Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳମନ୍ତ୍ରୀଙ୍କ ମନ୍ତବ୍ୟକୁ ବାଏଁ ବାଏଁ ଉଡାଇ ଦେଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ
ଜାତୀୟ ଖବର

ରେଳମନ୍ତ୍ରୀଙ୍କ ମନ୍ତବ୍ୟକୁ ବାଏଁ ବାଏଁ ଉଡାଇ ଦେଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

November 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଳମନ୍ତ୍ରୀଙ୍କ ମନ୍ତବ୍ୟକୁ ବାଏଁ ବାଏଁ ଉଡାଇ ଦେଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡିଶା ଉପନିର୍ବାଚନ ପ୍ରଚାରରେ ଆସିଥିଲେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ। ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁରରେ ଏକ ବିଶାଳ ଜନସାମାଗମକୁ ଉଦବୋଧନ ଦେଇଛନ୍ତି। ତେବେ ଉଭୟ ଭୋଟ ଭିକ୍ଷା ଅପେକ୍ଷା ବିଜେଡି ସରକାର କିପରି ଭୁଲ କରିଛି ତାହା ବଖାଣି ଥିଲେ।

ପୂର୍ବରୁ ପଦ୍ମପୁରକୁ ରେଳ ଲାଇନ ଏବଂ ସେମାନଙ୍କୁ ଫସଲ ବୀମା ଦେବା ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଚା। ତାହାର ଏକ ବିସ୍ତୁତ ତଥ୍ୟ ଦେବା ପାଇଁ ଉଭୟ ମନ୍ତ୍ରୀଙ୍କୁ ପଦ୍ମପୁର ଉପନିର୍ବାଚନରେ ଛିଡା କରାଯାଇଥିଲା। ହେଲେ ଉଭୟ ମନ୍ତ୍ରୀ ବିଜେଡି ସରକାରଙ୍କୁ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ତାହାକୁ ବାଏଁ ବାଏଁ ଉଡାଇ ଦେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ଅଶ୍ବନୀ ବୈଷ୍ଣବ- କେନ୍ଦ୍ର ସରକାର ବରଗଡ ପଦ୍ମପୁର ରେଳ ଲାଇନ କରିବା ପାଇଁ କେବେଠାରୁ ଅନୁମତି ପ୍ରଦାନ କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ ଏବଂ ନେତା ପ୍ରସନ୍ନ ଆଚାର୍ଯ୍ୟ ଏ କଥା ଜାଣନ୍ତି ନାହିଁ। ମନ୍ତ୍ରୀ ଟୁକୁନୀ ସାହୁ ମୋତେ ଚିଠି ଲେଖିଛନ୍ତି। ତାହାର ଉତ୍ତର ପାଇଲ କି ନାହିଁ ?

ପ୍ରସନ୍ନ ଆଚାର୍ଯ୍ୟ– ବରଗଡ ପଦ୍ମପୁର ରେଳ ଲାଇନ ସଂପର୍କରେ ଖୋଦ ରେଳ ମନ୍ତ୍ରୀ ମିଛ କହୁଛନ୍ତି। ରେଳମନ୍ତ୍ରୀ ଜାଣନ୍ତି ନାହିଁ ଯେ, ଯେଉଁ ରେଳ ଲାଇନ ପାଇଁ ଅନୁମତି ଆସିଥିଲା ତାହା ପରବର୍ତ୍ତି ସମୟରେ ବାତିଲ କରାଯାଇଥିଲା। ସେଠାରେ ରେଳ ଲାଇନ କଲେ ତାହା ଫିଜିବୁଲ ହେବ ନାହିଁ ବୋଲି ରେଳ ବିଭାଗ ଜଣାଇ ଦେଇଥିଲା।

ଅଶ୍ବନୀ ବୈଷ୍ଣବ– ରେଳ ଲାଇନ ପାଇଁ ସର୍ଭେ କାର୍ଯ୍ୟ ସରିଥିଲା। ହେଲେ ରାଜ୍ୟ ସରକାର ଜମି ଯୋଗାଇ ଦେଲେ ନାହିଁ। ଯଦି ସରକାର ଜମି ନ ଦେବେ ତେବେ ସେ ରେଳ ଲାଇନ କିପରି ହେବ ? ଆପଣମାନଙ୍କୁ କହି ଦେଉଛି ଯଦି ରାଜ୍ୟ ସରକାର ଆଜି ଜମି ଯୋଗାଇ ଦେବେ, ତେବେ ଆସନ୍ତାକାଲି କାମ ଆରମ୍ଭ ହେବ।

ପ୍ରସନ୍ନ ଆଚାର୍ଯ୍ୟ– ରେଳମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଆସି ଏପରି ମିଛ କଥା କହିବା ଅନୁଚିତ। ମୁଁ ରେଳମନ୍ତ୍ରୀଙ୍କୁ ପଚାରୁଛି ରାଜ୍ୟ ସରକାରଙ୍କୁ ଆପଣ କେବେ ଜମି ମାଗିଛନ୍ତି କି ? ରାଜ୍ୟ ସରକାର କେଉଁ ଜମି ଦେବେ ତାହାର ତାଲିକା କରିଛନ୍ତି କି ? ଆପଣ ରେଳ ଲାଇନ କେଉଁ ଜମିରେ ନେବେ ତାହାର ତଥ୍ୟ ଦେଇଛନ୍ତି କି? ଏସବୁ ତଥ୍ୟ ନ ଦେଇ କେବଳ ଭୋଟ ପାଇଁ ରାଜ୍ୟ ସରକାର ଜମି ଦେଲେ ନାହିଁ ବୋଲି କହିବା ଅନୁଚିତ।

Ashwini Vaishnaw Rail Minister ଅଶ୍ବନୀ ବୈଷ୍ଣବ ପଦ୍ମପୁର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026
Latest News

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.