Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍ କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
ବିଶେଷ ଖବର

ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍ କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

June 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Union cabinet meeting
ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ (ଏନ୍ଆର୍ଏଫ) ବିଲ-୨୦୨୩କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବିଲ୍ ଗୃହୀତ ହେଲେ ଦେଶରେ ଏନ୍ଆର୍ଏଫ୍ ପ୍ରତିଷ୍ଠା ପାଇଁ ପଥ ପରିସ୍କାର ହେବ। ଏହା ଦେଶର ଗବେଷଣା ଓ ଉନ୍ନୟନ ପାଇଁ ପାଣ୍ଠି ଯୋଗାଣ ଓ ଏହାର ପ୍ରୋତ୍ସାହନ ଦିଗରେ କାମ କରିବ। ଏହା ମଧ୍ୟ ଦେଶରେ ଗବେଷଣା ଓ ଉନ୍ନୟନ ପରିବେଶକୁ ସୁଦୃଢ କରିବ। ଦେଶର ସବୁ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ଗବେଷଣା ଉନ୍ନୟନ ପରୀକ୍ଷାଗାର ଗୁଡିକରେ ଗବେଷଣା ଏବଂ ସହଭାଗିତାରା ଏକ ନୂଆ ସଂସ୍କତି ଓ ବାତାବରଣ ସୃଷ୍ଟି ହୋଇପାରିବ।

ବିଲ୍ ଟି ସାଂସଦର ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବ। ତଦନୁସାରେ ଦେଶରେ ଏକ ଜାତୀୟ ଗବେଷଣା ଫାଉଣ୍ଡେସନ ବା ଏନ୍ଆର୍ଏଫ୍ ପ୍ରତିଷ୍ଠା କରାଯିବ। ନୂଆ ଜାତୀୟ ଶିକ୍ଷାନୀତିର ସୁପାରିସ ଅନୁସାରେ ଏନ୍ଆର୍ଏଫ ଦେଶରେ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଶୀର୍ଷ ଅନୁଷ୍ଠାନ ଭାବେ କାମ କରିବ। ଦେଶରେ ବିଜ୍ଞାନଭିତ୍ତିକ ଗବେଷଣା କିପରି ହେବ ସେଥିପାଇଁ ଏହା ଉଚ୍ଚସ୍ତରୀୟ ରଣକୌଶଳାତ୍ମକ ନିର୍ଦ୍ଦେଶ ପ୍ରଦାନ କରିବ। ପାଞ୍ଚବର୍ଷ (୨୦୨୩-୨୮) ପାଇଁ ଏନ୍ଆର୍ଏଫ ମୋଟ ୫୦, ୦୦୦ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ କରିବ ବୋଲି ହିସାବ କରାଯାଇଛି।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପ୍ରଶାସନିକ ନିୟନ୍ତ୍ରଣରେ ଏନ୍ଆର୍ଏଫ୍ କାର୍ଯ୍ୟ କରିବ। ଏକ ପରିଚାଳନା ମଣ୍ଡଳୀ ଏହାର ଦାୟିତ୍ୱରେ ରହିବ। ଏହି ମଣ୍ଡଳୀ ଏହାର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବ । ଏଥିରେ ବିଭିନ୍ନ ବିଭାଗ ଓ କ୍ଷେତ୍ରର ପ୍ରଖ୍ୟାତ ପେସାଦାର ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସଦସ୍ୟଭାବେ ଗ୍ରହଣ କରାଯିବ। ଏନ୍ଆରଏଫର ପରିସର ବ୍ୟାପକ ହୋଇଥିବାରୁ ଏବଂ ଏଥିରେ ଦେଶର ସବୁ ମନ୍ତ୍ରଣାଳୟର ସମ୍ପୃକ୍ତି ରହୁଥିବାରୁ ପ୍ରଧାନମନ୍ତ୍ରୀ ଏହାର ପଦପ୍ରଯୁକ୍ତ (ଏକ୍ସ ଅଫିସିଓ) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସେହିଭଳି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାର ଏକ୍ସ ଅଫିସଓ ଉପାଧ୍ୟକ୍ଷ ଦାୟିତ୍ୱରେ ରହିବେ। ଭାରତ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କାର୍ଯ୍ୟନିର୍ବାହୀ ପରିଷଦ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରିବ।

ଏହି ସଂସ୍ଥା ଉଦ୍ୟୋଗ, ଶିକ୍ଷାବିତ୍, ଶିକ୍ଷାନୁଷ୍ଠାନ, ଉଦ୍ୟୋଗପତି, ଗବେଷଣା ପ୍ରତିଷ୍ଠାନ ଓ ବିଭିନ୍ନ ସରକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାମ କରିବ। ଏହା ମଧ୍ୟ ଗବେଷଣା ଓ ଉନ୍ନୟନ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଓ ଦିଗ୍ଦର୍ଶନ ଦେବ। ଏହା ମଧ୍ୟ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ନିୟାମକ ଭୂମିକା ନିର୍ବାହ କରିବ।

ଏହି ବିଲ୍ ପାରିତ ହେଲେ ୨୦୦୮ରେ ପ୍ରତିଷ୍ଠା ହୋଇଥିବା ବିଜ୍ଞାନ ଓ ଇଞ୍ଜିନିୟିରିଂ ଗବେଷଣା (ଏସ୍ଇଆରବି) ବୋର୍ଡ ଅବସାନ ଘଟିବ ଏବଂ ସେହି ପୁରୁଣା ନିୟମ ଅଚଳ ହୋଇଯିବö ଏମ୍ଇଆରବିର ସମସ୍ତ କାର୍ଯ୍ୟ ଏନ୍ଆର୍ଏଫକୁ ହସ୍ତାନ୍ତରିତ ହେବ।

କ୍ୟାବିନେଟର ଅନୁମୋଦନ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026
Latest News

ଖଲ୍ଲିକୋଟରେ ରାଜ୍ୟ ବାର୍‌‍ ଆସୋସିଏସନ୍‌‍ ସଭାପତି ଲଲାଟେନ୍ଦୁ ସାମନ୍ତରାଙ୍କୁ ସମ୍ୱର୍ଦ୍ଧନା ସମାରୋହ

July 13, 2026

ଫିଫା ବିଶ୍ୱକପ୍ ରେ ନୂଆ ବିବାଦ: ଟ୍ରମ୍ପଙ୍କ ଆହ୍ୱାନ ପରେ ଆମେରିକୀୟ ଖେଳାଳିଙ୍କ କୋହଳ ହେଲା ଦଣ୍ଡ

July 13, 2026

ଆଶ୍ଚର୍ଯ୍ୟ!: ୮୨ ବର୍ଷୀୟ ବୃଦ୍ଧ ଏବଂ ରିକ୍ସା ଚାଳକଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ୭୫୯ କୋଟି

July 13, 2026

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.