Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ଅଭିଯୁକ୍ତ ସହ ନରସିଂହ ଓ କେଭିଙ୍କ ଫଟୋ ଦେଖାଇ କଟାକ୍ଷ କଲେ ଅରୁଣ ସାହୁ
ବିଶେଷ ଖବର

ମୁଖ୍ୟ ଅଭିଯୁକ୍ତ ସହ ନରସିଂହ ଓ କେଭିଙ୍କ ଫଟୋ ଦେଖାଇ କଟାକ୍ଷ କଲେ ଅରୁଣ ସାହୁ

March 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜାଲ୍ ସାର୍ଟିଫିକେଟ୍ ମାମଲାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ସହିତ ଫଟୋ ଦେଖାଇ ବିଜେଡି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବିଜେପି ଓ କଂଗ୍ରେସ ନେତାମାନେ ଆଜି ନିଜ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତ ସହିତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ବିଜେପିର ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଫଟୋ ଦେଖାଇବା ସହ ଏଭଳି ଦୁଇ ବିରୋଧୀଦଳକୁ କଟାକ୍ଷ କରିଛନ୍ତି। ନରସିଂହ ମିଶ୍ରଙ୍କ ଭଳି ଜଣେ ସମ୍ମାନାସ୍ପଦ ବରିଷ୍ଠ ନେତା ଏଭଳି ନିମ୍ନ ମାନର ଫଟୋ ରାଜନୀତି କରୁଥିବାରୁ ସେ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

ଶ୍ରୀ ସାହୁ କହିଛନ୍ତି ଯେ ଜାଲ୍ ସାର୍ଟିଫିକେଟ ମାମଲା ପଦାକୁ ଆସିବା ପରେ ଓଡ଼ିଶା ପୁଲିସ ଏହାର ଜୋରଦାର ତନାଘନା କରୁଛି। ତଦନ୍ତରୁ ଯିଏ ଦୋଷୀ ବାହାରିବ, କୋଠର ଦଣ୍ଡ ପାଇବ। ମାତ୍ର ଏଭଳି ଏକ ମାମଲାକୁ ନେଇ ବିରୋଧୀ ଦଳର ବିଧାୟକମାନେ ଶସ୍ତା ଫଟୋ ରାଜନୀତି କରୁଛନ୍ତି। ଗତକାଲି ବିଧାନସଭାରେ ସେମାନେ ମୁଖ୍ୟ ଅଭିଯୁକ୍ତ ସହ ଜଣେ ବରିଷ୍ଠ ବିଜେଡି ନେତାଙ୍କ ଫଟୋ ଦେଖାଇଥିଲେ। ଆଜି ମୁଁ ସେହି ଅଭିଯୁକ୍ତ ସହିତ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେପି ନେତା କେ.ଭି. ସିଂଦେଓଙ୍କ ଫଟୋ ଦେଖାଉଛି। ନରସିଂହ ବାବୁ ଅଭିଯୁକ୍ତର ବିଭିନ୍ନ କାର‌୍ୟ୍ୟକ୍ରମରେ ବାରମ୍ବାର ଯୋଗ ଦେଇଛନ୍ତି। ଉଭୟ ଗୋଟିଏ ମହମବତୀ ଧରି ଦୀପ ଜାଳୁଛନ୍ତି। ଏହା ବ୍ୟତୀତ ମୁକେଶ ମହାଲିଙ୍ଗ ଭଳି ଆହୁରି କେତେଜଣ ବିଜେପି ବିଧାୟକଙ୍କ ସହ ମଧ୍ୟ ଅଭିଯୁକ୍ତର ଲିଙ୍କ୍ ରହିଛି। ଏହିସବୁ ନେତାମାନଙ୍କ ମାଳମାଳ ଫଟୋ ଓ ଭିଡିଓ ବଜାରରେ ଘୂରି ବୁଲୁଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଅଭିଯୁକ୍ତ ସହିତ ସେମାନଙ୍କର ଯେଉଁ ନିବିଡ଼ ସଂପର୍କ ରହିଛି, ତଦନ୍ତରୁ କାଳେ ତାହା ପଦାକୁ ଆସିଯିବ ସେହି ଭୟରେ ସେମାନେ ଟାଣିଓଟାରି ବିଜେଡି ନେତାଙ୍କ ନାଁ ନେଉଛନ୍ତି ଏବଂ ଏଭଳି ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ କେହି ଭୁଲ୍ କଲେ ଆମ ମୁଖ୍ୟମନ୍ତ୍ରୀ ବରଦାସ୍ତ କରନ୍ତି ନାହିଁ। ନିରପେକ୍ଷ ତଦନ୍ତ କରିବା ସହ ଦୋଷୀକୁ ଦଣ୍ଡ ଦିଅନ୍ତି। ତେଣୁ ଏହି ମାମଲାରେ ମଧ୍ୟ ତଦନ୍ତ ଚାଲିଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ କଡ଼ା କାର‌୍ୟ୍ୟାନୁଷ୍ଠାନ ହେବ।

ଅରୁଣ ସାହୁ କଂଗ୍ରେସ କନକବର୍ଦ୍ଧନ ସିଂହଦେଓ ନରସିଂହ ମିଶ୍ର ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.