Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏନ୍‌ଏସ୍‌ଏସ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗର ବହୁମୁଖୀ କାର୍ଯ୍ୟକ୍ରମର ଘୋଷଣା
ଜାତୀୟ ଖବର

ଏନ୍‌ଏସ୍‌ଏସ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗର ବହୁମୁଖୀ କାର୍ଯ୍ୟକ୍ରମର ଘୋଷଣା

December 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
NSS in Collage
ଏନ୍‌.ଏସ୍‌.ଏସ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗର ବହୁମୁଖୀ କାର୍ଯ୍ୟକ୍ରମର ଘୋଷଣା

ଭୁବନେଶ୍ୱର: ଆଜି ଗୀତଗୋବିନ୍ଦ ସଦନଠାରେ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନାର ସେ୍ୱଚ୍ଛାସେବୀମାନଙ୍କ ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମନୋନୀତ ପ୍ରାୟ ୫ ହଜାର ଛାତ୍ରଛାତ୍ରୀ ସେ୍ୱଚ୍ଛାସେବୀମାନଙ୍କ ପାଇଁ ଯୁବ ନେତୃତ୍ୱ ପ୍ରଶିକ୍ଷଣ, ଜନଜାତି ସେ୍ୱଚ୍ଛାସେବୀ ଦକ୍ଷତା ବିକାଶ, ନିଶାମୁକ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ ସଚେତନତା, ସଡ଼କ ନିରାପତ୍ତା ସଚେତନତା, ରକ୍ତଦାନ ଆଦି କାର୍ଯ୍ୟକ୍ରମଗୁଡ଼ିକର ସଫଳତାର ସହ ଆୟୋଜନ କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା।

ଗ୍ରାମାଞ୍ଚଳ ସେ୍ୱଚ୍ଛାସେବୀମାନେ ଚାରୋଟି ଦଳରେ ଭାରତ ଦର୍ଶନ କାର୍ଯ୍ୟରେ ସାମିଲ ହେବେ। ଏଥି ସହିତ ରାଜ୍ୟ ସଂହତି ଶିବିର ଓ ପ୍ରତିଭା ଅନେ୍ୱଷଣ ଶିବିର ଆୟୋଜନ କରାଯାଇ ଜାତୀୟ ସେବା ଯୋଜନାକୁ ସୁଦୃଢ଼ କରାଯିବ ବୋଲି ରାଜ୍ୟ ସମୀକ୍ଷା ବୈଠକରେ ସଭାପତିତ୍ୱ କରି ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରଶାନ୍ତ କୁମାର ରଥ ମତବ୍ୟକ୍ତ କରିଛନ୍ତି।

ଆୟୋଜିତ ସଭାରେ ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜାତୀୟ ସେବା ଯୋଜନାକୁ ସର୍ବଭାରତୀୟ ସ୍ତରରେ ଏକ ନମ୍ବର କରିବାକୁ ଆହ୍ୱାନ ଦେଇଥିଲେ।

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ସଂଯୋଜକ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ବୈଠକରେ କେନ୍ଦ୍ରର ଅନୁଦାନ ଗ୍ରହଣ ପାଇଁ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପ୍ରଣାଳୀ ଉପରେ ବିଶଦ ଆଲୋଚନା କରାଯାଇଥିଲା।
ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍‌ ସହକାର୍ଯ୍ୟକ୍ରମ ଉପଦେଷ୍ଟା ଡ. କମଳ କୁମାର କର ଆଭାସୀ ମାଧ୍ୟମରେ ଯୋଗଦେଇ ଆର୍ଥିକ ସୁପରିଚାଳନାର ବିଭିନ୍ନ ଦିଗ ଉପରେ ବିଶେଷ ଆଲୋଚନା କରିଥିଲେ।

ଏଥି ସହିତ ବିଶ୍ୱବିଦ୍ୟାଳୟ ସ୍ତରରେ ପଡ଼ିରହିଥିବା ଏନ୍‌ଏସ୍‌ଏସ୍‌ ପାଣ୍ଠିର ସୁପରିଚାଳନା ପାଇଁ ସମ୍ଭାବ୍ୟ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ତଥା ଉପଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ।

ଉଚ୍ଚଶିକ୍ଷା ବିଭାଗ ଏନ୍‌.ଏସ୍‌.ଏସ୍‌ ଏନ୍‌ଏସ୍‌ଏସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଅପହୃତ ୭ ବର୍ଷର ନାବାଳିକା ସୁରକ୍ଷିତ ଉଦ୍ଧାର: ଜଣେ ଅଟକ

August 31, 2026

ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା

August 31, 2026

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026
Latest News

ନେପାଳରେ ଭୟାବହ ବନ୍ୟାତାଣ୍ଡବ: ମୃତ୍ୟୁସଂଖ୍ୟା ୯୦୦ ଡେଇଁଲା, ୪୮୦୦ରୁ ଉର୍ଦ୍ଧ୍ୱ ନିଖୋଜ

August 31, 2026

ଅପହୃତ ୭ ବର୍ଷର ନାବାଳିକା ସୁରକ୍ଷିତ ଉଦ୍ଧାର: ଜଣେ ଅଟକ

August 31, 2026

ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା

August 31, 2026

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.