Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବର ଠାରେ ପିଏମ ଗତିଶକ୍ତି: ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଆୟୋଜିତ
ବିଶେଷ ଖବର

ଭୁବନେଶ୍ବର ଠାରେ ପିଏମ ଗତିଶକ୍ତି: ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଆୟୋଜିତ

February 16, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି (ବହୁମୁଖି ଯୋଗାଯୋଗ ନିମନ୍ତେ ଜାତୀୟ ମାଷ୍ଟର ପ୍ଲାନ) ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଭୁବନେଶ୍ବର ଠାରେ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଲଜିଷ୍ଟିକ୍ସ ହେଉଛି ଦେଶ ପାଇଁ ସବୁଠୁ ବଡ଼ ଆହ୍ବାନ। ପିଏମ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହାଦ୍ବାରା ପରିବହନ କ୍ଷେତ୍ରର ବିଭିନ୍ନ ବିଭାଗରେ ରହିଥିବା ବାଧକଗୁଡ଼ିକ ଦୂର କରିବାରେ ଦୀର୍ଘକାଳୀନ ଭିତ୍ତିରେ ସହାୟତା ମିଳିପାରିବ। ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ସହିତ ଏହା ସାରା ଦେଶରେ ବହୁ ପରିମାଣରେ ଖଣି ଓ ମାଲ ପରିବହନ ଦିଗରେ ସହାୟକ ହୋଇପାରିବ।

ଓଡ଼ିଶା ବିଷୟରେ ଉଲ୍ଲେଖ କରି ଶ୍ରୀ ମହାପାତ୍ର କହିଥିଲେ ଯେ, କେବଳ ଓଡ଼ିଶା ଦେଶର ୧୪ରୁ ୧୫ଟି ରାଜ୍ୟକୁ ତାପଜ କୋଇଲା ପରିବହନ କରୁଛି। ପୂର୍ବାଞ୍ଚଳ କ୍ଷେତ୍ରରେ ଲଜିଷ୍ଟିକ୍ସ ସୁବିଧାର ବିକାଶ ଆବଶ୍ୟକତା ଉପରେ ଆଲୋକପାତ କରି ଶ୍ରୀ ମହାପାତ୍ର କହିଥିଲେ ଯେ, ଏହି କ୍ଷେତ୍ର ଦେଶର ବିକାଶ ପାଇଁ ବାହକ ଶକ୍ତି ଭାବେ କାର୍ଯ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ, ସେ କହିଥିଲେ ଯେ, ଲଜିଷ୍ଟିକ୍ସ କ୍ଷେତ୍ରରେ ଦୃଢ଼ ଭବିଷ୍ୟୋନ୍ମୁଖି ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ନାଗେନ୍ଦ୍ର ନାଥ ସିହ୍ନା କହିଥିଲେ ଯେ, ଇସ୍ପାତ କ୍ଷେତ୍ର ପାଇଁ ଲଜିଷ୍ଟିକ୍ସ ଏକ ଜୀବନ ଓ ମୃତ୍ୟୁ ପରିସ୍ଥିତି ଭଳି। ଲଜିଷ୍ଟିକ୍ସର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରି ସେ କହିଥିଲେ ଯେ ଗୋଟିଏ ଟନ ଇସ୍ପାତ ଉତ୍ପାଦନ ଲାଗି ୪ ଟନ୍ ସାମଗ୍ରୀ ପରିବହନ କରିବାକୁ ପଡ଼ିଥାଏ। ତେଣୁ ୧୨୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲାଗି, ୬୦୦ ନିୟୁତ ଟନ ସାମଗ୍ରୀକୁ ସାରା ଦେଶରେ ପରିବହନ କରାଯିବାର ଆବଶ୍ୟକତା ରହିଛି। ଇସ୍ପାତ କ୍ଷେତ୍ରରେ ମୋଟ ଉତ୍ପାଦନ ଖର୍ଚ୍ଚର ପ୍ରାୟ ୨୮ ପ୍ରତିଶତ ଲଜିଷ୍ଟିକ୍ସ ବାବଦରେ ଖର୍ଚ୍ଚ ହୋଇଥାଏ। ଯଦି ଆମକୁ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାର ଆବଶ୍ୟକତା ରହିଛି, ଆମକୁ ଲଜିଷ୍ଟିକ୍ସ ଖର୍ଚ୍ଚ ମଧ୍ୟ କମାଇବାକୁ ପଡ଼ିବ, ଯାହାକି ପିଏମ ଗତିଶକ୍ତି ଯୋଜନାରେ ମଧ୍ୟ ପରିକଳ୍ପନା କରାଯାଇଛି ।

