Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତରେ ବିଲୁପ୍ତ ଜଙ୍ଗଲୀ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଭାରତରେ ବିଲୁପ୍ତ ଜଙ୍ଗଲୀ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଲେ ପ୍ରଧାନମନ୍ତ୍ରୀ

September 17, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କୁନୋ ଜାତୀୟ ଉଦ୍ୟାନରେ ଜଙ୍ଗଲୀ ଚିତା ବାଘମାନଙ୍କୁ ଛାଡ଼ିଛନ୍ତି। ଚିତା ବାଘ ପ୍ରଜାତି ଭାରତରୁ ବହୁ ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲେ। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟାରୁ ଭାରତକୁ ଚିତା ବାଘ ଗୁଡ଼ିକୁ ଅଣାଯାଇଛି। ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ଅଣାଯାଇଥିବା ଆଠଟି ଚିତା ମଧ୍ୟରୁ ୫ଟି ମାଈ ଏବଂ ୩ଟି ଅଣ୍ଡିରା ରହିଛନ୍ତି।

କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତାଗୁଡ଼ିକୁ ଛାଡ଼ିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚିତା ମିତ୍ର, ଚିତା ପୁନର୍ବାସ ପରିଚାଳନା ଦଳ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସମାରୋହରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ।

ଭାରତର ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସସ୍ଥଳୀର ପୁନରୁଦ୍ଧାର ଏବଂ ବିବିଧକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ଏହି ଉଦ୍ୟମର ଅଂଶବିଶେଷ ସ୍ୱରୂପ ସେ କୁନୋ ଜାତୀୟ ଉଦ୍ୟାନରେ ଚିତାଗୁଡ଼ିକୁ ଛାଡ଼ିଛନ୍ତି। ୧୯୫୨ ମସିହା ଠାରୁ ଭାରତରେ ଚିତା ବାଘମାନଙ୍କୁ ବିଲୁପ୍ତ ଘୋଷଣା କରାଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ରାଜିନାମା ଅନ୍ତର୍ଗତ ନାମିବ୍ୟାରୁ ଏହି ଚିତାଗୁଡ଼ିକୁ ଆଣି ଏଠାରେ ଛଡ଼ାଯାଇଛି। ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଚିତାମାନଙ୍କର ସଂରକ୍ଷଣ ପାଇଁ ଏହି ଉଦ୍ୟମ କରାଯାଉଛି।

ଭାରତକୁ ଚିତା ଅଣାଯିବା ଦ୍ୱାରା ମୁକ୍ତ ଜଙ୍ଗଲ ଏବଂ ଚାରଣଭୂମି ପରିବେଶ ପରିତନ୍ତ୍ରର ପୁନରୁଦ୍ଧାର ହେବ। ଏହା ମଧ୍ୟ ଜୈବ ବିବିଧତାର ସଂରକ୍ଷଣ ସହିତ ଜଳ ସୁରକ୍ଷା, କାର୍ବନ ସିକ୍ୟୁଷ୍ଟ୍ରେସନ ବା ଅଙ୍ଗାରକ ପୃଥକୀକରଣ ଏବଂ ଜଳ ଆର୍ଦ୍ରତା ସଂରକ୍ଷଣ ଭଳି ଇକୋସିଷ୍ଟମ ବା ପରିବେଶ ପରିତନ୍ତ୍ର ସେବାକୁ ବଢ଼ାଇବ ଯାହାର ବ୍ୟାପକ ଲାଭ ସମାଜକୁ ମିଳିପାରିବ। ପରିବେଶ ସୁରକ୍ଷା ଏବଂ ଜଳବାୟୁ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅନୁରୂପ, ଏହି ପ୍ରୟାସ ବଳରେ ପରିବେଶର ବିକାଶ ଓ ପରିବେଶ ପର୍ଯ୍ୟଟନ ଗତିବିଧି ମାଧ୍ୟମରେ ସ୍ଥାନୀୟ ସମୁଦାୟଙ୍କ ପାଇଁ ଜୀବିକା ଅର୍ଜନ ନିମନ୍ତେ ସୁଯୋଗ ସୃଷ୍ଟି ହେବ।

