
ଭୁବନେଶ୍ବର: ବର୍ତ୍ତମାନ ଓଡିଶା ଗଣମାଧ୍ୟମ ଯେପରି ବ୍ୟବହାର ପ୍ରଦର୍ଶନ କରୁଛି ତାହା ସୀମା ଟପିବାକୁ ବସିଲାଣି। ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଘଟଣା। ଏହାକୁ ନେଇ ବାବୁସାନ ଘରେ ଯେପରି ଦିନରାତି ମିଡିଆ ଜଗି ବସିଛି ସେଥିରେ ତାଙ୍କ ପରିବାର ବର୍ତ୍ତମାନ ଚଳିବା କଷ୍ଟକର ହୋଇପଡିଛି।
ଏପରି ପରିସ୍ଥିରେ ବାବୁସାନଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ଶେଷର ହାତ ଯୋଡି ମିଡିଆକୁ ଦୂରେଇ ଯିବା ପାଇଁ କହିଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି କହିଛନ୍ତି ଯେ, ଆପଣମାନେ ଯେତେଦିନ ଧରି ନ୍ୟୁଜ କରିବା କଥା କଲେ। ବର୍ତ୍ତମାନ ଉତ୍ତମ ମହାନ୍ତିଙ୍କ ଦେହ ଭଲ ନାହିଁ। ମୋର ବଡ ଭିଣୋଇଙ୍କ ଦେହ ଭଲ ନାହିଁ। କେତେବେଳେ ଆମ୍ବୁଲାନସ ଦରକାର ପଡିବ।
ହେଲେ ମିଡିଆ ବନ୍ଧୁମାନେ ଆମ ଘର ଆଗରେ ଯେପରି ଭିଡ କରୁଛନ୍ତି ତାହା ଆମକୁ ଚଳିବାରେ କଷ୍ଟଦାୟକ ହେଉଛି। ଏପରିକି ସ୍ଥାନୀୟ ଲୋକେ ଚଳପ୍ରଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି।
ବର୍ତ୍ତମାନ ଛଅ ସାତ ଦିନ ହୋଇଗଲାଣି। ବର୍ତ୍ତମାନ ଆମକୁ ଏକୁଟିଆ ଛାଡି ଦିଅନ୍ତୁ। ଆପଣମାନଙ୍କ ପାଇଁ ଆମେ ନ କବାଟ, ନା ଝରକା ଖୋଲିପାରୁଛୁ। ଏକ କାନ୍ଦକାନ୍ଦ ପରିସ୍ଥିତିରେ ଅପରାଜିତା ବାରମ୍ବାର ହାତ ଯୋଡି ଅନୁରୋଧ କରିଛନ୍ତି ଯେ, ଦୟାକରି ଆମକୁ ଏକାକୀ ରହିବାକୁ ଦିଅନ୍ତୁ।