Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାର ୧୬୯ ଅନୁସୂଚିତ ଜନଜାତିଙ୍କୁ ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ବିଜେଡିର ଦାବୀ
ବିଶେଷ ଖବର

ଓଡିଶାର ୧୬୯ ଅନୁସୂଚିତ ଜନଜାତିଙ୍କୁ ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ବିଜେଡିର ଦାବୀ

January 27, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ୧୬୯ ଅନୁସୂଚିତ ଜନଜାତିଙ୍କୁ ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ବିଜେଡିର ଦାବୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ସର୍ବଦା ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ସର୍ବଦା ଓଡିଶାର ଆଦିବାସୀ ସମ୍ପ୍ରଦାୟକୁ ଅବହେଳା କରି ଆସୁଛନ୍ତି । ସେମାନଙ୍କର ଆଭିମୁଖ୍ୟ ଆଦିବାସୀ ବିରୋଧି, ଗରିବ ବିରୋଧି ଓ ଓଡିଶା ବିରୋଧି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ।

ଶ୍ରୀ ମାଝି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୧୭ଟି ବ୍ଲକ, ୨୦୨୨ ଗ୍ରାମପଞ୍ଚାୟତ, ୧୮୬୮୭ ଗାଁ ଏବଂ ୧୪.୦୫ ଲକ୍ଷ ଅନୁସୂଚିତ ଜନଜାତି ପରିବାରକୁ ଅନ୍ତର୍ଭୁକ୍ତ କରି ଓଡିଶାର ନଅଟି ଆଦିବାସୀ ବହୁଳ ଜିଲ୍ଲାରେ ୫ ଲକ୍ଷ ଆଦିବାସୀ ବାଳିକାଙ୍କ ପାଇଁ ହଷ୍ଟେଲ, ସ୍ୱତନ୍ତ୍ର ବିକାଶ ପରିଷଦ (ଏସ୍‍ଡିସିଏସ୍‍) ଯୋଗାଇ ଦେଇଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଦିବାସୀଙ୍କୁ ସବୁବେଳେ ଅବହେଳା କରିଆସୁଛି । ୧୬୯ଟି ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ଓଡିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡିଶା ସରକାର ପ୍ରାୟ ୧୬୯ଟି ପ୍ରସ୍ତାବ ଦେଇସାରିଥିବାରୁ ସେ ଏଭଳି ମତ ରଖୁଥିବା ଶ୍ରୀ ମାଝି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବଂ ଓଡିଶା ସରକାରଙ୍କ ବାରମ୍ବାର ଚିଠି ସତ୍ତ୍ୱେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସେମାନଙ୍କୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରୁନାହାଁନ୍ତି ଏବଂ ଏବେ ବି ଏହା ବିଚାରାଧୀନ ଅଛି । ୧୬ ସେପ୍ଟେମ୍ବର ୨୦୨୨ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ପଡି ରହିଥିବା ପ୍ରସ୍ତାବ ଉପରେ ବିଚାର ଲାଗି ଅନୁରୋଧ କରିଥିଲେ ।

ପ୍ରସ୍ତାବରେ ଥିବା ସମ୍ପ୍ରଦାୟ ଗୁଡିକ ଯେପରିକି ପାଉରି ଭୂୟାଁ/ପାଉଡି ଭୂୟାଁ (ପିଟିଜି), ଚୁକ୍‍ଟିଆ ଭୁଞ୍ଜିଆ (ପିଟିଜି), ଦୁରୁଆ, ଧୁରୁଆ, ଧୁରଭ, ଉରାମ, ଧାଙ୍ଗରା, ଓରାମ /ଉରାଓଁ, ଓରାଓଁ ମୁଦି (ମୁଦି), କନ୍ଧ କୁମ୍ଭାର / ମୁକ ଦୋରା / ମୁକା ଦୋରା / ନୁକା ଦୋରା/ନୁକ ଦୋରା ଆଦି ଓଡିଶାର ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନକୁ ଅପେକ୍ଷା କରିଛି କିନ୍ତୁ କେନ୍ଦ୍ର ସେମାନଙ୍କ ଅନ୍ତର୍ଭୂକ୍ତିକୁ ବିଳମ୍ବ କରୁଛି ।

୨୦ ଏପ୍ରିଲ, ୨୦୨୨ରେ ଓଡିଶାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଓଡିଶା ସରକାର ପୁନର୍ବାର ଓଡିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ୧୬୯ଟି ବିଚାରାଧୀନ ସମ୍ପ୍ରଦାୟର ପ୍ରସ୍ତାବ ରଖିଥିଲେ । କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଏ କ୍ଷେତ୍ରରେ ବିଳମ୍ବ କରୁଛି । ୨୦୧୪ରେ ଏହି ସମ୍ପ୍ରଦାୟ ଉପରେ ଚାରୋଟି ଭଲ୍ୟୁମ ଟାସ୍କଫୋର୍ସକୁ ଦାଖଲ କରାଯାଇଛି ଏବଂ କେନ୍ଦ୍ରକୁ ପଠାଯାଇଛି।