ଶ୍ରୀ ସିହ୍ନା କହିଥିଲେ ଯେ, ରେଳ, ସଡ଼କ ଓ ଜଳପଥ ଭଳି ବର୍ତ୍ତମାନର ପରିବହନ ମାଧ୍ୟମ ବ୍ୟତୀତ ଲଜିଷ୍ଟିକ୍ସ ସହାୟତାର ନୂଆ ମାଧ୍ୟମ ଓ ଢାଞ୍ଚା ବିଷୟରେ ଆମକୁ ଚିନ୍ତା କରିବାକୁ ହେବ ଯାହାଫଳରେ ଏହାର ଖର୍ଚ୍ଚ ହ୍ରାସ ପାଇବ। ଖର୍ଚ୍ଚ କମେଇବା ଓ ଦକ୍ଷତାରେ ସୁଧାର ଆଣିବା ଲାଗି ସାମଗ୍ରୀ ପରିବହନର ସଠିକ ମାଧ୍ୟମ ଉପରେ ସେ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ର ଇସ୍ପାତ ସଚିବ କହିଥିଲେ ଯେ, ବିକଶିତ ରାଷ୍ଟ୍ରରେ ମୁଣ୍ଡପିଛା ଇସ୍ପାତ ଉପଯୋଗ ୭୦୦ କିଲୋଗ୍ରାମ ଥିବା ବେଳେ ଭାରତରେ ଏହା ୮୦ କିଲୋଗ୍ରାମ ରହିଛି। ଭାରତ ମଧ୍ୟମ ମାନ୍ୟତାପ୍ରାପ୍ତ ଦେଶରେ ସାମିଲ ହେଲେ ଲଜିଷ୍ଟିକ୍ସର ଚାହିଦା ବୃଦ୍ଧି ପାଇବ। ତେଣୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଜରୁରି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ଏମ ନାଗରାଜୁ କହିଥିଲେ ଯେ, ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ ନିହିତ ରହିଥିବା ସମନ୍ବୟ ଦୃଷ୍ଟିକୋଣ ଉତ୍ପାଦନ କ୍ଷମତା ବଢ଼ାଇବ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ। ଏଥିସହିତ ଭିତ୍ତିଭୂମି ନିର୍ମାଣରେ ବର୍ଜ୍ୟବସ୍ତୁ ପରିମାଣ ମଧ୍ୟ ହ୍ରାସ କରିବ। ଆଜିର ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଚାରିଟି ରାଜ୍ୟରେ ପ୍ରାକୃତିକ ସମ୍ବଳ ଭର୍ତ୍ତି ହୋଇ ରହିଛି ବୋଲି ଶ୍ରୀ ନାଗରାଜୁ କହିଥିଲେ। ସେ ଆହୁରି କହିଥିଲେ ଯେ, ଦେଶର ଶିଳ୍ପ ବିକାଶରେ ଏହିସବୁ ରାଜ୍ୟ ଦୃଢ଼ ମୂଳଦୁଆ ନିର୍ମାଣ କରିବାରେ ସହାୟକ ହୋଇପାରିବେ। ବସ୍ତୁ ଓ ସାମଗ୍ରୀର ବାଧାମୁକ୍ତ ଓ ବ୍ୟୟସାପେକ୍ଷ ପରିବହନ ସୁନିଶ୍ଚିତ କରିବା ଲାଗି ଏସବୁ ରାଜ୍ୟରେ ଏକ ବ୍ୟବସ୍ଥିତ ଲଜିଷ୍ଟିକସ ନୀତି ବିଶେଷ ସହାୟକ ହୋଇପାରିବ।

