Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିସାଟ୍-୨୪ ସଫଳତାର ସହ କାର୍ଯ୍ୟକ୍ଷମ ହେବା ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ: ଅପୂର୍ବ ଚନ୍ଦ୍ର
ବିଶେଷ ଖବର

ଜିସାଟ୍-୨୪ ସଫଳତାର ସହ କାର୍ଯ୍ୟକ୍ଷମ ହେବା ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ: ଅପୂର୍ବ ଚନ୍ଦ୍ର

August 8, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଭିଜନ ସହ ଯୋଡ଼ି ହୋଇଥିବା ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଟାଟା ପ୍ଲେ ସହିତ ଭାଗିଦାରୀ ସ୍ଥାପନ  କରି ଜୁନ୍ ୨୦୨୨ରେ ଜିସାଟ୍-୨୪ ଉପଗ୍ରହ ଉତକ୍ଷେପଣ କରିଥିଲା। ଟାଟା ପ୍ଲେ ଆଜିଠାରୁ ଏହାର କକ୍ଷପଥରେ ଥିବା ଏହି ଉପଗ୍ରହର ବ୍ୟବହାର ଆରମ୍ଭ କରିଛି।

ନୂଆଦିଲ୍ଲୀସ୍ଥିତ ଟାଟା ପ୍ଲେର ବ୍ରଡକାଷ୍ଟ ସେଣ୍ଟରରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର ଖୁସି ବ୍ୟକ୍ତ କରିବା ସହ ଜିସାଟ୍-୨୪କୁ ସଫଳତାର ସହ କାର୍ଯ୍ୟକ୍ଷମ କରିଥିବାରୁ ମହାକାଶ ବିଭାଗ ଓ ଟାଟା ପ୍ଲେକୁ ଅଭିନନ୍ଦନ ଜଣାଇଛନ୍ତି। ମହାକାଶ ଓ ଯୋଗାଯୋଗ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ଚନ୍ଦ୍ର କହିଥିଲେ।

ବର୍ତ୍ତମାନ ଟାଟା ପ୍ଲେରେ ୬୦୦ ଚ୍ୟାନେଲ ରହିଛି। ଇସ୍ରୋ ଉପଗ୍ରହକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଏହା ୯୦୦ ଚ୍ୟାନେଲ ପ୍ରସାରଣ କରିବାରେ ସକ୍ଷମ ହେବ ଯାହା ସାଧାରଣ ଜନତାଙ୍କୁ ଉପକୃତ କରିବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରୋଇକରଣ ଏବଂ ଏନଏସଆଇଏଲ ପ୍ରତିଷ୍ଠାର ସ୍ୱପ୍ନର ପରିଣାମ, ଯାହା ଟାଟା ପ୍ଲେ ସହଯୋଗରେ ପ୍ରଥମ ଥର ପାଇଁ ଚାହିଦା ଭିତ୍ତିକ ଉପଗ୍ରହ ଉତକ୍ଷେପଣ କରିଛି। ପାର୍ବତ୍ୟାଞ୍ଚଳ ଉତ୍ତର-ପୂର୍ବ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସମେତ ସମଗ୍ର ଦେଶରେ ଏହି ଚ୍ୟାନେଲ୍ ଉପଲବ୍ଧ ହେବ ବୋଲି ସଚିବ କହିଛନ୍ତି।

