Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାୟକ ଓ ରାଜନେତାମାନେ ନିଜକୁ ବାହୁବଳି ଭାବନ୍ତୁ ନାହିଁ; ସରକାରୀ କର୍ମଚାରୀ ତାଙ୍କର କିଣା ଚାକର ନୁହନ୍ତି
ବିଶେଷ ଖବର

ବିଧାୟକ ଓ ରାଜନେତାମାନେ ନିଜକୁ ବାହୁବଳି ଭାବନ୍ତୁ ନାହିଁ; ସରକାରୀ କର୍ମଚାରୀ ତାଙ୍କର କିଣା ଚାକର ନୁହନ୍ତି

June 7, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପାଟଣାଗଡ଼ର ନୂଆ ବିଧାୟକ ସରୋଜ ମେହେର ଜଣେ ସରକାରୀ କର୍ମଚାରୀଙ୍କୁ ଉଠବସ କରାଉଥିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ବିଧାୟକଙ୍କ କହିବା କଥା ହେଲା ଜନୈକ କନିଷ୍ଠ ଯନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ରାସ୍ତାକାମ ଅତ୍ୟନ୍ତ ନିମ୍ନମାନର ଥିଲା ଓ ତାହା ଭିଡ଼ିଓରେ ସ୍ପଷ୍ଟ ଜଣାପଡୁଛି। ତେବେ ଏ ସଙ୍କ୍ରାନ୍ତରେ ଠିକଣା ନିସ୍ପତ୍ତି ନେବା ଅଧିକାର ବିଧାୟକଙ୍କର ନାହିଁ। ସରୋଜ ମେହେର ନୂଆ କରି ବିଧାୟକ ହୋଇଛନ୍ତି। ତେଣୁ ସେ ବୋଧହୁଏ ନିଜ କ୍ଷମତାକୁ ଟିକେ ଅଧିକ ବୋଲି ଭାବୁଛନ୍ତି। ଆଇନ ପ୍ରଣୟନକାରୀ ଭାବରେ ତାଙ୍କର ପ୍ରଥମ ଦାୟିତ୍ୱ ହେଉଛି ଆଇନର ଶାସନକୁ ମାନିବା। କୌଣସି ସରକାରୀ କର୍ମଚାରୀଙ୍କ କାମ ଉପରେ ସେ ଅଭିଯୋଗ କରି ପାରିବେ, କିନ୍ତୁ ସେ ଦଣ୍ଡାଦେଶ ଦେବା ମାନବ ଅଧିକାରର ଖୋଲା ଉଲ୍ଲଙ୍ଘନ ବୋଲି ଧରାଯିବ। ଏ କ୍ଷେତ୍ରରେ ଆଉ ଏକ ବୈଧାନିକ ସମସ୍ୟା ରହିଛି। ଅଧିକାରୀ ଜଣକ ଆଦିବାସୀ ଓ ଏହା ଆଟ୍ରୋସିଟି ଆକ୍ଟ ଅଧୀନର ଏକ ମାମଲା। ତେବେ ଭାଇରାଲ ଭିଡ଼ିଓ ଆଧାରରେ କୌଣସି ରାୟ ରଖିବା ଉଚିତ ହେବନାହିଁ। ଏହାର ସବିଶେଷ ତଦନ୍ତ ହେବା ପରେ ଯିଏ ଦୋଷୀ, ତା ବିରୋଧରେ ଦଣ୍ଡ ବିଧାନ ହେବ। ତେବେ ଏ ସମଗ୍ର ଘଟଣାକ୍ରମକୁ ନେଇ ରାଜନୀତିର ଯେଉଁ ଧାରା ଆରମ୍ଭ ହୋଇଛି, ତାର ସମୀକ୍ଷା ମଧ୍ୟ ଜରୁରୀ।

ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ପାଟଣାଗଡ଼ରୁ ପରାଜିତ ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂ ଦେଓ କହିଛନ୍ତି ଯେ, ଏ ପ୍ରକାର ଲୋକଙ୍କୁ ଟିକଟ ଦେଇଥିବା ଲୋକ ଅର୍ଥାତ ବିଜୁ ଜନତା ଦଳ ସଭାପତିଙ୍କୁ ସମାଲୋଚନା କରିଛନ୍ତି। ତେବେ ଏ କଥା କହିବା ବେଳେ କନକ ବର୍ଦ୍ଧନ ନିଜ ଦଳ ଓ ପରିବାରର ଇତିହାସକୁ ଭୁଲି ଯାଉଛନ୍ତି। ବଲାଙ୍ଗୀର ଲୋକସଭା ସଦସ୍ୟ ସଙ୍ଗୀତା ସିଂ ଦେଓ ଙ୍କ ନାଁରେ ଏକାଧିକ ସରକାରୀ କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବାର ଅଭିଯୋଗ ରହିଛି। କେବଳ ବଲାଙ୍ଗୀର ନୁହଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ସରକାରୀ କର୍ମଚାରୀମାନେ ରାଜନେତାମାନଙ୍କର ଦୁର୍ବ୍ୟବହାରର ଶିକାର ହେଉଛନ୍ତି।

