Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ୱାଧୀନତା ସଂଗ୍ରାମୀ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ’
ବିଶେଷ ଖବର

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ୱାଧୀନତା ସଂଗ୍ରାମୀ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ’

January 23, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଦୀପ ସେନାପତି
ଭାରତର ସ୍ୱାଧୀନତା ସଂଗ୍ରାମର ମହାନ୍ ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥାଆନ୍ତୁ ବା ବୀରଗତି ଲାଭକରିଥାଆନ୍ତୁ, ସମଗ୍ର ବିଶ୍ୱବାସୀଙ୍କ ନିକଟରେ ସେ ଅମର। ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ତାଙ୍କର ଜୟନ୍ତୀ ହିଁ ପାଳନ କରି ଆସିଛି। ତାଙ୍କର ମୃତ୍ୟୁ ନାହିଁ। ସେ ମୃତ୍ୟୁଞ୍ଜୟୀ ବୀର। ତାଙ୍କର ମହାନ୍ ଆଦର୍ଶ, ପୌରୁଷ, ବୀରତ୍ୱ, ବ୍ୟକ୍ତିତ୍ୱ ଓ ଚରିତ୍ର ଏ ଜାତିର ପାଥେୟ ତାଙ୍କର ଅମର ଜୀବନୀ ଭାରତୀୟ ମୁକ୍ତି ସଂଗ୍ରାମର ଅମର କାହାଣୀ।

ଭାରତର ସ୍ୱାଧୀନତାପ୍ରାପ୍ତିକୁ ତ୍ୱରାନ୍ନିତ କରିବା ଦିଗରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଆନ୍ତର୍ଜାତିକ କ୍ଷେତ୍ରରେ ସେ ଜଣେ ଅପ୍ରତିଦ୍ୱନ୍ଦି ନେତା। ସ୍ୱାଧୀନତା ସଂଗ୍ରାମର ମହାନ୍ ଐତିହ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଉଲ୍ଲେଖଯୋଗ୍ୟ।

ଏହି ମହାନ୍ ଜନନାୟକଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ, ଜାତିପ୍ରୀତି, ଦେଶପ୍ରେମ ଏବଂ ଶାଶ୍ୱତ ଆତ୍ମୋତ୍ସର୍ଗ ଅବର୍ଣ୍ଣନୀୟ। ସେ ଥିଲେ ଜଣେ ଅନନ୍ୟ ପ୍ରଜ୍ଞାସଂପନ୍ନ, ସମନ୍ୱୟବାଦୀ, ବୌଦ୍ଧିକ ପ୍ରତିଭାଦୀପ୍ତ ସୃଜନାତ୍ମକ ଯୁଗପୁରୁଷ। ଏହି ପ୍ରଚଣ୍ଡ ପ୍ରତିଭାଧାରୀ ଯୁଗ ବିପ୍ଳବୀଙ୍କର ଜୀବନ ଦର୍ଶନ ହିଁ ଜାତୀୟ ଜୀବନର ଉତ୍ସ। ସେ ଯଥାର୍ଥରେ ଥିଲେ ଭାରତୀୟ ଯୁବ ଶକ୍ତିର ପ୍ରତୀକ, ସ୍ୱାଧୀନତାର ଅଗ୍ରଦୂତ ତଥା ମାତୃଭୂମିର ଅଖଣ୍ଡମୁକ୍ତି ନିମିତ୍ ଏକ ଜୀବନ୍ତ ଆକ୍ରମଣୋତ୍ମତ୍ତ ସିଂହ। ନିର୍ଭୀକତା ଥିଲା ତାଙ୍କ ଚରିତ୍ରର ପ୍ରଧାନ ବୈଶିଷ୍ଟ୍ୟ। ସମଗ୍ର ବିଶ୍ୱ ଦୃଷ୍ଟିରେ ସେ ଥିଲେ ଏକ ପ୍ରଜ୍ଜ୍ୱଳିତ ଅଗ୍ନିଶିକ୍ଷା। ତାଙ୍କ ଦୁଦ୍ଦ୍ୱର୍ମନୀୟ ବୀରତ୍ୱ ହିଁ ପ୍ରତ୍ୟେକ ଭାରତୀୟଙ୍କର ଗର୍ବ ଓ ଗୌରବ।

