Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକାକୁ ଗଲେ ମୋର ପ୍ରଥମ ଲକ୍ଷ୍ୟ ହେବ ‘କମନ ୱାର୍କ ଫର କମନ ମ୍ୟାନ’; ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ବିଶେଷ ଖବର

ଚିଲିକାକୁ ଗଲେ ମୋର ପ୍ରଥମ ଲକ୍ଷ୍ୟ ହେବ ‘କମନ ୱାର୍କ ଫର କମନ ମ୍ୟାନ’; ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

June 6, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
PrasantJagdev
ଚିଲିକାକୁ ଯିବା ପରେ ମୋର ଲକ୍ଷ୍ୟ ହେବ ‘କମନ ୱାର୍କ ଫର କମନ ମ୍ୟାନ’, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଏହି ନାମଟି ଉଚ୍ଚାରଣ କଲେ ଓଡିଶା ରାଜନୀତିରେ ସେ କିଏ ତାହା କହିବା ଆବଶ୍ୟକ ନାହିଁ। ସେ ହୋଇପାରନ୍ତି ବାହୁବଳୀ, ସେ ହୋଇପାରନ୍ତି ଦଉଡିବା ଘୋଡା. ସେ ହୋଇପାରନ୍ତି ରାଗ ସ୍ବାଭାବ। ହେଲେ ସବୁରି ଉପରେ ଗୋଟିଏ ନିଶ୍ଚିତ ଯେ, ସେ ଯେଉଁ ନିର୍ବାଚନ ମଣ୍ଡଳିକୁ ଯାଆନ୍ତି ସେଠାକାର ଲୋକଙ୍କୁ ସେ ନିଜର କରି ନିଅନ୍ତି। ଆଉ ଜିତନ୍ତି ମଧ୍ୟ। ବାଣପୁର ପଲଟନ ପଡିଆରେ ଗାଡି ମଡାଇବା ଅଭିଯୋଗ ପରେ ତାଙ୍କୁ ଚିଲିକା ଯିବାକୁ କୋର୍ଟ ବାରଣ କରିଛନ୍ତି। ସେପଟେ ବିଜେଡି ମଧ୍ୟ ଦଳରୁ ଦୂରେଇ ଦେଇଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଜନୈତିକ ଭବିଷ୍ୟତ କଣ, ସେ ନେଇ ତାଙ୍କୁ ସାକ୍ଷାତ କରିଛନ୍ତି ଆମ ‘ସମୀକ୍ଷା’ ପ୍ରତିନିଧି ସୀତାରାମ ଅଗ୍ରୱାଲ।

ସମୀକ୍ଷା- କୋର୍ଟ କଟକଣା ଯୋଗୁଁ ଆପଣ ଚିଲିକା ନିର୍ବାଚନ ମଣ୍ଡଳୀକୁ ଆଉ ଯାଇପାରୁ ନାହାଁନ୍ତି। ଯେତେବେଳେ ନିର୍ବାଚନ ମଣ୍ଡଳିକୁ ବିଧାୟକ ଯାଇପାରୁ ନାହିଁନ୍ତି, ସେତେବେଳେ ଚିଲିକାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏଥିରେ ଚିଲିକାବାସୀ କାହାକୁ ଦୋଷ ଦେବେ ?

