Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ, ବିଜେଡିର ବଡକୁହା ନେତାଙ୍କ ଲାଗି ସ୍ପଷ୍ଟ ବାର୍ତ୍ତା- ନବୀନ ହିଁ ସବୁକିଛି !
ବିଶେଷ ଖବର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ, ବିଜେଡିର ବଡକୁହା ନେତାଙ୍କ ଲାଗି ସ୍ପଷ୍ଟ ବାର୍ତ୍ତା- ନବୀନ ହିଁ ସବୁକିଛି !

May 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଅନେକଙ୍କର ହୁଏତ ମନେଥିବ, ବିଜୁ ପଟ୍ଟନାୟକ ଯେତେବେଳେ ୨୭ ବର୍ଷର ବ୍ୟବଧାନ ପରେ ୫, ମାର୍ଚ୍ଚ, ୧୯୯୦ ରେ  ଦ୍ଵିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ସେ ଥିଲେ ତାଙ୍କ ମନ୍ତ୍ରୀ ପରିଷଦର ଏକମାତ୍ର ସଦସ୍ୟ। ସେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ, ଆପଣ ମନ୍ତ୍ରୀମଣ୍ଡଳ କେବେ ଗଢିବେ। ପରିହାସପ୍ରିୟ ବିଜୁ ବାବୁ ରସିକତା କରି କହିଥିଲେ- କାଇଁ, ମୁଁ କଣ ଏକାକୀ ଯଥେଷ୍ଟ ନୁହଁ! ବିଜୁ ବାବୁଙ୍କ ଅବର୍ତ୍ତମାନରେ ତାଙ୍କ ପୁଅ ନବୀନ ପଟ୍ଟନାୟକ ଆଉ ଏକ ଇତିହାସ ରଚନା କରିଛନ୍ତି। ୧୯୯୦ ରୁ ଲଗାତାର ପାଞ୍ଚଟି ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରି ନବୀନ ବାବୁ ସରକାର ଗଢି ଆସୁଛନ୍ତି। ଆଜି ପଞ୍ଚମଥର ଲାଗି ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ପୁଣିଥରେ ଶପଥ ନେଉଛନ୍ତି। ତାଙ୍କ ସହିତ ୨୧ ଜଣିଆ ମନ୍ତ୍ରୀମଣ୍ଡଳ ମଧ୍ୟ ଆଜି ଶପଥ ନେଉଛି। ତେବେ ବିଜୁ ବାବୁଙ୍କ ପରି ନବୀନ ହୁଏତ ଏକାକୀ ଶପଥ ନେଉନାହାନ୍ତି, କିନ୍ତୁ ତାଙ୍କ କ୍ୟାବିନେଟ ସଂରଚନା ରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏଥିରେ ନବୀନ ହିଁ ସବୁକିଛି। କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କର୨୦ ଜଣ ଯାକ ସହଯୋଗୀ ତାଙ୍କର ଛାୟା ମାତ୍ର। ପଞ୍ଚମ ପାଳିରେ ୧୧୨ ଟି ଆସନ ଜିଣିଥିବା ନବୀନ ଅତ୍ୟନ୍ତ ଆତ୍ମବିଶ୍ବାସର ସହିତ ନୂଆ ମନ୍ତ୍ରୀମଣ୍ଡଳ ବାଛିଛନ୍ତି। ଅନେକ ପୁରୁଣା ସହଯୋଗୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି। ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ସୂର୍ୟ ନାରାୟଣ ପାତ୍ର, ଉଷା ଦେବୀ, ପ୍ରଦୀପ ମହାରଥୀ, ବଦ୍ରି ନାରାୟଣ ପାତ୍ରଙ୍କ ପରି ପୁରୁଖା ମନ୍ତ୍ରୀଙ୍କୁ (ଏମାନେ ସମସ୍ତେ ପୁନଃ ନିର୍ବାଚିତ ହୋଇଥିବା ସତ୍ତ୍ୱେ) ନୂଆ ମନ୍ତ୍ରୀ ତାଲିକାରୁ ବାଦ ଦିଆ ଯାଇଛି।

