Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାର ଦୁଇ ଜିଲ୍ଲାପାଳଙ୍କର ହେବ ଦ୍ବିତୀୟ ବିବାହ, ସେମାନେ ଆଗରୁ କାହାକୁ ବାହା ହୋଇଥିଲେ?
ବିଶେଷ ଖବର

ଓଡିଶାର ଦୁଇ ଜିଲ୍ଲାପାଳଙ୍କର ହେବ ଦ୍ବିତୀୟ ବିବାହ, ସେମାନେ ଆଗରୁ କାହାକୁ ବାହା ହୋଇଥିଲେ?

February 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ananya
ଓଡିଶାର ଦୁଇ ଜିଲ୍ଲାପାଳଙ୍କର ହେବ ଦ୍ବିତୀୟ ବିବାହ, ସେମାନେ ଆଗରୁ କାହାକୁ ବାହା ହୋଇଥିଲେ?

ଭୁବନେଶ୍ବର: ଓଡିଶାର ଦୁଇଜଣ ଜିଲ୍ଲାପାଳଙ୍କ ମଧ୍ୟରେ ହେବ ଦ୍ବିତୀୟ ବିବାହ। ଉଭୟ ପୂର୍ବରୁ ବିବାହ କରିଥିଲେ। ସେମାନଙ୍କୁ ଛାଡିବା ପରେ ବର୍ତ୍ତମାନ ଏହି ଦୁଇଜଣ ନୂଆ ସଂସାର ଆରମ୍ଭ କରିବେ। ସେମାନେ ହେଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା।

ଉଭୟଙ୍କର ଗତକାଲି ରାତିରେ ନିରାଡମ୍ବର ଭାବେ ସମ୍ବଲପୁରରେ ନିର୍ବନ୍ଧ ସରିଛି। ସେଥିପାଇଁ ବଲାଙ୍ଗୀରରୁ ପୁରା ପରିବାର ସହିତ ଚଞ୍ଚଳ ରାଣା ଗୋଟିଏ ଦିନ ପୂର୍ବରୁ ସମ୍ବଲପୁରରେ ଥିଲେ। ଏଥିରେ ଖୁବ କମ ସଂଖ୍ୟକ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେହେତୁ ଉଭୟଙ୍କର ଦ୍ବିତୀୟ ବିବାହ ସେଥିପାଇଁ କୌଣସି ଆଡମ୍ବର କରାଯାଇ ନ ଥିଲା।

ଉଭୟ ଚଞ୍ଚଳ ଏବଂ ଅନନ୍ୟା ହେଉଛନ୍ତି ଓଡିଶା କ୍ୟାଡରର। ଅନନ୍ୟାଙ୍କର ଘର ଆସାମ ହୋଇଥିବା ବେଳେ ଚଞ୍ଚଳଙ୍କର ଘର ହେଉଛି ପଶ୍ଚିମବଂଗ। ହେଲେ ଚଞ୍ଚଳଙ୍କର ପାଠପଢା ସବୁ ଓଡିଶାରେ ହୋଇଛି। ଚଞ୍ଚଳ 2014 ବ୍ୟାଚ ଆଇଏଏସ ହୋଇଥିବା ବେଳେ ଅନନ୍ୟା ହେଉଛନ୍ତି 2015 ବ୍ୟାଚ।

ତେବେ ଉଭୟ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଉ ଆଶ୍ଚର୍ଯ୍ୟର କଥା ସେମାନେ ମଧ୍ୟ ଓଡିଶା କ୍ୟାଡରର ଏବଂ ସେମାନେ ମଧ୍ୟ ଓଡିଶାର ଜିଲ୍ଲାପାଳ ଅଛନ୍ତି। ଚଞ୍ଚଳ ରାଣା ପୂର୍ବରୁ ସ୍ବାଧ ଦେବ ସିଂଙ୍କୁ ବିବାହ କରିଥିଲେ। ସ୍ବାଧ ବର୍ତ୍ତମାନ ରାୟଗଡା ଜିଲ୍ଲାପାଳ ଅଛନ୍ତି। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁ ସେ ବିବାହ ବେଶୀ ଦିନ ତିଷ୍ଠି ରହିପାରିଲା ନାହିଁ।

ସେହିପରି ଅନନ୍ୟା ମଧ୍ୟ ଆଉ ଜଣେ ଆଇଏଏସଙ୍କୁ ବିବାହ କରିଥିଲେ। ତାଙ୍କ ନାମ ହେଉଛି ଅବଦଲ ଏମ ଅଖତର। ଅଖତର ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଅଛନ୍ତି। ଏମାନଙ୍କର ମଧ୍ୟ ସେହି ସମାନ କଥା। ଉଭୟଙ୍କ ମଧ୍ୟରେ ଠିକ ତାଳମେଳ ରହିଲା ନାହିଁ, ଫଳରେ ଉଭୟ ଛାଡପତ୍ର ଦେଇଥିଲେ।

ଅନନ୍ୟା ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026
Latest News

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.