ବିଧାୟକ- ଦେଖନ୍ତୁ କୋର୍ଟ କଟକଣା ଯୋଗୁଁ ଯାଇପାରୁ ନାହିଁ, ତାହା ସତ କଥା। ହେଲେ ଚିଲିକା କାମ ଯେ, ସଂପୂର୍ଣ୍ଣ ଠପ୍ ହୋଇଯାଇଛି ତାହା କହିବା ଭୁଲ। ହଁ, ଏହା ସତ ଯେ, କାମ ଯେପରି ଦ୍ରୁତ ଗତିରେ ଆଗେଇବା କଥା ସେଥିରେ ଟିକିଏ ଧିମେଇ ଯାଇଛି। ହେଲେ ଭୁବନେଶ୍ବରରେ ରହି ଚିଲିକାର ସର୍ବାଙ୍ଗିନ ଉନ୍ନତି ପାଇଁ ଯାହା କରିବା କଥା ତାହା କରୁଛି। ଖୋର୍ଦ୍ଧା ଜିଲ୍ଲା ଅଫିସ ଏବଂ ଭୁବନେଶ୍ବର ଅଫିସରଙ୍କ ସହିତ ଯୋଗାଯୋଗ କରି ସମସ୍ତ କାମକୁ ଆଗେଇ ନେଉଛି।

ସମୀକ୍ଷା- ଜଗଦ୍ଦେବବାବୁ, କେଉଁ ଉନ୍ନତି କଥା କହୁଛନ୍ତି, କଣ ହେଉଛି ଉନ୍ନତି ? ବର୍ତ୍ତମାନ ବାଲୁଗାଁ ବାଣପୁର ଏନଏସିରେ ଏ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ହୋଇପାରିଲା ନାହିଁ ? କଥାରେ କହନ୍ତି ବେଙ୍ଗ ମୁତିଲେ ବନ୍ୟା ପରି, ବାଣପୁରରେ ସାମାନ୍ୟ ବର୍ଷା ହେଲେ ସହର ଭାସୁଛି, ଆପଣ କେମିତି କହୁଛନ୍ତି ଉନ୍ନତି କାମ ହେଉଛି ?

ବିଧାୟକ- ସୀତାରାମ ବାବୁ ଆପଣ ଭଲ କଥାଟିଏ କହିଲେ। ମୁଁ ଆପଣଙ୍କୁ ଏହାର ଉତ୍ତର ମାଧ୍ୟମରେ ଏକ ନୂଆ ସୂଚନା ପ୍ରଦାନ କରିବାକୁ ଚାହୁଁଛି। ତାହା ହେଲା, ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମୋର ନେତା ନବୀନ ପଟ୍ଟନାୟକ ବାଲୁଗାଁ ଓ ବାଣପୁର ଏନଏସିକୁ ୨୦୦ ଶହ କୋଟି ଲେଖାଏଁ ମୋଟ ୪୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଟଙ୍କାରେ ଉଭୟ ସହରର ଜଳ ସଂରକ୍ଷଣ ଓ ନିସ୍କାସନ କାର୍ଯ୍ୟ କରାଯିବ।

ଆପଣ ଜାଣି ଖୁସି ହେବେ ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟର ଡିପିଆର ପ୍ରସ୍ତୁତ କରିବା ପାଇଁ କୋଟିଏ ଟଙ୍କା ଅନୁମୋଦନ ହୋଇସାରିଛି। ଡିପିଆର ପ୍ରସ୍ତୁତ ପରେ କାମ ଆରମ୍ଭ ହେବ। ଆଉ ଏକ ଖୁସି ଖବର ଆପଣଙ୍କ ମାଧ୍ୟମରେ ଚିଲିକା ଜନସାଧାରଣଙ୍କୁ ଦେବା ପାଇଁ ଚାହେଁ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଲିକା ନିର୍ବାଚନ ମଣ୍ଡଳି ପାଇଁ ପ୍ରାୟ ୧୨ ଶହ କୋଟି ଟଙ୍କାର ଉନ୍ନୟନ କାମ କରିବାକୁ ପ୍ରସ୍ତାବ କରିଛନ୍ତି। ତେଣୁ ଉନ୍ନତି କାମ ହେଉ ନାହିଁ ବୋଲି କହିବା ଭୁଲ କଥା।

