Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମମତା ଦିଦି, ବିଜେପିକୁ ସାମ୍ନା କରି ହରାଇବାକୁ ହେଲେ ଆପଣଙ୍କୁ ଅନେକ କଥା ନବୀନ ପଟ୍ଟନାୟକଙ୍କ ପାଖରୁ ଶିଖିବାକୁ ପଡିବ!
ବିଶେଷ ଖବର

ମମତା ଦିଦି, ବିଜେପିକୁ ସାମ୍ନା କରି ହରାଇବାକୁ ହେଲେ ଆପଣଙ୍କୁ ଅନେକ କଥା ନବୀନ ପଟ୍ଟନାୟକଙ୍କ ପାଖରୁ ଶିଖିବାକୁ ପଡିବ!

June 4, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମମତା ଦିଦି, ବିଜେପିକୁ ସାମ୍ନା କରି ହରାଇବାକୁ ହେଲେ ଆପଣଙ୍କୁ ଅନେକ କଥା ନବୀନ ପଟ୍ଟନାୟକଙ୍କ ପାଖରୁ ଶିଖିବାକୁ ପଡିବ!
ମମତା ଦିଦି, ବିଜେପିକୁ ସାମ୍ନା କରି ହରାଇବାକୁ ହେଲେ ଆପଣଙ୍କୁ ଅନେକ କଥା ନବୀନ ପଟ୍ଟନାୟକଙ୍କ ପାଖରୁ ଶିଖିବାକୁ ପଡିବ!

କେଦାର ମିଶ୍ର

୨୦୧୯ ସାଧାରଣ ନିର୍ବାଚନରେ ବିଜପିର ସବୁଠୁ ବଡ ସଫଳତାର ଏକମାତ୍ର କାରଣ ହେଉଛି, ବିରୋଧୀ ଦଳ ଗୁଡିକ ବିଜେପି ବିଛାଇଥିବା  ଜାଲରେ ଆପେ ଆପେ ଧରା ପଡିଥିଲେ ଓ ସେମାନେ ବିଜେପି ଯେମିତି ଚାହୁଁଥିଲା, ଠିକ ସେଇ ରଣନୀତିକୁ ଅନୁସରଣ କରୁଥିଲେ। ଲାଗୁଥିଲା, ଯେମିତି ପ୍ରତ୍ୟେକ ବିରୋଧୀ ଦଳ ଭିତରେ ବିଜେପିର ରଣନୀତିକାର ହିଁ କାମ କରୁଥିଲେ। ଉତ୍ତର ପ୍ରଦେଶରେ ମାୟାବତୀଙ୍କ ଜିଦ ଯୋଗୁଁ କଂଗ୍ରେସକୁ ମହା ଗଠବନ୍ଧନରେ ସାମିଲ ନ କରିବାର ପରିଣତି ଖାଲି ଯେ କଂଗ୍ରେସ ଭୋଗିଛି ତା ନୁହେଁ, ଏହାର ବଡ ପ୍ରଭାବ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଉପରେ ମଧ୍ୟ ପଡିଛି। ତେବେ କେବଳ ଦୁଇଜଣ ବିରୋଧୀ ଦଳ ନେତା ବିଜେପିକୁ କଡା ମୁକାବିଲା କରିବାର କ୍ଷମତା ରଖିଥିଲେ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ନିଜ ରାଜ୍ୟରେ ବିଜେପିକୁ ଅଟକାଇବାରେ କିଛିକାଂଶରେ ସଫଳ ହୋଇଛନ୍ତି। ଅବଶ୍ୟ କର୍ଣ୍ଣାଟକ ବ୍ୟତୀତ ବାକି ଚାରୋଟି ଦକ୍ଷିଣ ଭାରତୀୟ ରାଜ୍ୟରେ ମଧ୍ୟ ବିଜେପି ନିଜର ପ୍ରଭାବ ପକାଇ ପାରିନାହିଁ। ତାମିଲନାଡୁରେ ଷ୍ଟାଲିନ, କେରଳରେ କଂଗ୍ରେସ, ଆନ୍ଧ୍ର ରେ ଜଗନ୍ମୋହନ ରେଡ୍ଡୀ, ତେଲେଙ୍ଗାନା ରେ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ନିଜ ଦୁର୍ଗରେ ବିଜେପିକୁ ଅଟକାଇବାରେ ସଫଳ ହୋଇଛନ୍ତି। ତେବେ ଏହି ସବୁ ରାଜ୍ୟରେ ବିଜେପି ଆଜି ମଧ୍ୟ ତୃତୀୟ କିମ୍ବା ଚତୁର୍ଥ ପକ୍ଷ ଭାବରେ ରହିଛି। କିନ୍ତୁ ଓଡିଶା ଓ ବଙ୍ଗଳାରେ ବିଜେପି ତୃତୀୟ –ଚତୁର୍ଥ ସ୍ଥାନରୁ ଦ୍ଵିତୀୟ ପକ୍ଷ ଭାବରେ ଉନ୍ନୀତ ହୋଇଛି।