ଐତିହାସିକ ପ୍ରବାଦପୁରୁଷ ସୁଭାଷ ଚନ୍ଦ୍ରଙ୍କର ଜନ୍ମ ୧୮୯୭ ମସିହା ଜାନୁଆରୀ ମାସ ୨୩ ତାରିଖ ଶନିବାର ମଧ୍ୟାହ୍ନ ଘ. ୧୨.୧୮ ମି ସମୟରେ କଟକ ନଗରୀସ୍ଥିତ ଓଡ଼ିଆ ବଜାରରେ ହୋଇଥିଲା। ତାଙ୍କର ସ୍ନେହମୟୀ ଜନନୀ ଥିଲେ ପ୍ରଭାବତୀ ଦେବୀ ଏବଂ ପୂଜନୀୟ ଜନକ ଥିଲେ ପ୍ରସିଦ୍ଧ ଆଇନଜୀବୀ ରାୟବାହାଦୂର ଜାନକୀନାଥ ବୋଷ। ବାଲ୍ୟକାଳରେ ସୁଭାଷଙ୍କର ମାନସିକସ୍ତର ସାଧାରଣ ବାଳକମାନଙ୍କଠାରୁ ଉନ୍ନତ ଥିଲା। ବୟସ ତୁଳନାରେ ବୟସାଧିକ୍ୟ ସମସ୍ୟାର ସମାଧାନ ସେ ସୂକ୍ଷ୍ମ ଭାବରେ କରିପାରୁଥିଲେ।

୧୯୦୨ ଖ୍ରୀଷ୍ଟାଦ୍ଦରେ କଟକ ପ୍ରୋଟେଷ୍ଟାଣ୍ଟ ସ୍କୁଲରେ ସେ ବିଦ୍ୟାଧ୍ୟୟନ ଆରମ୍ଭ କରିଥିଲେ। ଏହି ମିଶନାରୀ ବିଦ୍ୟାଳୟର ପରିଚାଳନା ନିୟମାନୁଯାୟୀ ଭାରତୀୟ ବଂଶୋଦ୍ଭବ ଛାତ୍ରମାନଙ୍କୁ କେତେକ ବିଶେଷ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିଲା। ଏହି ବିଭୋଦତା କୋମଳମତି ବାଳକ ସୁଭାଷଙ୍କ ମନରେ ବିଶେଷ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସେ ଜୀବନରେ ପ୍ରଥମେ ଅନୁଭବ କଲେ ଯେ, ଇଂରେଜମାନେ ଭାରତୀୟ ମାନଙ୍କୁ ହୀନଦୃଷ୍ଟିରେ ଦେଖୁଛନ୍ତି।

୧୯୦୯ ମସିହାରେ ସେ ରେଭେନ୍ସା କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ। ଓଡ଼ିଶାର ଏହି ପ୍ରାଚୀନ ବିଦ୍ୟାପୀଠରେ ଭାରତୀୟ ସଂସ୍କୃତିର ମର୍ଯ୍ୟାନୁଯାୟୀ ଶିକ୍ଷା ପ୍ରଦାନ କରାଯାଉଥିଲା। ଫଳତଃ ଏଠାରେ ସୁଭାଷଙ୍କର ଆଭ୍ୟନ୍ତରୀଣ ରୁଚି ପରିମାର୍ଜିତ ହୋଇଥିଲା। ସର୍ବୋପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୀ ମାଧବ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଜଣେ ଚରିତ୍ରବାନ୍ ମେଧାବୀ, ବିନୟୀ, ବାଗ୍ମୀ, କର୍ତ୍ତବ୍ୟନିଷ୍ଠ, ଶୃଙ୍ଖଳିତ ଛାତ୍ରରୁପେ ସୁଖ୍ୟାତି ଅର୍ଜନ କରିଥିଲେ।