ବିଜେଡ଼ିର ବହୁ ତୁଙ୍ଗ ନେତା ଓ ପୂର୍ବତନ ମନ୍ତ୍ରୀଙ୍କ ନୂଆ ମନ୍ତ୍ରୀ ହେବାର ଆଶା ପାଣି ଫାଟି ଯାଇଛି। ବାଚସ୍ପତି ପ୍ରଦୀପ କୁମାର ଅମାତ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଶାରଦା ନାୟକ, ସୁବ୍ରତ ତରାଇ, ଭୂପିନ୍ଦର ସିଂ, ରୋହିତ ପୂଜାରୀ, ବିଷ୍ଣୁ ଦାସ, ଅରବିନ୍ଦ ଢାଲି ପ୍ରମୁଖ ଏଥର ନିରାଶ ହୋଇଛନ୍ତି। ଏପରିକି ରାଜ୍ୟସଭା ପଦ ଛାଡି ବିଧାନସଭା ନିର୍ବାଚନ ଲଢିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କୁ ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟ ସହଯୋଗୀ ହେବାର ସୁଯୋଗ ଦେଇନାହାନ୍ତି। ସୂର୍ୟ ପାତ୍ରଙ୍କୁ ବାଚସ୍ପତି ଦାୟିତ୍ଵ ଦେବାକୁ ସ୍ଥିର କରାଯାଇଛି। ପ୍ରମିଳା ମଲ୍ଲିକ ବିଜେଡ଼ିର ମୁଖ୍ୟ ସଚେତକ ଦାୟିତ୍ଵ ତୁଲାଇବେ।

ନୂଆ ମନ୍ତ୍ରୀମଣ୍ଡଳରେ ବହୁ ବର୍ଷ ପରେ ନବୀନଙ୍କ ଆସ୍ଥା ପାଇ ଫେରିଛନ୍ତି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଏକଦା ପ୍ୟାରୀମୋହନ ମହାପାତ୍ରଙ୍କ ସହିତ ମନାନ୍ତର ପରେ ରାଜା ସ୍ଵାଇଁ ଏକ ପ୍ରକାର କ୍ଷମତା ଠାରୁ ନିର୍ବାସିତ ଥିଲେ। ଏଥର ତାଙ୍କୁ ମନ୍ତ୍ରୀ ପଦ ମିଳିଛି। ଗତ ମନ୍ତ୍ରୀମଣ୍ଡଳରେ ସଦସ୍ୟଥିବା  ପ୍ରତାପ ଜେନା, ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ଅଶୋକ ଚନ୍ଦ୍ର ପଣ୍ଡା ଓ ବିକ୍ରମ କେଶରୀ ଆରୁଖ  ନିଜ ପଦ ବଜାୟ ରଖିଛନ୍ତି। ତା ପୂର୍ବରୁ ମନ୍ତ୍ରୀ ଥିବା ଅରୁଣ କୁମାର ସାହୁ, ପଦ୍ମନାଭ ବେହେରା  ଓ ସୁଦାମ ମାରାଣ୍ଡି ମଧ୍ୟ ମନ୍ତ୍ରୀ ମଣ୍ଡଳକୁ ଫେରିଛନ୍ତି। ପ୍ରଥମ ଥର ଲାଗି କ୍ୟାବିନେଟ ମନ୍ତ୍ରୀ ଭାବରେ ନବ କିଶୋର ଦାସ ଓ ଶ୍ରୀମତୀ ଟୁକୁନି ସାହୁଙ୍କୁ ସୁଯୋଗ ମିଳିଛି। ରାଷ୍ଟ୍ରମନ୍ତ୍ରୀ ଭାବରେ ଦିବ୍ୟ ଶଙ୍କର ମିଶ୍ର, ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରା, ପ୍ରେମାନନ୍ଦ ନାୟକ, ପଦ୍ମିନୀ ଦିଆନ, ଜଗନ୍ନାଥ ସାରକା, ରଘୁନନ୍ଦନ ଦାସ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଶପଥ ନେଉଛନ୍ତି।

