Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟିଭି ଓ ଡିଜିଟାଲ ମିଡିଆରେ ଜୁଆ କାରବାର ବିଜ୍ଞାପନ ପ୍ରସାରଣକୁ ନେଇ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଉଦବେଗ
ବିଶେଷ ଖବର

ଟିଭି ଓ ଡିଜିଟାଲ ମିଡିଆରେ ଜୁଆ କାରବାର ବିଜ୍ଞାପନ ପ୍ରସାରଣକୁ ନେଇ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଉଦବେଗ

October 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ
ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ

ନୂଆଦିଲ୍ଲୀ: କେତେକ ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ମିଡିଆରେ ଜୁଆ ଖେଳ ଓ ସଟ୍ଟାବାଜି ସମ୍ପର୍କରେ ପ୍ରକାଶ ପାଉଥିବା ବିଜ୍ଞାପନକୁ ନେଇ ଉଦବେଗ ପ୍ରକାଶ କରିଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏଭଳି ବିଜ୍ଞାପନର ପ୍ରଲୋଭନରେ ପଡ଼ି ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନେ ଆର୍ଥିକ ଓ ସାମାଜିକ କ୍ଷତି ସହିବାର ଆଶଙ୍କା ଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ଗୋଟିଏ ମାର୍ଗଦର୍ଶିକା ଘରୋଇ ଟିଭି ଚାନେଲ ପାଇଁ ଜାରି ହୋଇଥିବା ବେଳେ ଅନ୍ୟଟି ଡିଜିଟାଲ ସମାଚାର ପ୍ରସାରଣକାରୀ ସଂସ୍ଥା ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଜାରି କରାଯାଇଛି। ସେମାନଙ୍କୁ ଅନଲାଇନରେ ଜୁଆ ଖେଳ ବା ବେଟିଂ ସଂକ୍ରାନ୍ତ ବିଜ୍ଞାପନ ଏବଂ ଛଦ୍ମ ବିଜ୍ଞାପନ ଠାରୁ ଦୂରେଇ ରଖିବାକୁ କଡ଼ା ପରାମର୍ଶ ଦିଆଯାଇଛି। ଏଥିପୂର୍ବରୁ ୧୩ ଜୁନ, ୨୦୨୨ରେ ଅନଲାଇନ ଜୁଆ ଖେଳ ଉପରେ ବିଜ୍ଞାପନ ପ୍ରସାରଣ ନକରିବାକୁ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମ୍ବାଦପତ୍ର, ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ଖବର ପ୍ରସାରଣକାରୀ ସଂସ୍ଥାମାନଙ୍କୁ ଏକ ମାର୍ଗଦର୍ଶିକା ଜରିଆରେ ସତର୍କ କରାଇ ଦିଆଯାଇଥିଲା।

ଏହା ସତ୍ତ୍ବେ କେତେକ କ୍ରୀଡ଼ା ଟିଭି ଚାନେଲ ଏବଂ ଓଟିଟି ପ୍ଲାଟଫର୍ମରେ ବିଦେଶୀ ଅନଲାଇନ ଜୁଆ ଖେଳ ବା ବେଟିଂ ସଂକ୍ରାନ୍ତ ବିଜ୍ଞାପନ ପ୍ରସାରଣ କରାଯାଉଛି। ଛଦ୍ମ ସମାଚାର ୱେବସାଇଟ୍‌ ଆଳରେ ମଧ୍ୟ ଏଭଳି ବିଜ୍ଞାପନ ପ୍ରସାରଣ କରାଯାଉଛି। ଫେୟାରପ୍ଲେ, ପରୀମ୍ୟାଚ, ବେଟୱେ, ୱଲ୍ଫ ୭୭୭, ଏବଂ ୱାନଏକ୍ସବେଟ୍‌ ଭଳି ଅନଲାଇନ ଜୁଆ ବା ବେଟିଂ ପ୍ଲାଟଫର୍ମ ସମ୍ପର୍କରେ ପ୍ରତ୍ୟକ୍ଷ ବିଜ୍ଞାପନ କିମ୍ବା ଛଦ୍ମ ବିଜ୍ଞାପନ ପ୍ରସାରଣ କରାଯାଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହାକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।