ଜିସାଟ୍ -୨୪କୁ ଅନ୍ତର୍ଭୁକ୍ତ କରିବା ପରେ ବ୍ୟାଣ୍ଡ ୱିଡଥ୍ ବୃଦ୍ଧି ପାଇବ । ଯାହାଫଳରେ ଟାଟା ପ୍ଲେକୁ ଏହାର ଉପଭୋକ୍ତାମାନଙ୍କୁ ଆହୁରି ଉନ୍ନତମାନର ଚିତ୍ର ଏବଂ ଶବ୍ଦ ଗୁଣବତ୍ତା ପ୍ରଦାନ କରିବାରେ ସକ୍ଷମ କରିବ। ସମସ୍ତ ଡିଟିଏଚ୍ ପ୍ଲାଟଫର୍ମ ମଧ୍ୟରେ ସର୍ବବୃହତ ଉପଗ୍ରହ ବ୍ୟାଣ୍ଡୱିଥ୍ ପ୍ରଦାନକାରୀ ହେବା ସହିତ ୫୦ ପ୍ରତିଶତ ଅଧିକ ଚ୍ୟାନେଲ ବହନ କରିବାର କ୍ଷମତା ପ୍ରଦାନ କରିବ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଶ୍ରୀ ଏସ୍. ସୋମନାଥ କହିଛନ୍ତି, ଡିଟିଏଚ୍ ସେବା ଯୋଗାଇବା ପାଇଁ ଇସ୍ରୋ ଦ୍ୱାରା ନିର୍ମିତ ୪ ଟନ୍ ବିଶିଷ୍ଟ ଯୋଗାଯୋଗ ଉପଗ୍ରହ ଜିସାଟ୍-୨୪ କକ୍ଷପଥରେ ପରୀକ୍ଷଣ ପରେ ଏହାର ସର୍ବାଧିକ ଉପଗ୍ରହ କ୍ଷମତାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହା ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଯାହାକି ଭାରତର ଟେଲିଯୋଗାଯୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଦର୍ଶାଉଛି। ଏହା ଆମ ଦେଶର ମହାକାଶ କ୍ଷମତାକୁ ଦର୍ଶାଇବା ସହିତ ଚାହିଦା ପରିଚାଳିତ ଅଭିଯାନ ବର୍ଗରେ ଭାରତର ସଫଳ ପ୍ରବେଶକୁ ଆରମ୍ଭ କରିଛି।

ଏନ୍ ଏସ୍ ଆଇଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ରାଧାକ୍ରିଷ୍ଣନ୍ ଦୁରାଇରାଜ କହିଛନ୍ତି, ମହାକାଶ କ୍ଷେତ୍ରରେ ସଂସ୍କାର ପରେ ଏନ୍ଏସ୍ଆଇଏଲ୍ ଦ୍ୱାରା ଆରମ୍ଭ ହୋଇଥିବା ଜିସାଟ୍-୨୪ ହେଉଛି ପ୍ରଥମ ଚାହିଦା ପରିଚାଳିତ ଯୋଗାଯୋଗ ଉପଗ୍ରହ ଅଭିଯାନ। ଜିସାଟ୍ -୨୪ ଉପଗ୍ରହ ଭାରତ ପାଇଁ ଉପଗ୍ରହ ଟେଲିଭିଜନର ଏକ ନୂତନ ଯୁଗ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ସଫଳତାର ପ୍ରମାଣ ସ୍ୱରୂପ, ଏହି ଉପଗ୍ରହ ଉନ୍ନତ ଡିଜିଟାଲ ଟିଭି ପ୍ରସାରଣ କ୍ଷମତା ସହିତ ଘରୋଇ ପ୍ରସାରଣ ସେବାକୁ ସମର୍ଥନ କରିବ। ଏହି ସଫଳ ପ୍ରକଳ୍ପରେ ସହଯୋଗ କରିଥିବାରୁ ଏନଏସଆଇଏଲ, ଇସ୍ରୋ ଏବଂ ଟାଟା ପ୍ଲେର ଟିମକୁ ଅଭିନନ୍ଦନ।

ଏହି ଅବସରରେ ଟାଟା ପ୍ଲେର ଏମଡି ତଥା ସିଇଓ ହରିତ୍ ନାଗପାଲ କହିଛନ୍ତି, ଦର୍ଶକଙ୍କ ଦେଖିବା ଅଭିଜ୍ଞତାକୁ ଉନ୍ନତ କରିବା ଟାଟା ପ୍ଲେର ମୁଖ୍ୟ ପ୍ରାଥମିକତା। ଏନଏସଆଇଏଲ ସହିତ ଏହି ସହଯୋଗ ଆମର ଡିଟିଏଚ ଗ୍ରାହକମାନଙ୍କୁ ଆହୁରି ଉନ୍ନତ ଭିଡିଓ ଏବଂ ଅଡିଓ ଗୁଣବତ୍ତା ଏବଂ ଆହୁରି ଅନେକ ଚ୍ୟାନେଲ ଏବଂ ସେବା ପ୍ରଦାନ କରିବ। ଏହା ଏପରି ଏକ ଦେଶରେ ଲିନିୟର ଟିଭି ପ୍ରତି ଆମର ପ୍ରତିବଦ୍ଧତାକୁ ମଧ୍ୟ ଦୃଢ଼ କରେ ଯେଉଁଠାରେ ପ୍ରାୟ ୧୪୦ ନିୟୁତ ଏପରି ପରିବାର ରହିଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରଥମ ଟିଭି କିଣିନାହାନ୍ତି । ଆମେ ସର୍ବଦା ଡିଓଏସ୍ ଦ୍ୱାରା ସ୍ୱଦେଶୀ ଉତ୍ପାଦିତ ଉପଗ୍ରହରେ ଆମର ସମସ୍ତ ସେବା ପ୍ରଦାନ କରିଛୁ ଏବଂ ଏହି କ୍ଷମତା ବୃଦ୍ଧି ମେକ୍ ଇନ୍ ଇଣ୍ଡିଆ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରୁଛି।