ଶ୍ରୀମତୀ ଟୁକୁନି ସାହୁଙ୍କୁ କ୍ୟାବିନେଟ ମନ୍ତ୍ରୀ କରି ବିଜେଡି ମୁଖିଆ ବଲାଙ୍ଗୀର ରାଜ ପରିବାରକୁ ଅତ୍ୟନ୍ତ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ବଲାଙ୍ଗୀର ବିଜେଡିରେ ରାଜ ପରିବାରର ବିକଳ୍ପ ଭାବେ ଟୁକୁନି ସାହୁଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛନ୍ତି। ଜଗତସିଂପୁର ରେ ପାରମ୍ପରିକ ପ୍ରତିଯୋଗୀ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲିଙ୍କୁ ଅଣଦେଖା କରି ଦାମୋଦର ରାଉତଙ୍କୁ ହରାଇଥିବା ନବାଗତ ରଘୁନନ୍ଦନ ଦାସଙ୍କୁ ମନ୍ତ୍ରୀ କରିବା ପଛରେ ମଧ୍ୟ ଗୋଟେ ସ୍ପଷ୍ଟ ରାଜନୈତିକ ବାର୍ତ୍ତା ରହିଛି। ଗୋଷ୍ଠୀ କନ୍ଦଳ, ବିବାଦ ଓ ବେପରୁଆ ମନୋଭାବ ରଖୁଥିବା ନେତାଙ୍କୁ ସିଧା ସିଧା ନବୀନ ନିଜ ଟିମରେ ରଖିବାକୁ ମନା କରିଦେଇଛନ୍ତି। ପୁରୀ ଜିଲ୍ଲାରେ ମହେଶ୍ଵର ମହାନ୍ତି ଓ ସଞ୍ଜୟ ଦାସ ବର୍ମାଙ୍କ ପରାଜୟ ଓ ପ୍ରଦୀପ ମହାରଥିଙ୍କ ବିବାଦ ପରେ ସମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରାଙ୍କୁ ନୂଆ ଦାୟିତ୍ଵ ମିଳିଛି।ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଏଥର ପଶ୍ଚିମ ଓଡିଶାର ଭାଗ ଟିକେ ବେଶୀ। ପଶ୍ଚିମ ଓଡିଶାରୁ ପାଞ୍ଚ ଜଣ କ୍ୟାବିନେଟ ଓ ଜଣେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀଙ୍କୁ ନିଆ ଯାଇଛି। ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଅବିଭକ୍ତ କଟକ ଓ ଗଞ୍ଜାମ ଜିଲ୍ଲାର ଯେଉଁ ପ୍ରଭାବ ରହୁଥିଲା ଏଥର ତାହା ଅନେକଟା ହ୍ରାସ ପାଇଛି। ତେବେ ପୂର୍ବ ପରି ମନ୍ତ୍ରୀ ମଣ୍ଡଳରେ ଆଦିବାସୀ ଓ ମହିଳାଙ୍କ ପ୍ରତିନିଧିତ୍ଵ କମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ମହିଳା ସପକ୍ଷବାଦୀ ନୀତି ଅନୁସାରେ ଅତି କମରେ ୪/୫ ମହିଳା ବିଧାୟିକା ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଥିଲା। ଆଦିବାସୀ ନେତୃତ୍ବକୁ ମଧ୍ୟ ଟିକେ ଅଧିକ ସ୍ଥାନ ମିଳିବା ଉଚିତ ହୋଇଥାନ୍ତା।

ତେବେ ଯିଏ ବି ମନ୍ତ୍ରୀ ହେଉ, ନବୀନଙ୍କ ବିରାଟ ବରଗଛ ତଳେ, ସେମାନେ ତାଙ୍କ ଛାଇର ଅଂଶ ବା ଅତି ବେଶୀରେ ଓହଳ ହିଁ ହୋଇ ପାରିବେ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାପରେ ନବୀନ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାଦ ଦେଇଥିବା ଅନେକ ଅସନ୍ତୁଷ୍ଟ ନେତା ଅବଶ୍ୟ ରହିବେ। ହେଲେ ସେମାନେ ନିଜ ଅସନ୍ତୋଷକୁ ଚାପିବାକୁ ବାଧ୍ୟ ହେବେ। ପୂର୍ବରୁ ଅସନ୍ତୁଷ୍ଟ ହୋଇ ବିଜେଡି ନେତାମାନଙ୍କ ଅବସ୍ଥା ଦେଖି ଆଜିର ପରିସ୍ଥିତିରେ ଆଉ କେହି ଯେ ଅସନ୍ତୁଷ୍ଟ ହେବାକୁ ସାହସ କରିବ, ସେ ସମ୍ଭାବନା ଆଜି ଅବଶ୍ୟ ନାହିଁ।

atanusabyasachi BJD naveen
Share. Facebook Twitter LinkedIn Email WhatsApp Copy Link

Related Posts

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026

ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ବିକଶିତ କରୁଛି ଭାରତ: ଆଶ୍ଚର୍ଯ୍ୟ କରିବ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ

September 28, 2026

ଦେଶର ପ୍ରଥମ ଏଲ୍‌ଏନ୍‌ଜି ଚାଳିତ ଟ୍ରେନର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

September 28, 2026

ମହାନଦୀରେ ପୁଣି ବନ୍ୟା: ମୁଣ୍ଡଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ, ୫ ଜିଲ୍ଲାକୁ ସତର୍କତା ଜାରି

September 27, 2026
Latest News

ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ଯୋଜନାକୁ ପ୍ରଶଂସା କଲେ ବିଜେପି ନେତା: କିନ୍ତୁ ଦୁର୍ନୀତିକୁ ନେଇ କଲେ ଆଶଙ୍କା

September 28, 2026

୭ ହଜାର ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 28, 2026

ଉଜ୍ଜୈନ ଶାହି ମସଜିଦ ଉଚ୍ଛେଦକୁ ନେଇ ପଥରମାଡ଼: ପୋଲିସ ଗୁରୁତର, ୫ ଗିରଫ

September 28, 2026

ଯୌତୁକ ପାଇଁ ନବବଧୂଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

September 28, 2026

ବିଜେଡିର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ପ୍ରସ୍ତାବ ନଦେଇ ବିରୋଧ କରିବା ଦାୟିତ୍ୱହୀନତା ବୋଲି ମନମୋହନ ସାମଲଙ୍କ କଟାକ୍ଷ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.