Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆ ରାଜନୈତିକ ସମୀକରଣ – ଓଡ଼ିଶାରେ ଘନିଷ୍ଠ ହେଉଛି କି ବିଜେଡ଼ି-ବିଜେପି ସମ୍ପର୍କ?
ବିଶେଷ ଖବର

ନୂଆ ରାଜନୈତିକ ସମୀକରଣ – ଓଡ଼ିଶାରେ ଘନିଷ୍ଠ ହେଉଛି କି ବିଜେଡ଼ି-ବିଜେପି ସମ୍ପର୍କ?

June 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ଓଡ଼ିଶା ରାଜନୀତିରେ ଦୁଇ ପ୍ରମୁଖ ଦଳ ବିଜେଡ଼ି ଓ ବିଜେପି ମଧ୍ୟରେ ଏବେ ଘନିଷ୍ଠତା ନିବିଡ଼ ହେଉଛି କି ? ରାଜନୈତିକ ପାଣିପାଗରେ ଏହା କିଛି ବିଚିତ୍ର ନୁହେଁ।  ବିରୋଧୀ ଦଳ ତଥା ଶାସକ ଦଳ ମଧ୍ୟରେ ତାଳମେଳ ରହିବା ବିକାଶ ଓ ପ୍ରଶାସନର ସୁବିଧା  ନିହାତି ଜରୁରୀ। ବିରୋଧୀ ଦଳ ବା ଶାସକ ଦଳ ଯଦି ବିକାଶକୁ ଗୁରୁତ୍ବ ଦେବେ ତେବେ ସେହି ରାଜ୍ୟ ବା ଦେଶ ନିହାତି ଭାବରେ ଅଭିବୃଦ୍ଧି କରିବ ଏଥିରେ ସନ୍ଦେହ ନାହିଁ। ନିକଟରେ ସମାପ୍ତ ହୋଇଥିବା ନିର୍ବାଚନରେ ଓଡ଼ିଶାରେ ବିଜେଡ଼ିକୁ କଡା ଟକ୍କର ଦେଇ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିବା ଭାରତୀୟ ଜନତା ପାର୍ଟି ଅର୍ଥାତ୍‌ ବିଜେପି ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ନିଜର ଆଭିମୁଖ୍ୟକୁ ବଦଳାଇବା ଆରମ୍ଭ କରିଛି।। ନିର୍ବାଚନ ପୂର୍ବରୁ ବିଜେପି ବେଶ୍‌ ଆକ୍ରାମକ ଭାବରେ ବିଜେଡି ସରକାରକୁ ଟାର୍ଗେଟ୍‌ କରୁଥିବାବେଳେ ନିର୍ବାଚନ ପରେ ପୁଣି ପଞ୍ଚମ ଥର ପାଇଁ ଶାସନ କ୍ଷମତା ହାତେଇଥିବା ବିଜୁ ଜନତା ଦଳକୁ ସହଯୋଗର ହାତ ବଢାଇଛି।

ନିର୍ବାଚନ ପରେ ଫନି ପରବର୍ତ୍ତୀ ମୁକାବିଲା କ୍ଷେତ୍ରରେ ମଧ୍ୟ ଦୁଇ ଦଳ ବେଶ୍‌ ସହଯୋଗ କରିଥିଲେ। ଏପରିକି ବାତ୍ୟା ଫୋନି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଆଗୁଆ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ। ଆଉ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ସମନ୍ୱୟକୁ ବେଶ ପ୍ରଂଶସା କରିଥିଲେ। ସେହିପରି ଭୁବନେଶ୍ବରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ଅପରାହ୍ନରେ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସହରର ବିକାଶ ସଂପର୍କରେ ବେଶ୍‌ କିଛି ସମୟ ଆଲୋଚନା କରିଛନ୍ତି। ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ ରହି ରାଜ୍ୟ ତଥା ସହରର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସରକାରଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଅପରାଜିତା ନିଜ ବକ୍ତବ୍ୟରେ କହିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ ତାରିଖରେ ଦିଲ୍ଲୀ ଗସ୍ତରେ ଯିବେ। ୫ମ ପାଳି ସରକାରରେ ଏହା ନବୀନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ହେବ। ଏହି ଗସ୍ତ ଅବସରରେ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାକୁ ଏକ ସାକ୍ଷାତକାରରେ କହିଥିଲେ ନବୀନ। ସେହିଭଳି ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପର ପକ୍ଷରେ ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ଓଡିଶାକୁ କେନ୍ଦ୍ର ପ୍ରସ୍ତାବ ଦେଇଛି। ସେହିପରି ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ନେଇ ମଧ୍ୟ ସକାରାତ୍ମକ ଆଲୋଚନା ଆରମ୍ଭ ହୋଇଛି। ଓଡିଶାରେ ଏହି ଯୋଜନା ଲାଗୁ ହେବା ନେଇ ସେ ଆଶାବାଦୀ ଅଛନ୍ତି ବୋଲି କେନ୍ଦ୍ରୀୟ ପ୍ରତିନିଧି କହିଛନ୍ତି।। ଆୟୁଷ୍ମାନ  ଯୋଜନା ପାଇଁ ରାଜ୍ୟ ସରକାରଙ୍କ କିଛି ସର୍ତ୍ତ ରହିଛି। ପୂର୍ବରୁ କେନ୍ଦ୍ର ପକ୍ଷରୁ ଏ ନେଇ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଆୟୁଷ୍ମାନ ଯୋଜନାଙ୍କୁ ନେଇ ରାଜ୍ୟ ସରକାରଙ୍କ ସବୁଜ ସଂକେତ ମଧ୍ୟ ଦେଇଛନ୍ତି। ତେବେ ଏ ସମସ୍ତ ଘଟଣାବଳୀକୁ ଲକ୍ଷ୍ୟ କଲେ, ରାଜ୍ୟରେ  ଶାସକ ଓ ବିରୋଧୀ ଦଳ ମଧ୍ୟରେ ସମନ୍ବୟ ସମ୍ପର୍କ ସୃଷ୍ଟି ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜେଡ଼ି ଓ ବିଜେପି ମଧ୍ୟରେ ବଢୁଥିବା ସମ୍ପର୍କ ଆଗାମୀ ଦିନରେ ରାଜ୍ୟର ରାଜେନୖତିକ ପାଣିପାଗରେ କିଭଳି ପରିବର୍ତ୍ତନ ଆଣିବ, ତାହା ସମୟ କହିବ।

Share. Facebook Twitter LinkedIn Email WhatsApp Copy Link

Related Posts

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Latest News

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026

୨୧ରୁ ଆରମ୍ଭ ହେବ ନୂଆଦିଲ୍ଲୀ-ଗୁଆଙ୍ଗଜୋ ବିମାନ ସେବା

September 12, 2026

ସାମାନ୍ୟ ବଚସାରୁ ତାତିଲା ଗାଁ, ଖଣ୍ଡା ଧରି ଯୁବକଙ୍କ ତାଣ୍ଡବ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.