ବିଦ୍ୟାଳୟର ଅନୁଶାସନରୁ ସେ ସମନ୍ୱୟାତ୍ମକ ଜାତୀୟବୋଧ ହୃଦୟଙ୍ଗମ କରିପାରିଥିଲେ। ଜାତୀୟ ଗୌରବ ସ୍ୱାମୀ ବିବେକାନନ୍ଦଙ୍କ ଜୀବନଦର୍ଶନ ତାଙ୍କୁ ବିଶେଷଭାବେ ପ୍ରଭାବିତ କରିଥିଲା। ଜଣେ ଦକ୍ଷଛାତ୍ର ସଂଗଠକ ରୂପେ ଛାତ୍ର ମହଲରେ ସେ ସ୍ୱାଧୀନ ଚେତନାର ଧାରା ପ୍ରବାହିତ କରିପାରିଥିଲେ। ତାଙ୍କ ନେତୃତ୍ୟରେ ଜାତୀୟ ବିପ୍ଳବୀ ଖୁଦିରାମଙ୍କର ଫାଶୀ ଦିବସଟିକୁ ଛାତ୍ରମାତେ ଜାତୀୟ ସ୍ମୃତିଦିବସ ରୂପେ ପାଳନ କରି ଉପବାସ ରହିଥିଲେ। ଏହି ଅବସରରେ ଶହୀଦ ଖୁଦିରାମଙ୍କର ସ୍ମୃତିଚାରଣକରି ସୁଭାଷ ଯେଉଁ ଅଗ୍ନିବର୍ଷୀ ଭାଷଣ ପ୍ରଦାନ କରିଥିଲେ, ତହିଁରୁ ତାଙ୍କର ଯଥାର୍ଥ ଦେଶାତ୍ମବୋଧର ପରିଚୟ ମିଳିଥିଲା।

୧୯୧୩ ମସିହାରେ ମାଟ୍ରିକୁଲେସନ ପରିକ୍ଷାରେ ସମଗ୍ର ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟସ୍ଥାନ ଅଧିକାର ପୂର୍ବକ ସେ କଲିକତାର ପ୍ରେସିଡେନସି କଲେଜରେ ଅଧ୍ୟୟନ କରିଥିଲେ। ଜାତୀୟ ବୀରବୃନ୍ଦଙ୍କ ଅମରକୃତି, ନାଟକ ମେବାର ପତନ ଉପନ୍ୟାସ, ଆନନ୍ଦମଠ ଏବଂ ଶ୍ରୀ ଅରବିନ୍ଦଙ୍କ ସମ୍ପାଦନାରେ ପ୍ରକାଶିତ ଆର୍ଯ୍ୟ ପତ୍ରିକାର ଚେତନାଦ୍ୟୋତକ ଲେଖାପାଠ ପୂର୍ବକ ସେ ଜାତୀୟତାବୋଧରେ ଉଦ୍‌ବୋଧ ହୋଇଥିଲେ।

ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଲୋକପ୍ରିୟ ଦେଶାତ୍ମବୋଧକ ‘ବଙ୍ଗ ଆମାର ଜନନୀ ଆମାର’ ସଂଙ୍ଗୀତଟି ଗାନ କରାଯିବାରୁ ସଭାପତିତ୍ୱ କରୁଥିବା ଇଂରାଜୀ ଅଧ୍ୟାପକ ଏଡ଼ୱାର୍ଡ଼ ଫାର୍ଲି ଓଟେନ୍ ବଙ୍ଗାଳିମାନଙ୍କ ପ୍ରତି କେତେକ ଅପମାନ ସୂଚକ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବାକୁ ଛାତ୍ର ମହଲରେ ବିଶେଷ ଉତ୍ତେଜନା ପ୍ରକାଶ ପାଇଲା। ଏପରିକି କେତେକ ଛାତ୍ର ଉତ୍‌କ୍ଷିପ୍ତ ହୋଇ ଅଧ୍ୟାପକ ଓଟେନ୍‌ଙ୍କୁ ମାଡ଼ ମାରିବାକୁ ପଶ୍ଚାତପଦ ହୋଇନଥିଲେ। ଏହି ଘଟଣାର ଛାତ୍ରନେତା ସୁଭାଷଙ୍କୁ ଅଧ୍ୟକ୍ଷ ମହୋଦୟ କଲେଜରୁ ବହିଷ୍କାର କରିଦେଲେ। ସେ ଏହି ପ୍ରଥମ ବଳିଦାନରେ ଜଣେ ଦେଶପ୍ରେମୀ ଛାତ୍ରନେତାରୂପେ ସର୍ବତ୍ର ପରିଚିତ ହୋଇଗଲେ। ତାଙ୍କର ଆତ୍ମପ୍ରତ୍ୟୟ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଉଠିଲା।

