିତ୍ରରୁ ଏକ ରକମ ଓହ୍ଲାଇ ଆସି ନିଜର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛି। ତେବେ ପରିସ୍ଥିତିର ମୁକାବିଲା କରିବାରେ ରାଜ୍ୟ ସରକାର ଅବହେଳା କରିଛନ୍ତି କି ଅଥବା ଏମିତି ଏକ ଭୟଙ୍କର ସଙ୍କଟ ସମୟରେ ସରକାର ଶୋଇ ପଡିଛନ୍ତି କି? ଏ ପ୍ରକାର ଅଭିଯୋଗ ର କୌଣସି ଆଧାର ନାଇଁ। ଚାରୋଟି ପର୍ଯାୟ ନିର୍ବାଚନ ସାରିବାର ମାତ୍ର କେଇ ଘଣ୍ଟା ଭିତରେ ପ୍ରଶାସନ ବାତ୍ୟା ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଛି। ବାତ୍ୟାରେ ଯେମିତି କୌଣସି ଜୀବନ ନ ଯାଏ ସେଥିପ୍ରତି ସରକାର ସଜାଗ ହୋଇଛନ୍ତି। ପାଖାପାଖି ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ସ୍ଥାନାନ୍ତର କରାଯାଇଛି। ଯାହା ଫଳରେ ବ୍ୟାପକ ଭିତ୍ତିଭୂମି ଓ ଧନର କ୍ଷତି ହୋଇଥିଲେ ହେଁ ଜୀବନବଞ୍ଚାଇବାରେ ସରକାର ସଫଳ ହୋଇଛନ୍ତି। ଫନୀ ଜନିତ ମୃତ୍ୟୁ ସଂଖ୍ୟା ୪୦ ଭିତରେ ସୀମିତ ରହିଛି। ଏହା କିଛି କମ ବଡ ଉପଲବ୍ଧି ନୁହେଁ।

ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ଭାଳିବାକୁ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଗଢିବା ଏବେ ରାଜ୍ୟ ସରକାରଙ୍କ ପ୍ରଥମ ଦାୟିତ୍ଵ ହେବା ଉଚିତ। ବିଦ୍ୟୁତ, ଜଳ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ବାତ୍ୟା ପ୍ରଭାବରୁ ମୁକ୍ତ ରଖିବାକୁ ସ୍ଵତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି।ଗତ ୩ ରୁ ୧୦ ତାରିଖ ଭିତରେ ଅଧା ବୁବନେଶ୍ବର ଓ ପୂରା ହେଉ। ଗୋଟେ ଇଂରାଜୀ ପତ୍ରିକାର ସମ୍ପାଦକ ଲେଖିଲେ, ବାତ୍ୟା ମୁକାବିଲା କରିବାରେ ଓଡିଶା ସରକାର ଯଥେଷ୍ଟ ଅଗ୍ରଗତି କରିଛନ୍ତି, ହେଲେ ଏବେବି ଏହା ପୂର୍ଣ୍ଣାଙ୍ଗ ନୁହେଁ। ପ୍ରଶାସନରେ ପରଫେକସନ ଏକ ଅସଧାରଣ ଶବ୍ଦ। ସରକାର ହୁଏତ ପୂର୍ଣ୍ଣାଙ୍ଗ ନୁହନ୍ତି, ତେବେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ଭାଳିବାରେ ସରକାରଙ୍କ ତତ୍ପରତା ସବୁଠି ଅନୁଭବ କରିହେଉଛି।

କେବଳ ଭୁବନେଶ୍ବରରେ ଦେଢ ଲକ୍ଷ ଗଛ ଉପୁଡି ପଡିଛି ବା ଭାଙ୍ଗି ଯାଇଛି। ଏତେ ପରିମାଣରେ ଗଛ କାଟି ସଫା କରିବାକୁ ଏକ ବିଶାଳ ବାହିନୀ ଦରକାର, ତଥାପି ପାଞ୍ଚ ଦିନ ଭିତରେ ଭୁବନେଶ୍ବରର ପ୍ରମୁଖ ସଡକ ଗୁଡିକ ଏବେ ପରିଷ୍କାର ହେବା ସହିତ ବିଦ୍ୟୁତ ଓ ଜଳ ଯୋଗାଣ ବ୍ୟବସ୍ଥା ସଚଳ ହୋଇଛି। ଆସନ୍ତା ୧୨ ତାରିଖ ଭିତରେ ଭୁବନେଶ୍ବରର ସବୁ ଉପଭୋକ୍ତା ବିଜୁଳି ସଂଯୋଗ ପାଇଯିବେ ବୋଲି ରାଜ୍ୟ ସରକାର କହିଛନ୍ତି। ସେହିପରି ୧୨ ରୁ ୧୫ ତାରିଖ ଭିତରେ ପୁରୀ ସହରକୁ ମଧ୍ୟ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇ ଯିବ।

