Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସର୍ବଦଳୀୟ ବିଧାୟକଙ୍କ ଆଗରେ ନବୀନଙ୍କୁ ପୁଣି ଥରେ ଧନ୍ୟବାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଜାତୀୟ ଖବର

ସର୍ବଦଳୀୟ ବିଧାୟକଙ୍କ ଆଗରେ ନବୀନଙ୍କୁ ପୁଣି ଥରେ ଧନ୍ୟବାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସର୍ବଦଳୀୟ ବିଧାୟକଙ୍କ ଆଗରେ ପୁଣି ଥରେ ନବୀନଙ୍କୁ ଧନ୍ୟବାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବିଧାୟକ ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ଏହି ଅବସରରେ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ ଉଦ୍ଦେଶ୍ୟରେ ପାରିତ ହୋଇଥିବା ସଂକଳ୍ପପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ବିଧାୟକମାନଙ୍କ ପକ୍ଷରୁ ବାଚସ୍ପତି ଶ୍ରୀ ଆରୁଖ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସାମ୍ବିଧାନିକ ବିଧିବ୍ୟବସ୍ଥା ମୁତାବକ ଓଡ଼ିଶାର ବିକାଶ ପାଇଁ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ। ଏଥି ସହିତ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତାଙ୍କ ପ୍ରତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମ କରି ଶୁଭେଚ୍ଛା ଓ ସହଯୋଗର ହାତ ବଢ଼ାଇଥିବାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ରାଷ୍ଟ୍ରପତିଙ୍କ ସହ ସାକ୍ଷାତକୁ ଅତ୍ୟନ୍ତ ଆନନ୍ଦଦାୟକ, ଗର୍ବ ଓ ଗୌରବର ଅବସର ବୋଲି ବାଚସ୍ପତି ଶ୍ରୀ ଆରୁଖ ଉଲ୍ଲେଖ କରିଛନ୍ତି। ଏଥି ସହ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ରାଷ୍ଟ୍ରପତି ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଶ୍ରୀ ଆରୁଖ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ବାଚସ୍ପତିଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ଏହି ସର୍ବଦଳୀୟ କମିଟିରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ,  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବିରୋଧି ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ,  ବିରୋଧି ଦଳର ଉପନେତା ଶ୍ରୀ ବିଷ୍ଣୁଚରଣ ସେଠୀ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଓ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ସର୍ବଦଳୀୟ କମିଟିର ୨୪ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ଓ ରାଷ୍ଟ୍ରପତି ଭବନ ବୁଲି ଦେଖିଥିଲେ।

ନବୀନ ପଟ୍ଟନାୟକ ବିକ୍ରମ କେଶରୀ ଆରୁଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.