Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ପରେ…
ବିଶେଷ ଖବର

ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ପରେ…

November 30, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

ଶେଷରେ ଯାହା ଆଶା କରାଯାଉଥିଲା, ତାହା ହିଁ ଘଟିଲା। ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ ଇସ୍ତଫା ଦେଇଛନ୍ତି। ଗତ ଦୁଇ ବର୍ଷ ଧରି ଏହି ଦୁଇ ବରିଷ୍ଠ ନେତାଙ୍କୁ ବିଜେପିର ଦଳୀୟ ଫୋରମ୍ ରେ ପ୍ରାୟତଃ ଅଣଦେଖା କରାଯାଉଥିଲା। ୨୦୧୫ କନ୍ଧମାଳ ଉପନିର୍ବାଚନ ପରଠୁ ବିଜୟ ମହାପାତ୍ରଙ୍କୁ ବିଜେପି ଭିତରେ ବିଶେଷ କିଛି ଭୂମିକା ଦିଆ ଯାଉନଥିଲା। ବିଜୟ ତାଙ୍କର ନିଜସ୍ଵ ସଂଗଠନ ଓ ପରିଚାଳନାଗତ ଦକ୍ଷତାର ପ୍ରମାଣ ଦେଇ କନ୍ଧମାଳରେ ବିଜେପିକୁ ଦ୍ଵିତୀୟ ସ୍ଥାନକୁ ଆଣିଥିଲେ ମଧ୍ୟ, ତାଙ୍କୁ ପରବର୍ତ୍ତୀ ସମୟରେ ଦଳ ଭିତରେ ଉପେକ୍ଷା ଓ ଅପମାନ ସହିବାକୁ ପଡ଼ୁଥିଲା। ବାସ୍ତବ ଦୃଷ୍ଟିରୁ ଦେଖିଲେ କେବଳ ବିଜୟ ଓ ଦିଲ୍ଲୀପ ନୁହନ୍ତି, ଅନ୍ୟ ଦଳରୁ ବିଜେପିକୁ ଯାଇଥିବା ସବୁ ନେତାଙ୍କ ଅବସ୍ଥା ବିଜେପି ଭିତରେ ପ୍ରାୟ ସମାନ। ବିଜେପି ଏବେ ମଧ୍ୟ ଦଳର ଆଭ୍ୟନ୍ତରୀଣ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କ୍ୟାଡରଙ୍କୁ ଗୁରୁତ୍ଵ ଦେଇଥାଏ ଓ ବାହାରୁ ଆସୁଥିବା ନେତାମାନେ ଏ ଦଳରେ କେବଳ ଅତିଥି ପକ୍ଷୀ। ସେମାନଙ୍କୁ କେବଳ ମିଶ୍ରଣ ପର୍ବ ଦିନ ଫୁଲ ତୋଡ଼ା ଦେଇ ବାକି ସମୟରେ ଅନ୍ଧାରକୁ ଠେଲି ଦେବାର ପରମ୍ପରା ବିଜେପିର ରହିଛି। ରାଜ୍ୟର ବରିଷ୍ଠ ଆଦିବାସୀ ନେତା ତଥା  ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏହାର ଏକ ବଡ଼ ଉଦାହରଣ। ଗିରିଧର ଏବେ ବିଜେପିର କେଉଁ ଧାଡ଼ିରେ ବସୁଛନ୍ତି, ସେକଥା ଜଣା ବି ପଡ଼ୁନାହିଁ। ଅଥଚ ସେ ଥିଲେ କଂଗ୍ରେସର ଆଗ ଧାଡ଼ିର ନେତା। ବିଜୟ ଓ ଦିଲ୍ଲୀପଙ୍କ କ୍ଷେତ୍ରରେ ସେଇ ସମାନ କଥା ଘଟିଛି।

ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଓଡ଼ିଶା ରାଜନୀତିରେ ଗତ ପଇଁତିରିଶ ବର୍ଷ ଧରି ପ୍ରଭାବଶାଳୀ ଭୂମିକା ନେଇ ଆସିଛନ୍ତି। ଉଭୟ ନେତା ବିଜୁ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ ଓ ଓଡ଼ିଶାରେ ଅଣକଂଗ୍ରେସ ରାଜନୀତିକୁ ପ୍ରତିଷ୍ଠା ଦେବାରେ ଉଭୟଙ୍କର ବଡ଼ ଭୂମିକା ରହି ଆସିଥିଲା। ବିଜୁ ଜନତା ଦଳର ଗଠନ ଓ ବିଜେପି ସହ ବିଜେଡିର ସମନ୍ଵୟ କ୍ଷେତ୍ରରେ ମଧ୍ୟ ଏମାନଙ୍କର ଭୂମିକା ରହିଥିଲା। ଆଜି ମଧ୍ୟ ଉଭୟଙ୍କର ନିଜସ୍ଵ ଜନାଧାର ରହିଛି ଓ ରାଜନୈତିକ ସଂଗଠନ ତିଆରି କରିବାରେ ସେମାନଙ୍କ ରଣ କୌଶଳ ଉପରେ କାହାର ସନ୍ଦେହ ନାହିଁ।

