Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ବିଭିନ୍ନ ଗୋଶାଳାର ସ୍ଥିତି କିପରି ରହିଛି, ରାଜ୍ୟ ସରକାର କଲେ ସମୀକ୍ଷା
ବିଶେଷ ଖବର

ଓଡିଶାରେ ବିଭିନ୍ନ ଗୋଶାଳାର ସ୍ଥିତି କିପରି ରହିଛି, ରାଜ୍ୟ ସରକାର କଲେ ସମୀକ୍ଷା

October 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ଗୋଶାଳାର ସ୍ଥିତି କିପରି ରହିଛି, ରାଜ୍ୟ ସରକାର କଲେ ସମୀକ୍ଷା

ଭୁବନେଶ୍ବର: ଜୀବେ ଦୟା ଓ ପ୍ରାଣୀ କଲ୍ୟାଣ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗୋଶାଳା ଏହି ମହାନ ସଂସ୍କୃତିର ଏକ ସଂପ୍ରସାରିତ ରୂପ। ଗାଈଗୋରୁମାନଙ୍କ ନିରାପଦ ଆଶ୍ରୟ ନିମନ୍ତେ ନିର୍ମିତ ଗୋଶାଳାଗୁଡ଼ିକରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୁବିଧାସୁଯୋଗ ଉପଲବ୍ଧ ହେବ ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ ସେଥି ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହନ ଓ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଗୋଶାଳାଗୁଡ଼ିକୁ ଆହୁରି ଅଧିକ ସଶକ୍ତ କରିବା ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ୍‌ଲାଇନ୍‌ ସଂପର୍କିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରାଣୀସଂପଦକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି। ପ୍ରାଣୀସଂପଦର ସୁରକ୍ଷା ଓ ସେମାନଙ୍କର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି।

ଗୋରୁଙ୍କ ମୂଲ୍ୟବାନ ଅବଦାନକୁ ବିଚାରକୁ ନେଇ ରାଜ୍ୟ ସରକାର ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଓ ପ୍ରାଣୀ କଲ୍ୟାଣ ଅନୁଷ୍ଠାନକୁ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟରେ ସଂପ୍ରତି ୮୦ଟି ପଂଜିକୃତ ଗୋଶାଳା ରହିଛି। ବୁଲାଗାଈଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ଗୋଶାଳା ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଡିସେମ୍ବର ୨୦୨୨ରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି।

ଏଥି ସହିତ ବିଭିନ୍ନ ପଞ୍ଜିକୃତ ଗୋଶାଳାଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୨୦୨୨-୨୩ ବର୍ଷରେ ୫୨ଟି ପଂଜିକୃତ ଗୋଶାଳାକୁ ପ୍ରତି ବୟସ୍କ ଗୋରୁଙ୍କ ପାଇଁ ବାର୍ଷିକ ୧୬ ହଜାର ଟଙ୍କା ହିସାବରେ ୫ କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇ ଏ ବାବଦକୁ ୧୦ କୋଟି ଟଙ୍କା ମଂଜୁର କରାଯାଇଛି। ୫୦ରୁ ୧୫୦ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ନିମନ୍ତେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ଏ ପର୍ଯ୍ୟନ୍ତ ଏ ବାବଦରେ ୨୬ ଗୋଟି ଗୋ-ଆହେଡ୍‌ ପ୍ରଦାନ କରାଯାଇଛି।