ସାନି ମାର୍ଗଦର୍ଶିକା ମାଧ୍ୟମରେ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି ଯେ କେତେକ ନ୍ୟୁଜ୍‌ ୱେବସାଇଟକୁ ବ୍ୟବହାର କରି ଛଦ୍ମ ଉତ୍ପାଦ ମାଧ୍ୟମରେ ଏଭଳି ଅନଲାଇନ ବେଟିଂ ସମ୍ପର୍କରେ ଡିଜିଟାଲ ମିଡ଼ିଆରେ ପ୍ରଚାର ପ୍ରସାର କରାଯାଉଛି। ଏଭଳି କ୍ଷେତ୍ରରେ ଛଦ୍ମ ନ୍ୟୁଜ୍‌ ୱେବସାଇଟର ଲୋଗୋ ଏବଂ ବେଟିଂ ପ୍ଲାଟଫର୍ମର ଲୋଗୋ ମଧ୍ୟରେ ସମାନତା ରହୁଥିବା ମନ୍ତ୍ରଣାଳୟ ଜାଣିବାକୁ ପାଇଛି। ଏସବୁ ବେଟିଂ ପ୍ଲାଟଫର୍ମ କିମ୍ବା ନ୍ୟୁଜ୍‌ ୱେବସାଇଟ୍‌ଗୁଡ଼ିକ ଭାରତରେ କୌଣସି ଆଇନଗତ କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜିକରଣ କରିନଥିବା ମନ୍ତ୍ରଣାଳୟକୁ ସୂଚନା ମିଳିଛି। ଏଭଳି ୱେବସାଇଟଗୁଡ଼ିକ ଛଦ୍ମ ଉପାୟରେ ସମାଚାରକୁ ବ୍ୟବହାର କରି ଜୁଆ, ସଟ୍ଟା ଏବଂ ଅନଲାଇନ ବେଟିଂର ପ୍ରସାର କରୁଛନ୍ତି।

ଜୁଆ ଓ ସଟ୍ଟା ଖେଳକୁ ଦେଶର ଅଧିକାଂଶ ଭାଗରେ ବେଆଇନ ଘୋଷଣା କରାଯାଇଥିବାରୁ ଏଭଳି ବେଟିଂ ପ୍ଲାଟଫର୍ମର ବିଜ୍ଞାପନ କରିବା ମଧ୍ୟ ବେଆଇନ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି। ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯, କେବଲ ଟିଭି ନେଟୱର୍କ ନିୟାମକ ଆଇନ ୧୯୯୫ ଏବଂ ଆଇଟି ନିୟମାବଳୀ ୨୦୨୧ରେ ଥିବା ନିୟମ ଓ ବ୍ୟବସ୍ଥାକୁ ମାନିବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ବାଧ୍ୟ ଅଟନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଭଳି ବିଜ୍ଞାପନ ଦେଶରେ ପ୍ରଚଳିତ ଆଇନ ଅନୁକୂଳ ନୁହେଁ। ତେଣୁ ଟିଭି ଚାନେଲ ଏବଂ ଡିଜିଟାଲ ନ୍ୟୁଜ୍‌ ପ୍ରକାଶକମାନେ ଏଭଳି ବେଟିଂ ପ୍ଲାଟଫର୍ମ ଏବଂ ସେମାନଙ୍କ ଛଦ୍ମ ନ୍ୟୁଜ୍‌ ୱେବସାଇଟ୍‌ ସମ୍ପର୍କରେ ବିଜ୍ଞାପନ ପ୍ରସାରଣ ଠାରୁ ଦୂରେଇ ରହିବା ଉଚିତ୍‌। ଏହି ମାର୍ଗଦର୍ଶିକା ଏବଂ ନିୟମକୁ ପାଳନ ନକଲେ ଜୋରିମାନା, ଦଣ୍ଡାଦେଶ ଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜୁଆ ବିଜ୍ଞାପନ ଜରିଆରେ ଭାରତୀୟମାନଙ୍କୁ ପ୍ରଲୋଭିତ କରିବା ଠାରୁ ଦୂରେଇ ରହିବାକୁ ଅନଲାଇନ ଜୁଆ ମଧ୍ୟସ୍ଥମାନଙ୍କୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ଏଭଳି ବିଜ୍ଞାପନର ପ୍ରଲୋଭନରେ ପଡ଼ି ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନେ ଆର୍ଥିକ ଓ ସାମାଜିକ କ୍ଷତି ସହିବାର ଆଶଙ୍କା ରହିଥିବା ମନ୍ତ୍ରଣାଳୟ କହିଛି। ତଦୁନଯାୟୀ ଅନଲାଇନ କିମ୍ବା ଅଫଲାଇନ ଜୁଆ/ସଟ୍ଟା ସମ୍ପର୍କରେ ବିଜ୍ଞାପନ ପ୍ରଚାର ନକରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ଉପଭୋକ୍ତା ବ୍ୟାପାର ବିଭାଗ ସହ ସମନ୍ବୟ ସ୍ଥାପନ କରାଯାଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ମାର୍ଗଦର୍ଶିକାପ ପ୍ରସ୍ତୁତ କରାଯାଇଛି।

ସୂଚନା ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.