Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରେ ପଶିଲା ନୂଆ ରାଜନୈତିକ ଦଳ ବିଆରଏସ, ଯୋଗଦେଲେ ବହୁ ଓଡିଆ ନେତା
ଜାତୀୟ ଖବର

ଓଡିଶାରେ ପଶିଲା ନୂଆ ରାଜନୈତିକ ଦଳ ବିଆରଏସ, ଯୋଗଦେଲେ ବହୁ ଓଡିଆ ନେତା

January 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BRS
ଓଡିଶାରେ ପଶିଲା ନୂଆ ରାଜନୈତିକ ଦଳ ବିଆରଏସ, ଯୋଗଦେଲେ ବହୁ ଓଡିଆ ନେତା

ଭୁବନେଶ୍ବର: ଓଡିଶାର ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଉପରେ ବାକିଥିବା ବେଳେ ବର୍ତ୍ତମାନଠାରୁ ରାଜନୀତି ହଲଚଲ ହେଲାଣି। ଏଥର ଓଡିଶା ରାଜନୀତିରେ ପ୍ରବେଶ କରିଛି ଏକ ନୂଆ ଦଳ ବିଆରଏସ। ଏହା ହେଉଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା ପ୍ରତିଷ୍ଠିତ ଭାରତ ରାଷ୍ଟ୍ର ସମିତି ବା ବିଆରଏସ। ଏହି ଦଳ ଆଗାମୀ ନିର୍ବାଚନରେ ଲଢେଇ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ସେଥିପାଇଁ ଶୁକ୍ରବାର ଦିନ ହାଇଦ୍ରାବାଦରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଓଡିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ସହିତ ବହୁ ନେତା ବିଆରଏସ ରେ ସାମିଲ ହୋଇଛନ୍ତି। ସେମାନେ ହେଲେ ତାଙ୍କ ପୁତ୍ର ଶିଶିର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ, ପୂର୍ବତନ ବିଧାୟକ ନବୀନ ନନ୍ଦ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କୃଷକ ନେତା ଅକ୍ଷୟ କୁମାର ପ୍ରମୁଖ ଯୋଗଦେଇଛନ୍ତି।

ସେହିପରି ଏହି ଦଳରେ ରାମଚନ୍ଦ୍ର ହାଁସଦା, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ଚାଷୀ ନେତା ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମଧ୍ୟ ଯୋଗ ଦେଇଛନ୍ତି। ଓଡ଼ିଶାରୁ ପ୍ରାୟ ୩୦ ଜଣ ନେତା ବିଆରଏସରେ ସାମିଲ ହୋଇଛନ୍ତି। ଫଳରେ ଏହାକୁ ନେଇ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ଏହି ନେତାମାନେ ଭୁବନେଶ୍ବରରୁ ଯିବା ପାଇଁ କେସିଆର ବା କେ ଚନ୍ଦ୍ରଶେଖର ରାଓ ଏକ ସ୍ବତନ୍ତ୍ର ବିମାନ ପ୍ରେରଣ କରିଥିଲେ। ଏଥିରେ ପ୍ରାୟ ତିରିଶିରୁ ଅଧିକ ନେତା ଓଡିଶାରୁ ଯାଇଥିଲେ। ସେମାନଙ୍କୁ କେସିଆର ବିଧିବଧ ଭାବେ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳର ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ଏହି ନେତାମାନେ ଆଗାମୀ ଦିନରେ ଓଡିଶାରେ ଦଳକୁ ମଜବୁତ କରିବା ପାଇଁ କାମ ଆରମ୍ଭ କରିବେ।

ତେବେ ଏହି ଦଳ ଓଡିଶାରେ କେତେ ପ୍ରଭାବ ପକାଇବ ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହେଲାଣି। ବିଭିନ୍ନ ସମୀକ୍ଷକଙ୍କ ମତରେ ବିଆରଏସ ସାରା ଓଡିଶାରେ କୌଣସି ପ୍ରଭାବ ବିସ୍ତାର କରିପାରିବ ନାହିଁ। ହେଲେ ଦକ୍ଷିଣ ଓଡିଶାରେ ବିଶେଷ କରି ତେଲୁଗୁ ଭାଷାଭାଷୀ ଜିଲ୍ଲାରେ ଏହାର କିଛି ମାତ୍ରାରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।

BRS ଗିରିଧର ଗମାଙ୍ଗ ଭାରତ ରାଷ୍ଟ୍ର ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା: ଚାଳକ ମୃତ, ଅନ୍ୟ ୩ ଗୁରୁତର

February 28, 2026

ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ସେମାନଙ୍କ ନାମ ହେଲା

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026

୩ ଦାମୀ ମୋଟରସାଇକେଲ ଜବତ କଲା ବଡ଼ବଜାର ଥାନା ପୋଲିସ: ଲୁଟେରା ଗିରଫ

February 28, 2026
Latest News

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା: ଚାଳକ ମୃତ, ଅନ୍ୟ ୩ ଗୁରୁତର

February 28, 2026

ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ସେମାନଙ୍କ ନାମ ହେଲା

February 28, 2026

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026

୩ ଦାମୀ ମୋଟରସାଇକେଲ ଜବତ କଲା ବଡ଼ବଜାର ଥାନା ପୋଲିସ: ଲୁଟେରା ଗିରଫ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.