ସମୀକ୍ଷା- ବର୍ତ୍ତମାନ ଆପଣ ଚିଲିକା ନିର୍ବାଚନ ମଣ୍ଡଳିକୁ ଯାଉ ନ ଥିବାରୁ ସେଠାକାର ରାଜନୀତି ମଧ୍ୟ ଗୋଲିଆ ହୋଇଗଲାଣି। ନେତା ନ ଥିବାରୁ କର୍ମିମାନେ ହତୋତ୍ସାହ ହୋଇପଡିଲେଣି। ଆପଣଙ୍କ ଅନୁପସ୍ଥିତରେ ଅନେକ ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡିଲେଣି। କର୍ମିଙ୍କ ଭିତରେ ଆଉ ତାଳମେଳ ରହୁ ନାହିଁ। ନିର୍ବାଚନ ପାଖେଇଲାଣି, କେମିତେ ଚିଲିକାରେ ବିଜେଡିର ସଂଗଠନ କରିବେ ?

ବିଧାୟକ- ଦେଖନ୍ତୁ, କଥାରେ ଅଛି ବାଘ ନ ଥିଲେ ମିରିଗ ନାଟ, ମୋର ଦୁର୍ଭାଗ୍ୟ ଯେ, ଚିଲିକା ଯାଇପାରୁ ନ ଥିବାରୁ ସେଠାରେ କିଛି ମିରିଗ ପରି ନାଟ କରୁଛନ୍ତି। ଅନ୍ୟପଟେ କର୍ମିମାନେ ଯେଉଁ ହତୋତ୍ସାହ ହୋଇପଡିବା କଥା କହୁଛନ୍ତି ତାହା ସତ। ମୋର ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ କଟକଣା ରହିଛି। ଏହାପରେ ଏହି କଟକଣା ହଟିବ। ଅଗଷ୍ଟ ପ୍ରଥମ ସପ୍ତାହରେ ମୁଁ ଚିଲିକା ଯିବି।

ବିଜ୍ଞାନରେ ଅଛି, ଯଦି ସୂର୍ଯ୍ୟ ଉଇଁଲେ ଗଛଲତା ସବୁ କଅଁଳି ଉଠେ, ଫୁଲଫଳସବୁ ହସି ଉଠେ, ପରିବେଶ ପୁରା ସତେଜ ହୋଇଯାଏ । ଠିକ ସେହିପରି ମୁଁ ଚିଲିକା ଯିବା ପରେ ଦେଖିବେ, ପୁଣି ପୂର୍ବର ଯେଉଁ ସଂଗଠନ ଥିଲା ତାହା ସବୁ ପୁଣି କଅଁଳି ଉଠିବ। ପୁଣି କର୍ମିମାନେ ଚଳଚଞ୍ଚଳ ହୋଇ ଉଠିବେ। ପୁଣି ସଂଗଠନ ମଜବୁତ ହୋଇଯିବ। ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, କର୍ମିଙ୍କ ମଧ୍ୟରେ ସେହି ଉତ୍ସାହ ପୁଣି ଫେରି ଆସିବ। ମୋର ପ୍ରଥମ ଲକ୍ଷ ହେବ ‘କମନ ୱାର୍କ ଫର କମନ ମ୍ୟାନ’ ।

ସମୀକ୍ଷା- ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଆଉ ଚିଲିକାରୁ ନୁହଁ, ଖୋର୍ଦ୍ଧା କିମ୍ବା ବେଗୁନିଆରୁ ଛିଡା ହେବେ ?

ବିଧାୟକ- ଦେଖନ୍ତୁ, ଆପଣ କେବେ ଭାବି ଥିଲେ ଯେ, ପ୍ରଶାନ୍ତ ଜଗଦ୍ଦେବ ଚିଲିକାର ବିଧାୟକ ହେବେ। ଆଜ୍ଞା ମୋ ଘର ହେଉଛି ଖୋର୍ଦ୍ଧା, ମୋର ନେତା ନବୀନବାବୁ, ମୋତେ ସେ ପ୍ରଥମେ ବେଗୁନିଆରେ ଛିଡା ହେବାକୁ କହିଲେ। ସେଠାରେ ଛିଡା ହେଲି ଆଉ ଜିତିଲି ମଧ୍ୟ। ସେଇଟା ମୋର ଘର ନ ଥିଲା। ହେଲେ ପରେ ଘର ହେଲା।