ପାଠପଢ଼ା ବନ୍ଦହେବାରୁ ସେ କଟକ ପ୍ରତ୍ୟାବର୍ତ୍ତନ ପୂର୍ବକ ନିଜକୁ ରୋଗୀ ଓ ପୀଡ଼ିତ ବ୍ୟାକ୍ତିମାନଙ୍କ ସେବାରେ ଉତ୍ସର୍ଗ କରିଦେଲେ। ଅଗଣିତ ଦୁଃସ୍ଥ, ବୁଭୂକ୍ଷିତ, ରୋଗଗ୍ରସ୍ତ। ଦୀନ, ଦରିଦ୍ର ଭାରତୀୟଙ୍କୁ ଦେଖି ସେ ପରାଧୀନ ଭାରତର ମର୍ମବେଦନାକୁ ଉତ୍ତମ ରୂପେ ହୃଦୟଙ୍ଗମ କରି ପାରିଥିଲେ। ସ୍ୱକୀୟ ଭୋଗବିଳାସ ଓ ପ୍ରାଚୁର୍ଯ୍ୟ ତାଙ୍କୁ ଏକ ଅପରାଧ ସଦୃଶ୍ୟ ବୋଧ ହେଲା।

ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଅଗଣିତ ବ୍ୟକ୍ତିଙ୍କ ସେବା କରିବାଦ୍ୱାରା ତାଙ୍କଠାରେ ବିଶ୍ୱପ୍ରେମର ଧାରା ପ୍ରବାହିତ ହୋଇଥିଲା। ଆନ୍ତର୍ଜାତିକ କ୍ଷେତ୍ରରେ ସେ ଜଣେ ଅପ୍ରତିଦ୍ୱନ୍ଦି ନେତା ଭାବରେ ଖ୍ୟାତି ଅର୍ଜନ କରିପାରିଥିଲେ। ଏହି ପ୍ରତିଭାଧର ଯୁଗପୁରୁଷ ଆପଣା ସୈାରଭରେ ଅନନ୍ତକାଳ ନିମିତ୍ତ ସୈାରଭମୟ। ଯଥାର୍ଥରେ ସେ ଏକ ଅମ୍ଳାନ ପ୍ରତିଭା। ଆଜି ତାଙ୍କ ଚରଣରେ ଏ ଜାତିର ସଶ୍ରଦ୍ଧ ପୁଷ୍ପାଞ୍ଜଳି।

ଲେଖକ ଜଣେ କଠୋର ପନ୍ଥୀ ଦେଶଭକ୍ତ, ରାଜ୍ୟସଭାପତି ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ,ଜାତୀୟସ୍ତର ସାମ୍ବାଦିକ ଇଣ୍ଡିଆନ୍ ନିୟଜ ସାଇଟ୍‌, ଆନ୍ଦର୍ଜାତିୟ ସ୍ତମ୍ଭକାର ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର-୨
ମୋ-୭୮୪୮୮୯୮୪୫୬

ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ୱାଧୀନତା ସଂଗ୍ରାମୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026
Latest News

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

୪୦ ପରେ ସ୍ୱାସ୍ଥ୍ୟକୁ ଅଣଦେଖା ନୁହେଁ: ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜରୁରୀ ଏହି ସ୍ୱାସ୍ଥ୍ୟ ପରୀକ୍ଷା

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.