Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଆସୁଛନ୍ତି ନଡ୍ଡା, ନବୀନଙ୍କ ଶହେ ବର୍ଷ ଜନସେବା ଘୋଷଣାକୁ କରିବେ ତ ମୁକାବିଲା?
ଜାତୀୟ ଖବର

ଓଡିଶା ଆସୁଛନ୍ତି ନଡ୍ଡା, ନବୀନଙ୍କ ଶହେ ବର୍ଷ ଜନସେବା ଘୋଷଣାକୁ କରିବେ ତ ମୁକାବିଲା?

December 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
J P Nadda
ଓଡିଶା ଆସୁଛନ୍ତି ନଡ୍ଡା, ନବୀନଙ୍କ ଶହେ ବର୍ଷ ଜନସେବା ଘୋଷଣାକୁ କରିବେ ତ ମୁକାବିଲା?

ଭୁବନେଶ୍ବର: ଓଡିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ହେବାକୁ ଆହୁରି ବର୍ଷେ ପାଖାପାଖି ବାକି ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ଓଡିଶାରେ ନିର୍ବାଚନ ପ୍ରଚାର ମାହୋଲ ତିଆରି ହୋଇ ସାରିଲାଣି। ପୁରୀରେ ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଥିବା ବେଳେ। ଏବେ ନଡ୍ଡାଙ୍କ ଆଗମନରୁ ସ୍ପଷ୍ଟ ହୋଇଛି ଯେ, ସେ ମଧ୍ୟ ଓଡିଶାରେ ନିର୍ବାଚନ ବିଗୁଲ ବଜାଇବେ।

ନଡ୍ଡାଙ୍କ ଏହି ଆଗମନକୁ ନେଇ ରାଜ୍ୟ ବିଜେପି ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ସମସ୍ତେ ବେଶ ଉତ୍ସାହିତ ହୋଇପଡିଛନ୍ତି। ଭାବି ନେଇଛନ୍ତି ଯେ ଏଥର ବିଜେଡିକୁ ମାତ ମାରି ବିଜେପି ଓଡିଶା ଦଖଲ କରିବ। କିଏ କଣ ସ୍ବପ୍ନ ଦେଖିବ ତାହା ଭିନ୍ନ କଥା। ହେଲେ, ପୁରୀରେ ନବୀନ କହିଥିବା ଆଉ ଶହେ ବର୍ଷ ବିଜେଡି ଓଡିଶାରେ ଜନସେବା ବା ସିଧା କହିଲେ କ୍ଷମତାରେ ରହିବ, ତାହାକୁ ନେଇ ନଡ୍ଡା କଣ କହିବେ।

ନବୀନଙ୍କ ଏହି ଭବିଷ୍ୟବାଣୀ ଓଡିଶା ରାଜନୀତିକୁ ବେଶ ସରଗରମ କରିଦେଇଛି। ପୁରୀ ପ୍ରତିଷ୍ଠା ଦିବସରେ ସେ କହିଥିଲେ ଯେ ବର୍ତ୍ତମାନ ବିଜେଡିକୁ ୨୫ ବର୍ଷ ପୁରିଲା, ଏହାପରେ ବିଜେଡି ପୁଣି ୫୦ ବର୍ଷ ପାଳନ କରିବ। ଯଦି ଓଡିଶାର ମା’ମାନେ ଆର୍ଶିବାଦ କରିବେ ତେବେ ବିଜେଡି ଓଡିଶାରେ ଆହୁରି ୧୦୦ ବର୍ଷ ଜନସେବା କରିବ। ସିଧା ଭାଷାରେ କହିଲେ ଓଡିଶାରେ ବିଜେଡି ଆଉ ୧୦୦ ବର୍ଷ ଶାସନ କରିବ।

ଏପରି ଭବିଷ୍ୟବାଣୀ ନେଇ ବିଜେପି ଶିବିରରେ ମଧ୍ୟ ବେଶ ଚର୍ଚ୍ଚା ହେବାରେ ଲାଗିଛି। ସମସ୍ତେ ଆଶା କରିଛନ୍ତି ନଡ୍ଡା ନିଶ୍ଚିତ ନବୀନଙ୍କ ଏହି ୧୦୦ ବର୍ଷର ଶାସନ କରିବାର ଘୋଷଣାକୁ ନିଶ୍ଚିତ ପ୍ରତିକ୍ରିୟା ରଖିବେ। ନଡ୍ଡା ନ କହିଲେ ମଧ୍ୟ ତାଙ୍କ ପାଖେପାଖେ ଘୁରି ବୁଲୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାର ଉତ୍ତର ଦେବେ ବୋଲି କର୍ମିମାନେ ଆଶା ବାନ୍ଧି ବସିଛନ୍ତି।

ନଡ୍ଡାଙ୍କ ଉତ୍ତର ଅପେକ୍ଷାରେ ଓଡିଶାବାସୀ ଥିବା ବେଳେ ସେ ପୁଣି ବହୁବାର ଓଡିଶା ଆସିବେ ବୋଲି ଦିଲ୍ଲୀ ସୁତ୍ରରୁ ଜଣାପଡିଛି। ମୁଖ୍ୟତଃ ତାଙ୍କର ଫୋକସରେ ବିଧାନସଭା ନୁହେଁ, ରହିଛି ଲୋକସଭା ଆସନ। ଯେଉଁ ଯେଉଁ ଲୋକସଭା ଆସନରେ ବିଜେପି ହାରିଛି ସେହି ନିର୍ବାଚନ ମଣ୍ଡଳୀରେ ନଡ୍ଡା ସମାବେଶ କରିବେ ବୋଲି ଜଣାପଡିଛି। ସେଥିପାଇଁ ପ୍ରଥମ ପର୍ଯ୍ୟାରେ ସେ କନ୍ଧମାଳ ଏବଂ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ରଖିଛନ୍ତି। ଏହାର ଦୁଇମାସ ପରେ ପୁଣି ଓଡିଶାରେ ବିଜେପି ହାରିଥିବା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ।

J P Nadda Nadda Odisha BJP ଓଡିଶା ବିଜେପି ଓଡିଶା ବିଜେପି ସାଂସଦ ଚିଲିକା ନିର୍ବାଚନ ମଣ୍ଡଳୀ ଜେ ପି ନଡ୍ଡା ନବୀନ ପଟ୍ଟନାୟକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Latest News

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.