ତାପରେ ୨୦୧୯ ରେ ସେହିପରି ମୋର ନେତା ନବୀନବାବୁ କହିଲେ ଚିଲିକାରୁ ଛିଡା ହୁଅ। ଛିଡା ହେଲି, ଆଉ ଭଲ ଭୋଟରେ ଜିତିଲି। ଏବେ ଚିଲିକା ମଧ୍ୟ ମୋର ଘର। ତେଣୁ ଏଥିରୁ ଆପଣ ଜାଣିପାରୁ ଥିବେ ମୋତେ ନବୀନ ବାବୁ ଯେଉଁଠାରୁ ପ୍ରାର୍ଥୀ କରୁଛନ୍ତି ମୁଁ ସେଠାରେ ଛିଡା ହୋଇଛି, ଆଉ ଜିତିକି ମଧ୍ୟ ଆସୁଛି। ସେହିପରି ଆସନ୍ତା ନିର୍ବାଚନରେ ମୋତେ ନବୀନବାବୁ ଯେଉଁଠାରୁ ପ୍ରାର୍ଥୀ କରିବେ ମୁଁ ସେହିଠାରୁ ଛିଡା ହେବି। ଆଉ ଗ୍ୟାରେଣ୍ଟି ସହ କହୁଛି ସେଠାରୁ ମଧ୍ୟ ଜିତିବି। ମୁଁ ହେଉଛି ଲଢୁଆ ପୁଅ, ଲଢିବି, ଭୟ କରିବାର ନାହିଁ।

ସମୀକ୍ଷା- ବର୍ତ୍ତମାନ ସୁଦ୍ଧା ବିଜେଡି ଆପଣଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନାହିଁ। ଫଳରେ କର୍ମୀମାନଙ୍କର ସନ୍ଦେହ ହେଲାଣି ଯେ, ଆପଣଙ୍କୁ ଆଉ ବିଜେଡି ଟିକେଟ ଦେବ ନାହିଁ। ସେଥିପାଇଁ ଆପଣ କୁଆଡେ ବିଜେପି ଆଡେ ମୁହାଁଇଲେଣି ବୋଲି ଚର୍ଚ୍ଚା ଚାଲିଛି।

ବିଧାୟକ- ହା..ହା..ହା..। ଦେଖନ୍ତୁ ଦଳ ଯେହେତୁ ନିଳମ୍ବନ ଆଦେଶ ହଟାଇ ନାହିଁ ସେଥିପାଇଁ ଏପରି ଗୁଜାବ ଉଠୁଛି। ଯେଉଁଦିନ ଦଳ ନିଳମ୍ବନ ଆଦେଶ ହଟାଇ ଦେବ ସେହି ଦିନ ହୁଏତ ଏହି ଗୁଜବ ବା ଏହି ଚର୍ଚ୍ଚା ଆଉ ହେବ ନାହିଁ। ଏପରି ଗୁଜବ ବା ଚର୍ଚ୍ଚାକୁ ମୁଁ କେବେ ବିଶ୍ବାସ କରେ ନାହିଁ। ଆଜି ପର୍ଯ୍ୟନ୍ତ ଯାହା ବି ରାଜନୀତିରେ କରିଛି ତାହା କେବଳ ବିଜେଡି ପାଇଁ କରିଛି, ଆଉ ମୋର ନେତା ନବୀନ ପଟ୍ଟନାୟକଙ୍କ ଆର୍ଶିବାଦ ଯୋଗୁଁ କରିପାରିଛି। ତେଣୁ ଏପରି ଗୁଜବରେ ତିଳେ ମାତ୍ର ବାସ୍ତବତା ନାହିଁ।

chilika ଚିଲିକା ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.