ଓଡିଶାରେ ବିଧାନସଭା ପାଇଁ ବିଜେପି ଦୂରତର ଦ୍ଵିତୀୟ ସ୍ଥାନ ପାଇଥିବା ବେଳେ ଲୋକସଭାରେ ଏହା ଆଠଟି ଆସନ ହାସଲ କରିଛି। ବଙ୍ଗଳାରେ ବିଜେପିକୁ ୧୮ ଟି ଲୋକସଭା ଆସନ ମିଳିବା ମମତା ବାନାର୍ଜୀଙ୍କ ଲାଗି ଏକ ବଡ ଆହ୍ଵାନ। ୨୦୨୧ ରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ, ବିଜେପି ଇତି ମଧ୍ୟରେ ତୃଣମୂଳକୁ  ଧୂଳିସାତ କରିବା ଲାଗି ସବୁ ପ୍ରକାର ସାମ, ଦାନ, ଦଣ୍ଡ, ଭେଦ ନୀତି ଆପଣାର କରିଛି। ବିଧାନସଭା ନିର୍ବାଚନ ଆଗରୁ ଓଡିଶାରେ ମଧ୍ୟ ବିଜେପି ଏହି ସମାନ ପ୍ରକାର ଆକ୍ରାମକତା ପ୍ରଦର୍ଶନ କରିଥିଲା। ନବୀନ ପଟ୍ଟନାୟକଙ୍କ ଉପରେ ଓ ତାଙ୍କର ସହଯୋଗୀ ଅମଲାମାନଙ୍କ ବିରୋଧରେ ବିଜେପି ଗତ ଦୁଇ ବର୍ଷ ଧରି ଷଣ୍ଢୁଆସୀ ଆକ୍ରମଣ ଜାରି ରଖିଥିଲା। ବିଜେଡି କୁ ଭାଙ୍ଗିବା ଉଦ୍ଦେଶ୍ୟରେ  ଏହାର ବହୁ ଅସନ୍ତୁଷ୍ଟ ନେତାଙ୍କୁ ରାତାରାତି ବିଜେପି ଟିକଟ ଦେଇଥିଲା। ଖୋଦ ପ୍ରଧାନମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବରେ ଆକ୍ଷେପ କରିଥିଲେ। ତେବେ ବିଜେପିର  ସବୁ ପ୍ରକାର ଆକ୍ରମଣ କୁ ନବୀନ ପଟ୍ଟନାୟକ ଏକ ପ୍ରକାର ଅଣଦେଖା କରିଥିଲେ। ବିଜେପିର କୌଣସି ଆକ୍ରମଣର ଉତ୍ତର ରଖିବା ବେଳେ ନବୀନ, ଅତ୍ୟନ୍ତ ଶିଷ୍ଟ ଓ ଶାଳୀନ ଭାଷା ପ୍ରୟୋଗ କରିଥିଲେ। ନବୀନଙ୍କ ନୀରବତା ଆଗରେ ବିଜେପିର ସବୁ ଆକ୍ରମଣ ବ୍ୟର୍ଥ ଯାଇଥିଲା।