ଜିସାଟ୍ -୨୪ ହେଉଛି ଏକ ୨୪-କେୟୁ ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ ଯାହାକୁ ଭାରତ ସରକାର କେବଳ ଟାଟା ପ୍ଲେର ଡିଟିଏଚ୍ ଆପ୍ଲିକେସନ୍ ଆବଶ୍ୟକତା ପୂରଣ କରିବା ପାଇଁ ଉତକ୍ଷେପଣ କରିଛନ୍ତି। ମାର୍ଚ୍ଚ ୨୦୧୯ରେ ଗଠିତ ଏନଏସଆଇଏଲ୍ ମହାକାଶ ବିଭାଗ (ଡିଓଏସ୍) ଅଧୀନରେ ଥିବା ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍ଇ) ଏବଂ ଏହା ଡିଏସଓର ବାଣିଜ୍ୟିକ ଶାଖା ଅଟେ। ଜିସାଟ୍ -୨୪ରେ ଥିବା ସମ୍ପୂର୍ଣ୍ଣ ଉପଗ୍ରହ କ୍ଷମତା ଏହାର ପ୍ରତିବଦ୍ଧ ଗ୍ରାହକ ଟାଟା ପ୍ଲେକୁ ଲିଜରେ ଦିଆଯାଇଛି।

ଅପୂର୍ବ ଚନ୍ଦ୍ର ଆତ୍ମନିର୍ଭର ଭାରତ ଇସ୍ରୋ ମେକ୍‌ ଇନ୍‌ ଇଣ୍ଡିଆ ସୂଚନା ଓ ପ୍ରସାରଣ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମେନ୍ଦ୍ର, ଶାହ ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି: ରାତି ସାରା ଧାରଣାରେ ବସିବ କଂଗ୍ରେସ

July 21, 2026

ବନ୍ଧୁ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଭାରତୀୟଙ୍କ ମୃତ୍ୟୁ: ଚେତାବନୀ ଜାରି କଲା ଭାରତ

July 21, 2026

ସମୁଦ୍ର ଅବରୋଧ ଘୋଷଣା କଲା ହୁଥି ବିଦ୍ରୋହୀ: ବୃଦ୍ଧି ହେବ ପେଟ୍ରୋଲ ଏବଂ ଗ୍ୟାସ ମୂଲ୍ୟ?

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026
Latest News

ଧର୍ମେନ୍ଦ୍ର, ଶାହ ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି: ରାତି ସାରା ଧାରଣାରେ ବସିବ କଂଗ୍ରେସ

July 21, 2026

ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ସିରିଜ: ଜାଣନ୍ତୁ କେବେ ଘୋଷଣା ହେବେ ଟିମ୍ ଇଣ୍ଡିଆ?

July 21, 2026

ବନ୍ଧୁ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଭାରତୀୟଙ୍କ ମୃତ୍ୟୁ: ଚେତାବନୀ ଜାରି କଲା ଭାରତ

July 21, 2026

ପ୍ରତିବାଦ ସମୟରେ ଔରଙ୍ଗଜେବଙ୍କ ଫଟୋକୁ ନେଇ ଉତ୍ତେଜନା: ଏହି ପଦକ୍ଷେପ ନେଲା ପୋଲିସ

July 21, 2026

ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବେ ସୋନମ ୱାଙ୍ଗଚୁକ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.