ଏତେ ବଡ଼ ଦୁଇଜଣ ନେତା ଯେତେବେଳେ ବିଜେପି ଛାଡ଼ୁଛନ୍ତି, ତାହା ପଛରେ କିଛି ଗୋଟେ ବଡ଼ କାରଣ ଥିବ ନିଶ୍ଚୟ। ବିଜୟ ମହାପାତ୍ର ବହୁ ଆଗରୁ ସ୍ପଷ୍ଟ କରିସାରିଛନ୍ତି ଯେ ଓଡ଼ିଶାରେ ବିଜେପି ନେତୃତ୍ୱ ଭୁଲ୍ ବାଟରେ ଯାଉଛି ଓ ବିଜେଡିର ମୁକାବିଲା କରିବାକୁ ବିଜେପିର ରାଜନୈତିକ ମନୋବଳ ନାହିଁ।  ଅପରପକ୍ଷରେ ଦିଲ୍ଲୀପ ରାୟଙ୍କ ଅଭିଯୋଗ ଅଧିକ ଚିନ୍ତାଜନକ। ଖୋଦ୍ ପ୍ରଧାନମନ୍ତ୍ରୀ ରାଉରକେଲାରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ ହୋଇନାହିଁ। ଅବଶ୍ୟ ପ୍ରଧାନମନ୍ତ୍ରୀ ଏତେ ପ୍ରତିଶ୍ରୁତି ଦେଉଛନ୍ତି ଯେ, ସେସବୁ ପୂରଣ ହେବାକୁ ଶହେ ବର୍ଷ ଲାଗିଯାଇପାରେ! ବିଶେଷ କରି ନରେନ୍ଦ୍ର ମୋଦୀ କେବଳ ପ୍ରତିଶ୍ରୁତିର ପ୍ରଧାନମନ୍ତ୍ରୀ, ଏକଥା ଦିଲ୍ଲୀପ ବାବୁଙ୍କ ପରି ଅଭିଜ୍ଞ ନେତା ବହୁ ବିଳମ୍ବରେ ବୁଝିଲେ!

ବିଜେପି ଛାଡ଼ିବା ପରେ ଏ ଦୁଇ ନେତାଙ୍କ ଗତିବିଧି ଉପରେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ନଜର ରହିବ। କାରଣ ଏମାନଙ୍କ ଉପସ୍ଥିତି ଯେଉଁ ଦଳରେ ରହିବ, ସେ ଦଳକୁ ଗୋଟେ ବଡ଼ ଶକ୍ତି ମିଳିବ। ଏମାନେ ନିଜ ପୁରୁଣା ଦଳ ବିଜେଡି କୁ ଫେରିବେ ନା ବିଜେଡି ବିରୋଧୀ ମୋର୍ଚ୍ଚା ରେ ସାମିଲ ହେବେ ତାହା ଦେଖିବାକୁ ଅପେକ୍ଷା। ତେବେ ବିଜେଡି ବିରୋଧରେ ଯିବାର ଥିଲେ ଏମାନେ ହୁଏତ ବିଜେପି ଛାଡ଼ିନଥାନ୍ତେ। କିନ୍ତୁ ଅନ୍ୟ ଏକ ତର୍କ ଆଧାରରେ ଏକଥା ମଧ୍ୟ ମାନିବାକୁ ପଡ଼ିବ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠୁ ବଡ଼ ସମାଲୋଚକ ଭାବରେ ବିଜୟଙ୍କର ଖ୍ୟାତି ରହିଛି। କିନ୍ତୁ ବିଜୟ ଉପର ଠାଉରିଆ ଗାଳି ଗୁଲଜ କରୁଥିବା ବା କଥା କଥାରେ ବିବୃତି ଦେଇ ଚର୍ଚ୍ଚା ରେ ରହିବାକୁ ବିଜୟ ପସନ୍ଦ କରନ୍ତି ନାହିଁ। ତାଙ୍କର ବିରୋଧ ସବୁବେଳେ ପ୍ରସଙ୍ଗ ଭିତ୍ତିକ, ସଭ୍ୟ ଓ ରାଜନୈତିକ ଦୃଷ୍ଟିରୁ ପରିପକ୍ଵ। ତେଣୁ ସେ ଆଜିର ବିଜେପିରେ ସହଜ ନଥିଲେ। ଏବେ ହୁଏତ ତାଙ୍କର ଘର ବାହୁଡ଼ା ହୋଇପାରେ କିମ୍ବା ସେ ରାଜନୈତିକ ବିକଳ୍ପର ଚିନ୍ତା କରିପାରନ୍ତି। ବିଜୟ-ଦିଲ୍ଲୀପ ଯୋଡ଼ିର ଗୋଟେ ପ୍ରଭାବ ମଧ୍ୟ ଅଛି।

ଆଜି ବିଜେପି ପାଇଁ ଏ ଦୁଇ ନେତାଙ୍କ ପ୍ରସ୍ଥାନ ଗୋଟେ ବଡ଼ ଝଟକା ହୋଇଥିବା ବେଳେ ଏମାନଙ୍କର ରାଜନୈତିକ ଗତିବିଧି ଉପରେ ସମସ୍ତଙ୍କର ନଜର ରହିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଏସସିଓ ଶିଖର ସମ୍ମିଳନୀ ଅବସରରେ ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

August 31, 2026

୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟିର ୫୯୩ଟି ପ୍ରକଳ୍ପର ଶୁଭାରମ୍ଭ

August 31, 2026

କଂଗ୍ରେସରେ ଯୋଗ ଦେଲେ ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, କହିଲେ..

August 31, 2026

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026
Latest News

ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ

August 31, 2026

ଅଙ୍ଗ ପ୍ରତିରୋପଣ ପାଇଁ ଅଙ୍ଗ ଅଭାବ: ଭାରତରେ ପ୍ରତିଦିନ ହାରାହାରି ୨୦ ରୋଗୀଙ୍କ ମୃତ୍ୟୁ

August 31, 2026

ଏସସିଓ ଶିଖର ସମ୍ମିଳନୀ ଅବସରରେ ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

August 31, 2026

୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟିର ୫୯୩ଟି ପ୍ରକଳ୍ପର ଶୁଭାରମ୍ଭ

August 31, 2026

ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ରହିଲା ୭.୮%

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.