ଅପର ପକ୍ଷରେ ମମତା ବାନାର୍ଜୀ ତାଙ୍କର ରଣନୀତିରେ ବିଜପି ସହିତ ମୁହାଁମୁହିଁ ହୋଇଥିଲେ। ବିଜେପି ଆକ୍ରମଣର ପ୍ରତି ଆକ୍ରମଣ କରିବାକୁ ଯାଇ ମମତା ବାନାର୍ଜୀ ଅନେକ ସମୟରେ ନିଜର ନିୟନ୍ତ୍ରଣ ହରାଇଛନ୍ତି। ବିଜେପି ନିଜର ପୋଷା ଗଣମାଧ୍ୟମକୁ ଲଗାଇ ଅନେକ ସମୟରେ ମମତାଙ୍କୁ ଉତ୍ତେଜିତ କରାଇବାକୁ ଉଦ୍ଦେଶ୍ୟମୂଳକ ଭାବରେ ଚେଷ୍ଟା କରିଛି। ମମତା ମଧ୍ୟ ତୁରନ୍ତ ଯେସା କୁ ତେସା ନୀତି ଆପଣାର କରିଛନ୍ତି। ଏଥିରୁ ଲାଭ ଉଠାଇ ବିଜେପି ପୁରା ପଶ୍ଚିମ ବଙ୍ଗରେ ସାମ୍ପ୍ରଦାୟିକ ଧୃବୀକରଣ କରାଇବାରେ ସଫଳ ହୋଇଛି। ତାହା ସହିତ କମ୍ୟୁନିଷ୍ଟ ମାନଙ୍କର ମମତା ବାନାର୍ଜୀଙ୍କ ପ୍ରତି ରହିଥିବା ହତାଦରର ଫାଇଦା ବିଜେପି ଉଠାଇଛି। ପ୍ରଥମ ଥର ଲାଗି ଏହି ନିର୍ବାଚନରେ କମ୍ୟୁନିଷ୍ଟ ଭୋଟର ମାନେ ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି। ଏହା ମମତାଙ୍କ ଲାଗି ଆଗାମୀ ଦିନରେ ସବୁଠୁ ବଡ ସମସ୍ୟା ସୃଷ୍ଟି କରିବ।

ମମତା ଯଦି ବିଜେପି ଦ୍ଵାରା ବୁଣାଯାଉଥିବା ଜାଲରେ ପଡିବା ଆରମ୍ଭ କରନ୍ତି, ତାହେଲେ ୨୦୨୧ ରେ ବିଜେପି ତୃଣମୂଳକୁ ହଟାଇବାରେ ସମର୍ଥ ହେବା ସ୍ଵାଭାବିକ। ବିଜେପିର “ଜୟ ଶ୍ରୀରାମ” ସ୍ଲୋଗାନ ପଛରେ ପଡି ମମତା ନିଜ ସମୟ ଓ ଶକ୍ତିର ଅପଚୟ କରୁଛନ୍ତି ଯାହା। ବାସ୍ତବରେ ବିଜେପି ତାହା ହିଁ ଚାହୁଁଛି। କ୍ରୋଧ ଓ ଉତ୍ତେଜନା ର ବଶବର୍ତ୍ତୀ ହୋଇ ମମତା ବାରଂବାର ଭୁଲ କରନ୍ତୁ ବୋଲି ବିଜେପି ତରଫରୁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ମମତା ତାକୁ ବୁଝି ନପାରିଲେ ତାଙ୍କର ହିଁ ସମସ୍ୟା। ଏ କ୍ଷେତ୍ରରେ ମମତାଙ୍କୁ ନବୀନ ପଟ୍ଟନାୟକଙ୍କ ଠାରୁ ଅନେକ କିଛି ଶିଖିବାର ଅଛି। କ୍ରୋଧ, ଘୃଣା, ଉତ୍ତେଜନା, ବିଭାଜନ ଓ ଭାବ ପ୍ରବଣତାକୁ ନେଇ ରାଜନୀତି କରିବାରେ ବିଜେପିର ସ୍ଵତନ୍ତ୍ର ଦକ୍ଷତା ରହିଛି। ତାକୁ ପ୍ରତିହତ କରିବାକୁ ହେଲେ ନବୀନଙ୍କ ପରି ଏକ ସକାରାତ୍ମକ ରଣନୀତି କରିବାକୁ ପଡିବ। ଅତ୍ୟନ୍ତ ଚତୁରତାର ସହିତ ମୋଦୀ-ଶାହାଙ୍କ ରଣନୀତିକୁ ଭେଦ କରିବାକୁ ହେଲେ ନବୀନଙ୍କ ପରି ଶାନ୍ତ ଓ ନୀରବ ରହିବାର କଳା ଟି ମମତା ବାନାର୍ଜୀ ନବୀନଙ୍କ ପାଖରୁ ଶିଖିବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.