ଏ ପ୍ରକାର ଉଦାହରଣ ଖୋଜିବାକୁ ଆମକୁ ବେଶୀ ଦୂର ଯିବାକୁ ପଡିବ ନାହିଁ। ଗତ ନିର୍ବାଚନ ସମୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଧିକ ସ୍ଥାନରେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କୁ  ଖୋଲାଖୋଲି ଦୁର୍ବ୍ୟବହାର ପ୍ରଦର୍ଶ କରିବା ସହିତ ଧମକ ଦେଇଥିଲେ। ଏପରିକି ନିର୍ବାଚନ କମିଶନଙ୍କ ପର୍ୟବେକ୍ଷକ ମଧ୍ୟ ଧର୍ମେନ୍ଦ୍ରଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ସେତେବେଳେ ନିର୍ବାଚନ କମିଶନ ଏହା ଉପରେ ନୀରବତା ଅବଲମ୍ବନ କରି ରାଜନେତାମାନଙ୍କୁ ଏକ ପ୍ରକାର ଖୋଲା ଛାଡି ଦେଇନାହାନ୍ତି କି? ହିଂଜିଳି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ୟ କର୍ତ୍ତବ୍ୟରତ ମାଜିଷ୍ଟ୍ରେଟ ଙ୍କୁ କି ପ୍ରକାର ବ୍ୟବହାର ଦେଖାଇଥିଲେ, ତାହା ବି ଆମେ ଜାଣୁ।

ତେଣୁ କେବଳ ଜଣେ ବିଧାୟକ ନୁହନ୍ତି, ବରଂ ଅନେକ ରାଜନେତା ସରକାରୀ କର୍ମଚାରୀଙ୍କୁ ନିଜର ଅଧସ୍ତନ ବୋଲି ଭାବି ନିଅନ୍ତି। ସରକାରୀ ସ୍ତରରେ ଏହାକୁ ନେଇ ଏକ ସ୍ପଷ୍ଟ ନିର୍ଦ୍ଦେଶ ରହିବା ଉଚିତ।  ସର୍ବସାଧାରଣରେ ଓ ସରକାରୀ କାର୍ୟାଳୟ ଗୁଡିକରେ ବିଧାୟକମାନଙ୍କ କି ପ୍ରକାର ଆଚରଣ ରହିବା ଉଚିତ ସେ ସମ୍ପର୍କରେ ବିଧାନସଭାର ବାଚସ୍ପତି ଏକ ନିର୍ଦ୍ଦେଶାବଳି ପ୍ରସ୍ତୁତ କରିବାର ସମୟ ଏବେ ଆସିଯାଇଛି। କୌଣସି ବି ପରିସ୍ଥିତିରେ ଲୋକ ପ୍ରତିନିଧି ବା ରାଜନେତା ସରକାରୀ କର୍ମଚାରୀଙ୍କ ଉପରେ କୁ ବ୍ୟବହାର ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଉଚିତ ହେବନାହିଁ। ସରକାରୀ ସ୍ତରରେ ମଧ୍ୟ ନିଜ କର୍ମାଚାରୀମାନଙ୍କର ସମ୍ମାନ ରକ୍ଷା କରିବା ସରକାରଙ୍କ ଦାୟିତ୍ଵ ହେବା ଉଚିତ।

ଅପର ପକ୍ଷରେ ସରକାରୀ କର୍ମଚାରୀଙ୍କ ବିରୋଧରେ ଲୋକ ପ୍ରତିନିଧିମାନେ ଯଦି କିଛି ଅଭିଯୋଗ ଆଣନ୍ତି, ସେ ଉପରେ ମଧ୍ୟ ସରକାର ତୁରନ୍ତ କାର୍ୟାନୁଷ୍ଠାନ ନେବା ଉଚିତ। ଲୋକ ପ୍ରତିନିଧିଙ୍କ ପରାମର୍ଶ ଓ ଅଭିଯୋଗର ମଧ୍ୟ ସ୍ଵତନ୍ତ୍ର ଗୁରୁତ୍ଵ ରହିଛି। ପାଟଣାଗଡ ବିଧାୟକଙ୍କ କ୍ଷେତ୍ରରେ ଆଜି ଯେଉଁ ପ୍ରଶ୍ନ ଉଠୁଛି, ତାକୁ ବୃହତ୍ତର ବଳୟରେ ବିଚାର କରିବାର ସମୟ ଆସିଛି। ଯେଉଁମାନେ ଆଜି ସରୋଜା ମେହେରଙ୍କୁ ଗାଳି କରୁଛନ୍ତି, ସେମାନେ ସକାଳୁ ସଞ୍ଜ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ସହଯୋଗୀମାନଙ୍କୁ କି ଭାଷାରେ ଗାଳି ଦିଅନ୍ତି, ସେକଥା ସେମାନେ ଭାବିବା ଉଚିତ। ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଘର ଉପରେ ଆକ୍ରମଣ ହୋଇଥିଲା, ସେତେବେଳେ ଆମେ ଏ ପ୍ରକାର ଯୁକ୍ତି ରଖୁଥିଲେ କି? ରାଜନୀତିରେ ସରକାରୀ କର୍ମଚାରୀଙ୍କୁ ଗାଳି ଦେଇ ଖସିଯିବାର ସହଜ ବାଟଟି ସବୁ ରାଜନୈତିକ ଦଳ କରିଥାନ୍ତି, ତାହା ବଦଳିବା ନିତାନ୍ତ ଜରୁରୀ।

Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.