ରଥଯାତ୍ରା ଆଉ ମାତ୍ର ଦେଢ ମାସ ବାକିଥିବାରୁ ପୁରୀରେ ସବୁ କିଛି ସୁବ୍ୟବସ୍ଥିତ କରିବା ଏବେ ସରକାରଙ୍କର ସବୁଠୁ ବଡ ମୁଣ୍ଡ ବିନ୍ଧା। ପୁରୀର ହୋଟେଲ ଶିଳ୍ପ ଧ୍ଵଂସ ହୋଇ ଯାଇଛି। ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିବାର ଆବଶ୍ୟକତା ରହିଛି। ଓଡିଶା ସରକାର କେନ୍ଦ୍ରକୁ ୧୭ ହଜାର କୋଟି ଟଙ୍କାର ସ୍ଵତନ୍ତ୍ର ପ୍ରସ୍ତାବ ଦେଇଛନ୍ତି। ୧୦ ହଜାର କୋଟିରେ ବାତ୍ୟାରୁ ସୁରକ୍ଷିତ ରହିବା ଭଳି ବିଦ୍ୟୁତ ବ୍ୟବସ୍ଥା ଓ ୭ ହଜାର କୋଟି ଟଙ୍କାର ପକ୍କା ଗୃହ ନିର୍ମାଣ କଥା ସରକାର ନିଜ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି। ବାତ୍ୟାରୁ ଉପକୂଳ ଓଡିଶାକୁ ସୁରକ୍ଷିତ ରଖିବାକୁ ହେଲେ ଏକ ଦୀର୍ଘସ୍ଥାୟୀ ଯୋଜନା ଆରମ୍ଭ ହେବା ଉଚିତ।

ଯେ କୌଣସି ପ୍ରାକୃତିକ ବିପର୍ୟୟରୁ ରାଜ୍ୟ ସରକାର ଓ ରାଜ୍ୟବାସୀ ଅନେକ କଥା ଶିଖିବାର ଅଛି। କଳା ବଜାରୀ ଓ ଚଢା ଦାମରେ ଜେନେରେଟର ବ୍ୟବସାୟ କରୁଥିବା ଲାଭଖୋର ବେପାରୀଙ୍କୁ ନିୟନ୍ତ୍ରଣ କରିବ କିଏ? ଦୁର୍ଦ୍ଦଶା ସମୟରେ ଲାଭ ଖୋଜୁଥିବା ଶାଗୁଣାମାନେ କଣ ମଣିଷ ହେବେନାହିଁ?

Share. Facebook Twitter LinkedIn Email WhatsApp Copy Link

Related Posts

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ  କାର୍ଯ୍ୟକ୍ରମ ସମୀକ୍ଷା କଲେ ଅନୁ ଗର୍ଗ

October 11, 2025

Nuapada ByElection: ଜୟ ଢୋଲକିଆ ବିଜେପିରେ ମିଶିବା ପରେ କଣ କହିଲା ବିଜେଡି ଜାଣନ୍ତି ?

October 11, 2025

ନୂଆପଡା ଉପନିର୍ବାଚନର ନୂଆ ମୋଡ, ବିଜେପିରେ ମିଶିଲେ ଜୟ ଢୋଲକିଆ, ‘ଦ ସମୀକ୍ଷା’ ର ଆକଳନ ହେଲା ସତ

October 11, 2025
Latest News

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

October 11, 2025

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ସମୁଦ୍ରରେ ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ଦୁଇ ଗୃହରକ୍ଷୀ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.