ଝାଡ଼ଖଣ୍ଡ ସରକାରଙ୍କ ଖଣି ସଚିବ ଅବୁବାକର ସିଦ୍ଦିକି ପି, ଏନଏଲସିଆଇଏଲର ଅଧ୍ୟକ୍ଷ ପ୍ରସନ୍ନ କୁମାର ମୋଟୁପଲ୍ଲୀ ମଧ୍ୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ‘ପୂର୍ବାଞ୍ଚଳରେ ଭିତ୍ତିଭୂମି ବିକାଶ’ ଉପରେ ୧୦ ଜଣ ସିଇଓଙ୍କୁ ନେଇ ଏକ ମତବିନିମୟ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।

ଦେଶରେ ସମନ୍ବିତ ଭିତ୍ତିଭୂମି ବିକାଶ ପାଇଁ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ କମେଇବା ଲାଗି ଏକ ପରିବର୍ତ୍ତନକାରୀ ଆଭିମୁଖ୍ୟ ନେଇ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ଭିତ୍ତିଭୂମି ଯୋଗାଯୋଗ ପ୍ରକଳ୍ପର ଏକୀକୃତ ଯୋଜନା ପ୍ରସ୍ତୁତି ଓ ସମନ୍ବିତ କାର୍ଯ୍ୟକାରିତା ନିମନ୍ତେ ବିଭିନ୍ନ ମନ୍ତ୍ରଣାଳୟ/ରାଜ୍ୟ/ବିଭାଗ/ଉଦ୍ୟୋଗକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହାର ଉଦ୍ଦେଶ୍ୟ।

ଜାତୀୟ ଲିଜିଷ୍ଟିକ୍ସ ନୀତିର ବିଭିନ୍ନ ଉପାଦାନକୁ ଗଭୀର ଭାବେ ବୁଝିବା ଲାଗି ସବୁ ଅଂଶୀଦାରମାନଙ୍କୁ ପୂର୍ବ ଜୋନ ସମ୍ମିଳନୀ ଏକ ସୁଯୋଗ ଆଣି ଦେଇଛି।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଠାରେ ପିଏମ୍‌ ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ ନୀତି ଉପରେ ପୂର୍ବ କ୍ଷେତ୍ର ସମ୍ମିଳନୀ ଆୟୋଜିତ ହେଉଛି। ଆସନ୍ତା ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଆଦି ପୂର୍ବ କ୍ଷେତ୍ରୀୟ ରାଜ୍ୟରେ ମୌଳିକ ଭିତ୍ତିଭୂମି ବିକାଶ ନିମନ୍ତେ ଏକୀକୃତ ଯୋଜନା ପ୍ରସ୍ତୁତ କରିବା ଲାଗି ଆପୋସ ସମନ୍ବୟ ବଢ଼ାଇବା।

ଏହି ସମ୍ମିଳନୀରେ ପୂର୍ବ କ୍ଷେତ୍ରର ରାଜ୍ୟ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଯଥା କୋଇଲା, ଡିପିଆଇଆଇଟି, ରେଳବାଇ, ବିଦ୍ୟୁତ, ଇସ୍ପାତ, ସାର ଓ ରସାୟନ, ସଡ଼କ ପରିବହନ ମନ୍ତ୍ରଣାଳୟ, ଜାହାଜ ଚଳାଚଳ ଓ ଜଳମାର୍ଗ ସମେତ ପୂର୍ବ କ୍ଷେତ୍ରର ଉଦ୍ୟୋଗ ଜଗତର ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।

ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଓଡିଶା ସରକାର କୋଇଲା ମନ୍ତ୍ରଣାଳୟ ନରେନ୍ଦ୍ର ମୋଦୀ ପିଏମ ଗତିଶକ୍ତି ଭାରତ ସରକାର ସୁରେଶ ଚନ୍ଦ୍ର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.