Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: କୋଭିଡ ସମେତ ସମସ୍ତ ଔଷଧପତ୍ର ମହଜୁଦ ରଖିବାକୁ ନିର୍ଦ୍ଦେଶ
ଜାତୀୟ ଖବର

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: କୋଭିଡ ସମେତ ସମସ୍ତ ଔଷଧପତ୍ର ମହଜୁଦ ରଖିବାକୁ ନିର୍ଦ୍ଦେଶ

December 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ
Two-Day National Conference on Building and Other Construction Workers (BOCW) to Begin in Mumbai Today

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଦେଶର କୋଭିଡ ପରିଚାଳନା ପାଇଁ ଔଷଧପତ୍ର ଉପଲବ୍ଧତା ସହ ଉତ୍ପାଦନ ସାମର୍ଥ୍ୟ ନେଇ ଔଷଧ କମ୍ପାନୀ ପ୍ରତିନିଧିଗଣଙ୍କ ସହ ଆଭାସୀ ମାଧ୍ୟମରେ ଆଜି (୨୯-୧୨.୨୦୨୨)  ସମୀକ୍ଷା କରିଛନ୍ତି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ନେଇ ପ୍ରସ୍ତୁତ ରହିବା ହେଉଛି ଏହି ସମୀକ୍ଷାର ଉଦ୍ଦେଶ୍ୟ। ବିଶ୍ୱବ୍ୟାପୀ କେତେକ ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପରିପ୍ରେକ୍ଷୀରେ ଏହି ସମୀକ୍ଷା କରାଯାଇଛି।

ଏକ ପରୀକ୍ଷାମୂଳକ ପ୍ରଦର୍ଶନ ମାଧ୍ୟମରେ ବୈଶ୍ୱିକ କୋଭିଡ ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଦେଶରେ କୋଭିଡ ବୈଶ୍ୱିକ ମହାମାରୀ କାଳରେ ଅମୂଲ୍ୟ ଅବଦାନ ପାଇଁ ଡକ୍ଟର ମନସୁଖ ମାଣ୍ଡଭିୟ ଔଷଧ କମ୍ପାନୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ। “ଭାରତୀୟ ଔଷଧ ପ୍ରସ୍ତୁତକାରୀ ଶିଳ୍ପ ସମୂହ ଦୃଢ, ନମନୀୟ ଓ ଦକ୍ଷ। ସେମାନଙ୍କ ମଜବୁତ ସ୍ଥିତି ଯୋଗୁଁ ବୈଶ୍ୱିକ ମହାମାରୀ କାଳରେ ଆମେ ନିଜର ଚାହିଦା ପୂରଣ କରିବା ସହ ୧୫୦ଟି  ଦେଶକୁ ଔଷଧପତ୍ର ପଠାଇ ପାରିଛୁ।” ଔଷଧପତ୍ରର ଦରଦାମ ବୃଦ୍ଧି ନ କରି ତଥା ଗୁଣାତ୍ମକ ମାନରେ କୌଣସି ସାଲିସ ନ କରି ଆମେ ଏହା କରିପାରିଛୁ ବୋଲି ସେ କହିଥିଲେ।

ଔଷଧ କମ୍ପାନୀଗୁଡିକୁ ବୈଶ୍ୱିକ ଯୋଗାଣ ବ୍ୟବସ୍ଥା ଉପରେ ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି। କୋଭିଡ ପରିଚାଳନା ପାଇଁ ଆବଶ୍ୟକୀୟ ଔଷଧ ଉତ୍ପାଦନ ଓ ଏ.ପି.ଆଇ. ଉପଲବ୍ଧତା ଉପରେ ମଧ୍ୟ ତୀକ୍ଷ୍ମ ଦୃଷ୍ଟି ଦେବାକୁ କୁହାଯାଇଛି। ପର୍ଯ୍ୟାପ୍ତ ଅନ୍ୟାନ୍ୟ ଔଷଧ ମହଜୁଦ୍ ରଖିବା ସହ କୋଭିଡ ଔଷଧର ପାଇକାରୀ ଯୋଗାଣ ଧାରା ଉପରେ ପଦକ୍ଷେପ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସମୟୋଜିତ ସମୀକ୍ଷା ବୈଠକ ପାଇଁ ଔଷଧ ପ୍ରସ୍ତୁତିକାରୀ କମ୍ପାନୀମାନେ ପ୍ରଶଂସା କରିବା ସହ ସେମାନଙ୍କ ନିରବିଚ୍ଛିନ୍ନ ସମର୍ଥନ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। କୋଭିଡ ଔଷଧ ଯୋଗାଣ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସେମାନଙ୍କ ଦୃଢ ବିଶ୍ୱାସଥିବା ମଧ୍ୟ ଜଣାଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଫାର୍ମା ସଚିବ ଏସ. ଅପର୍ଣ୍ଣା, ଏନପିପିଏ ଅଧ୍ୟକ୍ଷ କମଳେଶ ପନ୍ଥ, ଡିସିଜିଆଇ ଡକ୍ଟର ଭି.ଜି. ସୋମାନୀ ଓ ଔଷଧ କମ୍ପାନୀ ପ୍ରତିନିଧିଗଣ ସମୀକ୍ଷା ବୈଠକ କାଳରେ ଉପସ୍ଥିତ ଥିଲେ।

କୋଭିଡ ପରିଚାଳନା କୋଭିଡ ସମୀକ୍ଷା ଡକ୍ଟର ମନସୁଖ ମାଣ୍ଡଭିୟ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Latest News

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.