ଗତ ଆଠ ବର୍ଷ ମଧ୍ୟରେ ଦୀର୍ଘସ୍ଥାୟିତ୍ୱ ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଚିତା ପୁନର୍ବାସ ପ୍ରକଳ୍ପ ଆରମ୍ଭ ହେବା ଏହି କାର୍ଯ୍ୟଧାରାର ଏକ ଅଂଶବିଶେଷ। ଏସବୁ ପଦକ୍ଷେପ ଫଳରେ ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରାଯାଇପାରିଛି। ଉଦାହରଣ ସ୍ୱରୂପ, ୨୦୧୪ରେ ଦେଶର ମୋଟ୍‌ ଭୌଗଳିକ କ୍ଷେତ୍ର ମଧ୍ୟରୁ ସଂରକ୍ଷିତ ଅଞ୍ଚଳର ପ୍ରସାର ୪.୯୦ ପ୍ରତିଶତ ଥିଲା, ବର୍ତ୍ତମାନ ଏହା ୫.୦୩ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୪ରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ କ୍ଷେତ୍ରଗୁଡ଼ିକର ସଂଖ୍ୟା ଥିଲା ୭୪୦ ଏବଂ ଏସବୁ କ୍ଷେତ୍ରର ମୋଟ୍‌ କ୍ଷେତ୍ରଫଳ ଥିଲା ୧,୬୧,୦୮୧.୬୨ ବର୍ଗ କିଲୋମିଟର। ବର୍ତ୍ତମାନ ସଂରକ୍ଷିତ ଅଞ୍ଚଳ ସଂଖ୍ୟା ୯୮୧କୁ ବୃଦ୍ଧି ପାଇଥିବା ବେଳେ ଏସବୁ ଅଞ୍ଚଳର କ୍ଷେତ୍ରଫଳ ୧,୭୧,୯୨୧ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି।

ଗତ ୪ ବର୍ଷ ମଧ୍ୟରେ ଦେଶରେ ଜଙ୍ଗଲ ଓ ଗଛର ଘନତ୍ୱ ୧୬ ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି। ନିରନ୍ତର ଭାବେ ଜଙ୍ଗଲ ଘନତ୍ୱ ବୃଦ୍ଧି କ୍ଷେତ୍ରରେ ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି।

ଦେଶରେ ଗୋଷ୍ଠୀ ଅଭୟାରଣ୍ୟ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୧୪ରେ ଏପରି କ୍ଷେତ୍ର ସଂଖ୍ୟା ୪୩ ଥିବା ବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୧୦୦ରୁ ଅଧିକ ହୋଇଯାଇଛି।

ଭାରତରେ ୫୨ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି ଏବଂ ୧୮ ରାଜ୍ୟରେ ବ୍ୟାପି ରହିଥିବା ଏସବୁ ଅଭୟାରଣ୍ୟର ମୋଟ୍‌ କ୍ଷେତ୍ରଫଳ ହେଉଛି ୭୫ ହଜାର ବର୍ଗ କିଲୋମିଟର। ବିଶ୍ୱସ୍ତରରେ ମୋଟ ଜଙ୍ଗଲୀ ବାଘଙ୍କ ମଧ୍ୟରୁ ୭୫% କେବଳ ଭାରତରେ ରହୁଛନ୍ତି। ୨୦୨୨ ସୁଦ୍ଧା ବାଘଙ୍କ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଭାରତ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା, କିନ୍ତୁ ଏହାର ୪ ବର୍ଷ ପୂର୍ବରୁ ୨୦୧୮ରେ ଦେଶ ଏହି ଲକ୍ଷ୍ୟ ହାସଲ କରିପାରିଛି। ୨୦୧୪ରେ ଦେଶରେ ବାଘଙ୍କ ସଂଖ୍ୟା ୨,୨୨୬ ଥିବା  ଥିବା ବେଳେ ୨୦୧୮ରେ ଏହା ୨୯୬୭କୁ ବୃଦ୍ଧି ପାଇଛି।

୨୦୧୪ରେ ବାଘ ସଂରକ୍ଷଣ ପାଇଁ ବଜେଟ୍‌ ଆବଣ୍ଟନ ପରିମାଣ ୧୮୫ କୋଟି ଟଙ୍କା ଥିବା ବେଳେ ୨୦୨୨ରେ ଏହା ୩୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ୨୦୧୫ରେ ଏମାନଙ୍କ ସଂଖ୍ୟା ୫୨୩ ଥିଲା, ବର୍ତ୍ତମାନ ଏହା ୬୭୪କୁ ବୃଦ୍ଧି ପାଇଛି। ସିଂହଙ୍କ ସଂଖ୍ୟାରେ ୨୮.୮୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଅଭିବୃଦ୍ଧି ହାର।

ଏବେ (୨୦୨୦ ସୁଦ୍ଧା) ଭାରତରେ ୧୨, ୮୫୩ଟି କଲରାପତରିଆ ବାଘ ଅଛନ୍ତି। ୨୦୧୪ରେ କରାଯାଇଥିବା ଗଣନା ଅନୁଯାୟୀ ଏମାନଙ୍କ ସଂଖ୍ୟା ୭୯୧୦ ଥିଲା। କଲରାପତରିଆ ବାଘଙ୍କ ସଂଖ୍ୟାରେ ୬୦% ବୃଦ୍ଧି ଦେଖିବାକୁ ମିଳିଛି।

ଆଜିର ପ୍ରୋଜେକ୍ଟ ଚିତା କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଭୂପେନ୍ଦ୍ର ଯାଦବ, ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ, ଅଶ୍ୱିନୀ କୁମାର ଚୌବେ ପ୍ରମୁଖ ଉପସ୍ଥିତ ଥିଲେ।

କୁନୋ ଜାତୀୟ ଉଦ୍ୟାନ ନରେନ୍ଦ୍ର ମୋଦୀ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Latest News

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.