ଗୋଶାଳାଗୁଡ଼ିକ କୃଷି ଓ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆବଶ୍ୟକ ହେଉଥିବା ଜୈବିକ ଖତ ଓ ଜିଆ ଖତ ଉତ୍ପାଦନ କରି ଆର୍ଥିକ ଉପାର୍ଜନ କରିବାର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥି ପାଇଁ କୃଷି ବିଜ୍ଞାନ କେନ୍ଦ୍ର ବୈଷୟିକ ଜ୍ଞାନକୌଶଳ ଏବଂ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତା ଗ୍ରହଣ କରାଯାଇପାରେ ବୋଲି ସେ କହିଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟବ୍ୟାପୀ ଆନିମଲ ହେଲପ୍‌ଲାଇନ୍‌ ପ୍ରତିଷ୍ଠା କରାଯାଇଛି। ଟୋଲ୍‌ ଫି୍ର ନମ୍ବର ୧୯୬୨କୁ କଲ୍‌ କଲେ ପୀଡ଼ିତ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଚିକିତ୍ସା ସୁବିଧା ମିଳିପାରୁଛି। ରାଜ୍ୟର ୧୧ ଗୋଟି ସହରାଞ୍ଚଳରେ ଆନିମଲ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଏହି ସେବା ଯୋଗାଇ ଦେଉଛି। ଅସହାୟ ଓ ରୋଗଗ୍ରସ୍ତ ପ୍ରାଣୀଙ୍କ ପାଇଁ ଏହା ଏକ ଲାଇଫ୍‌ଲାଇନ୍‌ ଭାବରେ କାର୍ଯ୍ୟ କରୁଛି ଓ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ମିଳିପାରୁଛି।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଗୋଶାଳାଗୁଡ଼ିକର ଉନ୍ନତି ନିମନ୍ତେ ଅନ୍ୟ ବିଭାଗ ସହିତ ମିଳିମିଶି କାମ କରିବାକୁ ପଡ଼ିବ। ସ୍ଥାନୀୟ ପ୍ରାଣୀ ଚିକିତ୍ସକ ପ୍ରତି ମାସରେ ଥରେ ଗୋଶାଳା ପରିଦର୍ଶନରେ ଯିବେ ଏବଂ ଗୋଶାଳାଗୁଡ଼ିକରେ ଗାଈଗୋରୁଙ୍କ ଟୀକାକରଣ, ଡି-ୱର୍ମିଂ ଓ ଗୋ-ବନ୍ଧ୍ୟା ନିରାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଭିତ୍ତିରେ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଶ୍ରୀ ବଶିଷ୍ଠ କହିଥିଲେ।

ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବୀରକିଶୋର ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ଗୋଶାଳା ପରିଚାଳନା ସହ ଜଡ଼ିତ ଶତାଧିକ ବ୍ୟକ୍ତିବିଶେଷ, ଆନିମଲ୍‌ ହେଲପ୍‌ଲାଇନ୍‌ର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

କୃଷିବିଭାଗ ଉପଦେଷ୍ଟା ଗୋଶାଳା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ପୁଣି ଲଘୁଚାପ: ୨୮ ଯାଏଁ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

August 23, 2026

ପର୍ଜଙ୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-ଟ୍ରଲର ମୁହାଁମୁହିଁ ଧକ୍କା, ଚାଳକ ମୃତ

August 23, 2026

ଗାନ୍ଧୀନଗରସ୍ଥିତ NFSU ପରିଦର୍ଶନ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 23, 2026

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୬: ଓଡ଼ିଶାରୁ ପଦରାଜ ଉମାକାନ୍ତ ନାୟକ ମନୋନୀତ

August 23, 2026
Latest News

ଆରକ୍ଷଣକୁ ନେଇ ଦିଲ୍ଲୀରୁ ବିହାର ଯାଏଁ ତାତି: ମନ୍ତ୍ରୀଙ୍କ ମୁହଁରୁ ଆସିଲା ବଡ଼ ବୟାନ

August 23, 2026

ଭାରତରେ ବଢ଼ୁଛି ମଧୁମେହ-ମୋଟପାର ବୋଝ: ଜୀବନଶୈଳୀ ରୋଗ ନେଇ ବଢ଼ିଲା ଚିନ୍ତା

August 23, 2026

ସମ୍ପତ୍ତି ନିୟମ: ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅର NOC ବିନା ପୁଅକୁ ଫ୍ଲାଟ୍ ଦେଇପାରିବେ କି ମା’? ଜାଣନ୍ତୁ କଣ ରହିଛି ନିୟମ

August 23, 2026

ଟୋକିଓରେ ଭୂମିକମ୍ପ ଝଟକା: ୫.୯ ତୀବ୍ରତାରେ ଥରିଲା ପୂର୍ବ ଜାପାନ

August 23, 2026

ବଙ୍ଗୋପସାଗରରେ ପୁଣି ଲଘୁଚାପ: ୨୮ ଯାଏଁ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.