ଯେଉଁଥିରେ କନ୍ଧକୁମ୍ଭାର, ଝୋଡିଅ । / ଯୋଡିଅ । / ଜଡିଅ । ଏବଂ ଝାଡିଆ, ଚୁକ୍ତିଆଭୁଞ୍ଜିଆ, ସା-ଆ-ରା, ମାଙ୍କଡିଅ ।, ପୋରଜା ଏବଂ ବରେଙ୍ଗଝୋଡିଆପରଜା / ବୁଣ୍ଡାପରୋଜା, ଡୁରୁଆ ଏବଂ ପାହାରିଆ ସମ୍ପ୍ରଦାୟଗୁଡିକ ମଧ୍ୟ ବିଚାର ପାଇଁ ପଠାଯାଇଛି ।
ଆହୁରି ମଧ୍ୟ, ୧୦ ଅକ୍ଟୋବର, ୨୦୨୨ରେ, ୨୦ଟି ସମ୍ପ୍ରଦାୟ ଯଥା ତୋମୋଡିଆଭୁମିଜ୍‌, ତାମାଡିଆଭୁମିଜ୍‌, ତମୁଣ୍ଡିଆଭୁମିଜ୍‌, ତାମୁଲିଆଭୁମିଜ୍‌, ତମୁଦିଡିଆଭୁମିଜ୍‌, ତାନଲାଗାଉଡା, ଡୋରା, ଅନତି ଡୋରା / ଏନାଟି ଡୋରା, ସାରା, କୁଇ (କନ୍ଧ), କାଉର, ରାଜୁଆଲ୍ / ରାଜୁଆଡ, କୋଣ୍ଡା ରେଡ୍ଡି / କୋଣ୍ଡା ରେଡି / ପୁଟିୟା /ପୁଟିଆ/ ଦୁଲିଆ / ଧୁଲିଆ / ପୁଟିଆ ପାଇକ / ଧୂଳିଆ ପାଇକ / ଦୁଲିଆ ପାଇକ, କାଲାଙ୍ଗା, ତାମାଦିଆ, ତମୁଦିଆ, ଭଗତ, ଭୁକତା, ଭୋଗୋତାନାକାସିଆ, ଭଞ୍ଜାପୁରଣ ପ୍ରସ୍ତାବକୁ ସମସ୍ତ ଯଥାର୍ଥତା, ସୂଚନା ଏବଂ ସୁପାରିଶ ସହିତ ଏସ୍‌ଟି ତାଲିକାରେ ଅର୍ନ୍ତଭୁକ୍ତ ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ପଠାଯାଇଛି । କିନ୍ତୁ କେନ୍ଦ୍ର ଏହା ଉପରେ ନିରବ ।

ଏହି ସମ୍ପ୍ରଦାୟଗୁଡିକୁ ଏସ୍‍ଟି ତାଲିକାରେ ଅର୍ନ୍ତଭୁକ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲଢେଇ ସତ୍ତ୍ୱେ ଆଦିବାସୀ ବିରୋଧୀ ଆଭିମୁଖ୍ୟ ସହିତ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସମସ୍ତ ଉଦ୍ୟମକୁ ବାଧା ଦେଉଛି । ବିଜୁ ଜନତା ଦଳ ତରଫରୁ ଆମେ ଦାବି କରୁଛୁ ଯେ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଏହି ୧୬୯ଟି ପ୍ରସ୍ତାବକୁ ତୁରନ୍ତ ଅନୁମୋଦନ କରାଯାଉ ଏବଂ ଓଡିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ।

ଏହି ୧୬୯ ସମ୍ପ୍ରଦାୟ ବିଜେପି ଏବଂ ଏହାର ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଆଦିବାସୀ ବିରୋଧୀ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି ଏବଂ ସେମାନଙ୍କର ଦୋମୁହାଁ ନୀତିକୁ ଦେଖୁଛନ୍ତି ଯେଉଁଥିପାଇଁ ସେମାନଙ୍କୁ ସର୍ବଦା ଓଡିଶାରେ ପ୍ରତ୍ୟାଖ୍ୟାନ କରୁଛନ୍ତି । ଏଭଳି ଦୋମୁହାଁ ନୀତି ନିକଟରେ ଅନୁଷ୍ଠିତ ଜିଲ୍ଲା ପରିଷଦ ନିର୍ବାଚନରେ ସମସ୍ତ ୩୦ଟି ଜିଲ୍ଲାରେ ବିଜେପିକୁ ପରାସ୍ତ କରି ବିଜେଡିକୁ ବିଜୟୀ କରାଇଲା।

ଏହା କେବଳ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ଯିଏ ସର୍ବଦା ଆଦିବାସୀଙ୍କ ଅଧିକାର ପାଇଁ ଲଢୁଥିବାବେଳେ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ଏବଂ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଅପେକ୍ଷା କରିଥିବା ଆଦିବାସୀ ତଥା ସେହି ସମ୍ପ୍ରଦାୟ ପାଇଁ ସେମାନଙ୍କର କୌଣସି ଆନ୍ତରିକତା ନାହିଁ ।

ଆମେ ବିଜେଡି ପକ୍ଷରୁ ଦାବି କରୁଛୁ ଯେ ଏହି ୧୬୯ ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଉ ନଚେତ ବିଜେଡି ଏବଂ ଓଡିଶାର ଆଦିବାସୀ ସମ୍ପ୍ରଦାୟ ରାସ୍ତାରେ ଆସି ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ କରିବେ । କେନ୍ଦ୍ରର ଏଭଳି ଆଭିମୁଖ୍ୟ ଓଡିଶାର ଆଦିବାସୀ ତଥା ଓଡିଶାରେ ଏସ୍‌ଟି ତାଲିକାରେ ଅନ୍ତର୍ଭୂକ୍ତିକୁ ଅପେକ୍ଷା କରିଥିବା ୧୬୯ ସମ୍ପ୍ରଦାୟ ପ୍ରତି ଅସମ୍ମାନ ଏବଂ ନିରନ୍ତର ଅବହେଳା ବୋଲି ଶ୍ରୀ ମାଝି କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

BJD ପ୍ରଦୀପ ମାଝୀ ବିଜେଡି ବିଜେଡିରେ ପ୍ରଦୀପ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.