ଅର୍ଚ୍ଚନା ନାଗଙ୍କ ଅଜବ ବିଶ୍ବାସ, ପ୍ରତିଥର କୋର୍ଟରୁ ବାହାରିଲେ ଛାଡୁଛନ୍ତି ଚପଲ

Published: Dec 15, 2022, 7:22 am IST
Archana Nag

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଏକ ଅଜବ ବିଶ୍ବାସ ରହିଛି। ତେବେ ଏହି ବିଶ୍ବାସ ପ୍ରଥମେ ଜଣାପଡି ନ ଥିଲା। ହେଲେ ପରବର୍ତ୍ତି ସମୟରେ ତାହା ଜଣାପଡିଥିଲା। ତାହା ହେଲା ଯେ, ସେ ଯେତେଥର କୋର୍ଟ କିମ୍ବା ଥାନାକୁ ଯାଉଛନ୍ତି ସେ ସେତେଥର ପିନ୍ଧିଥିବା ଚପଲକୁ ଛାଡି ଦେଇ ଖାଲିପାଦରେ ଆସୁଛନ୍ତି। ଏହା ଦ୍ବାରା ତାଙ୍କୁ କୁଆଡେ ଶିଘ୍ର ଜାମିନ ମିଳିବ ବୋଲି ବିଶ୍ବାସ ରହିଛି।

ଅର୍ଚ୍ଚନା ଯେତେବେଳେ ପ୍ରଥମେ ଥାନାରେ ହାଜର ହୋଇଥିଲେ ସେତେବେଳେ ସେ ଥାନାରୁ ବାହାରିବା ପରେ ଚପଲ ଛାଡି ଥିଲେ। ସେତେବେଳେ ସେ ଭୁଲରେ ବା ଟେନସନରେ ଚପଲ ପିନ୍ଧିବାକୁ ଭୁଲି ଯାଇଛନ୍ତି ବୋଲି କୁହାଯାଉଥିଲା। ତାପରେ କୋର୍ଟକୁ ଯିବା ପରେ ମଧ୍ୟ ସେହିପରି ଚପଲ ଛାଡିଥିଲେ। ସେତେବେଳେ ସମସ୍ତେ ଭାବିଲେ ଯେ ଧସ୍ତାଧସ୍ତିରେ ତାଙ୍କ ଗୋଡରୁ ଚପଲ ବାହାରିଯାଇଛି।

ହେଲେ ପୁଣି ଥରେ ସେ କୋର୍ଟରେ ହାଜର ହୋଇ ଗାଡିରେ ବସିବାକୁ ଯିବା ବେଳେ ଚପଲ ଛାଡି ଦେଲେ। ଚପଲ ଖସିଯିବା ବେଳେ ଜଣେ ପୋଲିସ ତାଙ୍କୁ ପିନ୍ଧିବାକୁ କହିଲେ। ହେଲେ ଅର୍ଚ୍ଚନା ତାହାକୁ ଧ୍ୟାନ ନ ଦେଇ ଗାଡିରେ ବସିଲେ। ଏହା ପରେ ଜଣାପଡିଲା ଯେ ଅର୍ଚ୍ଚନା ଜାଣିଶୁଣି କୋର୍ଟରୁ ବାହାରିବା ପରେ ଚପଲ ଛାଡୁଛନ୍ତି। ଏ ପର୍ଯ୍ୟନ୍ତ ସେ କୁଆଡେ ଚାରିଥର ଚପଲ ଛାଡି ସାରିଲେଣି।

ସେହିପରି ତାଙ୍କର ଘରେ ମଧ୍ୟ କୁଆଡେ କଳା ରଂଗର ଚପଲ ସଜାଇ ରଖିଛନ୍ତି ବୋଲି ଜଣାପଡିଛି। ସେ ଘରର କାନ୍ଥରେ ଚପଲକୁ ସୌନ୍ଦର୍ଯ୍ୟକରଣ ଭାବେ ବ୍ୟବହାର କରିଛନ୍ତି। ସେହିପରି ତାଙ୍କ କାରରେ ମଧ୍ୟ ସେ ଚପଲ ରଖିଥିବାର ଜଣାପଡିଛି।

Related posts